ETV Bharat / sports

ମହିଳା ପ୍ରିମିୟର ଲିଗ: 42 ରନରେ ୟୁପିକୁ ମାତ ଦେଲା ମୁମ୍ବାଇ

author img

By ETV Bharat Odisha Team

Published : Mar 8, 2024, 7:39 AM IST

WPL 2024: ଡବ୍ଲୁପିଏଲର 14 ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଦମଦାର ବିଜୟ । 42 ରନରେ ହାରିଲା ୟୁପି । ଅଧିକ ପଢନ୍ତୁ

WPL 2024
WPL 2024

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗର 14 ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସର ଦମଦାର ବିଜୟ । 42 ରନରେ ୟୁପି ଓ୍ବାରିୟର୍ଜକୁ ପରାସ୍ତ କରିଛି ମୁମ୍ବାଇ । ଚଳିତ ସିଜିନରେ ଚତୁର୍ଥ ବିଜୟ ହାସଲ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ମୁମ୍ବାଇ ଟିମ୍‌ । ମ୍ୟାଚ ଶେଷ ପର୍ଯ୍ୟନ୍ତ ଅପରାଜିତ 53 ରନ କରି ମଧ୍ୟ ଦଳକୁ ବିଜୟ ମୁଖରେ ପହଞ୍ଚାଇବାରେ ବିଫଳ ହୋଇଛନ୍ତି ଦିପ୍ତୀ ଶର୍ମା । ଚଳିତ ଡବ୍ଲୁପିଏଲ ସିଜିନରେ ତୃତୀୟ ପରାଜୟ ବରଣ କରିଛି ୟୁପି ଓ୍ବାରିୟର୍ଜ । ଏହି ମ୍ୟାଚରେ ମୁମ୍ବାଇ 6 ଓ୍ବିକେଟରେ 160 ରନ କରିଥିବା ବେଳେ ୟୁପି 9 ଓ୍ବିକେଟ ହରାଇ 118 ରନ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ: ଗୁଜୁରାଟର ପ୍ରଥମ ବିଜୟ, 19 ରନରେ ହାରିଲା RCB

ଗୁରୁବାର ସନ୍ଧ୍ୟା 7ଟା 30ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ଓ୍ବାରିୟର୍ଜଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ଫଳରେ ଫିଲ୍ଡିଂ କରିଥିଲା ବିପକ୍ଷ ଦଳ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ୟସ୍ତିକା ଭଟିଆ ଓ ହେଲି ମାଥ୍ୟୁସ । କିନ୍ତୁ ବେଶି ସମୟ ଏହି ଯୋଡି ପଡିଆରେ ତିଷ୍ଠି ପାରିନଥିଲେ । ପରେ ସ୍କିଭର-ବ୍ରଣ୍ଟ ଓ ହର୍ମନପ୍ରୀତ ପାଳି ସମ୍ଭାଳିଥିଲେ । ଏହି ଦୁଇ ଜଣ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ସ୍କିଭର 45 ରନ କରି ଆଉଟ ହୋଇଥିବା ବେଳେ ହର୍ମନପ୍ରିତ 33 ରନରେ ଆଉଟ ହୋଇଥିଲେ । ପରେ ଆମେଲି କର ବ୍ୟାଟିଂ କରିବାକୁ ଆସି 39 ରନ ଯୋଡିଥିଲେ । 20 ଓଭରରେ ଦଳ 6 ଓ୍ବିକେଟ ହରାଇ 160 ରନ କରିଥିଲା ।

ଏହାପରେ 161 ବିଜୟ ରନର ପିଛା କରି ପଡିଆକୁ ଓହ୍ଲାଇଥିଲା ୟୁପି ଟିମ । ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ଦଳର ଟପ ଅର୍ଡର ରନ କରିବାରେ ବିଫଳ ହୋଇଥିଲେ । ମିଡିଲ ଅର୍ଡରରେ ଦିପ୍ତୀ ଶର୍ମା ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେବାରେ ସହାୟକ ହୋଇଥିଲେ । ସେ ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 53 ରନ କରିଥିଲେ । ଆଉ କୌଣସି ବି ବ୍ୟାଟର 20 ରନ କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ । ମୁମ୍ବାଇ ବୋଲରଙ୍କର ବୋଲିଂରେ ଘାଇଲା ହୋଇଥିଲେ ୟୁପି ବ୍ୟାଟର । 20 ଓଭରରେ ଦଳ 9 ଓ୍ବିକେଟ ହରାଇ କେବଳ 118 ରନ ହିଁ କରିପାରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.