ETV Bharat / sports

ମହିଳା ପ୍ରିମିୟର ଲିଗ: ତୃତୀୟ ବିଜୟ ଲକ୍ଷ୍ୟରେ ଦିଲ୍ଲୀ, ପ୍ରଥମ ବିଜୟ ପାଇଁ ଫାଇଟ କରିବ ଗୁଜୁରାଟ - ଗୁଜୁରାଟ ଜିଆଣ୍ଟ୍ସ

WPL 2024: ଡବ୍ଲୁପିଏଲରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ହେବ ମୁକାବିଲା । ପ୍ରଥମ ବିଜୟ ପାଇଁ ଫାଇଟ କରିବ ଗୁଜୁରାଟ । ଅଧିକ ପଢନ୍ତୁ

WPL 2024
WPL 2024
author img

By ETV Bharat Odisha Team

Published : Mar 3, 2024, 2:06 PM IST

ବେଙ୍ଗାଲୁରୁ: ମହିଳା ପ୍ରିମିୟର ଲିଗର ଚଳିତ ସଂସ୍କରଣର ଆଜି 10ତମ ମ୍ୟାଚ । ମୁହାଁମୁହିଁ ହେବେ ଗୁଜୁରାଟ ଜିଆଣ୍ଟ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଳାଇବ ଦୁଇ ଦଳ । ଆଜିର ମ୍ୟାଚ ଗୁଜୁରାଟ ପାଇଁ ଗୁରୁତ୍ବପୂର୍ଣ୍ଣ । କାହିଁକିନା ବର୍ତ୍ତମାନ ମୋଟ 3ଟି ମ୍ୟାଚ ଖେଳି କୌଣସିଥିରେ ବି ବିଜୟୀ ହୋଇପାରିନି ଦଳ । ପଏଣ୍ଟ ଟେବୁଲରେ ଖାତା ଖୋଲିବାରେ ବିଫଳ ହୋଇଛି ଜିଆଣ୍ଟ୍ସ । ନିଜ ଇଜତ ବଞ୍ଚାଇବାକୁ ହେଲେ ଆଜିର ମ୍ୟାଚ ଗୁଜୁରାଟକୁ ନିଜ ସପକ୍ଷରେ କରିବାକୁ ପଡିବ । ସେପଟେ ବର୍ତ୍ତମାନ ସୁଦ୍ଧା ଡବ୍ଲୁପିଏଲରେ 2ଟି ମ୍ୟାଚ ଜିତିଥିବା ବେଳେ ତୃତୀୟ ବିଜୟ ପାଇଁ ଭୋକିଲା ରହିଛି ଦିଲ୍ଲୀ । ଆଜିର ମ୍ୟାଚରେ ଦୁଇ ଟିମ ମଧ୍ୟରେ ଫାଇଟ ହେବ ଟାଇଟ । ଆଜି ସନ୍ଧ୍ୟା 7ଟା 30 ମିନିଟରେ ବେଙ୍ଗାଲୁରୁ ସ୍ଥିତ ଏମ ଚିନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗରେ MIର ତୃତୀୟ ବିଜୟ, 7 ଓ୍ବିକେଟରେ ହାରିଲା RCB

ଗୁଜୁରାଟ ଜିଆଣ୍ଟ୍ସ ବର୍ତ୍ତମାନ ସୁଦ୍ଧା ମୋଟ 3ଟି ମ୍ୟାଚ ଖେଳିଛି । ସେଥି ମଧ୍ୟରୁ କୌଣସିଟିରେ ବିଜୟୀ ହେବାକୁ ଦଳ ସକ୍ଷମ ହୋଇନି । ଫେବୃଆରୀ 25ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ 5 ଓ୍ବିକେଟରେ ବିପକ୍ଷ ଦଳ ଠାରୁ ହାରିଥିଲା । ପରେ ଫେବୃଆରୀ 27ରେ ଆରସିବିକୁ ଭେଟିଥିଲା ଦଳ । ଏହି ମ୍ୟାଚରେ 8 ଓ୍ବିକେଟରେ ହାରିଥିଲା। ମାର୍ଚ୍ଚ 1ରେ ଗୁଜୁରାଟ ଓ ଓ୍ବାରିୟର୍ଜ ମଧ୍ୟରେ ମୁକାବିଲା ହୋଇଥିଲେ । ଏହି ମ୍ୟାଚରେ ହ୍ୟାଟ୍ରିକ ପରାଜୟ ହୋଇଥିଲା ଜିଆଣ୍ଟ୍ସ ଟିମର । ଦଳର ପ୍ରଦର୍ଶନ ଭଲ ନଥିବାରୁ ପଏଣ୍ଟ ଟେବୁଲର ଶେଷରେ ରହିଛି । ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଆଜି ପ୍ରୟାସ କରିବ ବେଥ ମୋନିଙ୍କ ବାହିନୀ ।

ବର୍ତ୍ତମାନ ସୁଦ୍ଧା ଡବ୍ଲୁପିଏଲରେ ମୋଟ 3ଟି ମ୍ୟାଚ ଖେଳି 2ଟିରେ ବିଜୟୀ ହୋଇଛି ଦିଲ୍ଲୀ । ତୃତୀୟ ବିଜୟ ପାଇଁ ଆଜି ଜୋରଦାର ପ୍ରୟାସ କରିବ ଦିଲ୍ଲୀ । ଲଗାତାର 2ଟି ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି କ୍ୟାପିଟାଲ୍ସ ଟିମ । ଫେବୃଆରୀ 23 ତାରିଖ ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ମୁମ୍ବାଇ ଦିଲ୍ଲୀକୁ 4 ଓ୍ବିକେଟରେ ପରାସ୍ତ କରିଥିଲା । ଏହାପରେ ଫେବୃଆରୀ 26 ତାରିଖରେ ଯୁପିକୁ ଭେଟିଥିଲା ଦିଲ୍ଲୀ । ଏଥରେ ଦିଲ୍ଲୀ ଟିମ ଜବରଦସ୍ତ ପ୍ରଦର୍ଶନ କରିଥିଲା । ୟୁପି ଟିମ ବିପକ୍ଷରେ ସହଜରେ ବିଜୟୀ ହୋଇଥିଲା ଦଳ । ପରେ ଫେବୃଆରୀ 29 ତାରିଖରେ ଦିଲ୍ଲୀ ଓ ଆରସିବି ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ କିନ୍ତୁ ଆରସିବି ଠାରୁ ଦଳକୁ ପରାସ୍ତ ହେବାକୁ ପଡିଥିଲା । ଆଜି ଚଳିତ ସିଜିନରେ ଚତୁର୍ଥ ମ୍ୟାଚ ଖେଳିବାକୁ ଯାଉଛି ଦିଲ୍ଲୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.