ETV Bharat / sports

ମହିଳା ପ୍ରିମିୟର ଲିଗ, RCBକୁ ହରାଇ ପଏଣ୍ଟ ଟେବୁଲ ଶୀର୍ଷରେ DC

author img

By ETV Bharat Odisha Team

Published : Mar 1, 2024, 7:30 AM IST

WPL 2024: ମହିଳା ପ୍ରିମିୟର ଲିଗରେ ସପ୍ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ । 25 ରନରେ ହାରିଲା ଆରସିବି । ଅଧିକ ପଢନ୍ତୁ

WPL 2024
WPL 2024

ବେଙ୍ଗାଲୁରୁ: ମହିଳା ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ସପ୍ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା । ବାଙ୍ଗାଲୋରର ହ୍ୟାଟ୍ରିକ ବିଜୟରେ ରୋକ ଲଗାଇଲା ଦିଲ୍ଲୀ । 25 ରନରେ ବାଙ୍ଗାଲୋରକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସ । କ୍ରମାଗତ ଦ୍ବିତୀୟ ମ୍ୟାଚରେ ବିଜୟୀ ହୋଇଛି ଦଳ । ବାଙ୍ଗାଲୋର ବ୍ୟାଟରଙ୍କ ପାଇଁ ଘାତକ ସାବ୍ୟାସ୍ତ ହେଲେ ଦିଲ୍ଲୀ ଟିମର ବୋଲର । ଶେଫାଳି ବର୍ମାଙ୍କ ଲଢୁଆ ଅର୍ଦ୍ଧଶତକ । ବିଫଳ ହେଲା ସ୍ମୃତି ମାନ୍ଧନାଙ୍କ 74 ରନ ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ୍, ଆଜି ବାଙ୍ଗାଲୋର-ଦିଲ୍ଲୀ ମୁକାବିଲା

ଗୁରୁବାର ସନ୍ଧ୍ୟା 7ଟା 30ରେ ଏମ ଚିନାସ୍ବାମୀ ଷ୍ଟାଡିୟମରେ ଦିଲ୍ଲୀ ଓ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ସ୍ମୃତି ମାନ୍ଧନାଙ୍କ ଟିମ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ମେଗ ଲାଲିନଙ୍କ ଟିମ । ଦଳ 20 ଓଭରରେ 5 ଓ୍ବିକେଟ ହରାଇ 194 ରନ କରିଥିଲା । ଦଳ ପକ୍ଷରୁ ଶେଫାଳି ବର୍ମା 50 ରନ କରିଥିବା ବେଳେ ଏଲିସ 46 ଓ ଜେସ ଜୋନାସେନ ସର୍ବାଧିକ 36 ରନ କରିଥିଲେ । ସେହିପରି ଜେଲ ଜୋନାସେନ 3ଟି, ମାରିଜାନେ କାପେ ଓ ଅରୁନ୍ଧତି ରେଡ୍ଡୀ 2ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ, ମୁମ୍ବାଇ ଇଣ୍ଡିଆନ୍ସକୁ 7 ୱିକେଟରେ ହରାଇଲା ୟୁପି

195 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ବାଙ୍ଗାଲୋର । ସ୍ମୃତି ମାନ୍ଧନା ଜବରଦସ୍ତ ପାଳି ଆରମ୍ଭ କରି ଗୋଟିଏ ପରେ ଗୋଟିଏ ବଡ ବଡ ସଟ ଖେଳିଥିଲେ । ସେ 74 ରନ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମଧ୍ୟ ଭାଗରେ ଟିମ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ଫଳରେ ବିଜୟ ଲକ୍ଷ୍ୟ ହାସଲ କରିବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ ବୋଲରଙ୍କ ବୋଲିଂରେ ଘାଇଲା ହୋଇ ଜଣଙ୍କ ପରେ ଜଣେ ପାଭିଲିୟନକୁ ଫେରିଥିଲେ । 20 ଓଭରରେ ଦଳ 9 ଓ୍ବିକେଟ ହରାଇ ମାତ୍ର 169 ରନ ସଂଗ୍ରହ କରି ପରାଜିତ ହୋଇଥିଲା । ଚଳିତ ସିଜିନରେ ବାଙ୍ଗାଲୋର ଟିମର ଏହା ପ୍ରଥମ ପରାଜୟ । ଅନ୍ୟମାନଙ୍କ ମଧ୍ୟରେ ସଭିନେନି ମାଘନା 36 ଓ ଶୋଫେ ଡେଭିନ 23 ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.