ETV Bharat / sports

ମହିଳା ପ୍ରିମିୟର ଲିଗ: ପ୍ଲେ ଅଫରେ ଦିଲ୍ଲୀ, 1 ରନରେ ହାରିଲା RCB

author img

By ETV Bharat Odisha Team

Published : Mar 11, 2024, 7:06 AM IST

WPL 2024: ଡବ୍ଲ୍ୟୁପିଏଲରେ ଦ୍ବିତୀୟ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କଲା ଦିଲ୍ଲୀ । 17 ତମ ମ୍ୟାଚରେ 1 ରନରେ ହାରିଲା ଆରସିବି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗର 17 ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ରୋମାଞ୍ଚକର ବିଜୟ । 1 ରନରେ ଆରସିବିକୁ ପରାସ୍ତ କଲା ଦିଲ୍ଲୀ । ଡବ୍ଲ୍ୟୁପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପରେ ଦ୍ବିତୀୟ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କଲା କ୍ୟାପିଟାଲ୍ସ । ବର୍ତ୍ତମାନ ସୁଦ୍ଧା ମୋଟ 7ଟି ମ୍ୟାଚ୍‌ ଖେଳି 5ଟିରେ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି ଡିସି । ସେପଟେ ଚତୁର୍ଥ ପରାଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଲଢୁଆ ପ୍ରଦର୍ଶନ ପରେ ବି ବିଜୟ ଦ୍ବାରରେ ପହଞ୍ଚାଇବାରେ ବିଫଳ ହେଲେ ରିଚା ଘୋଷ ।

ରବିବାର ସନ୍ଧ୍ୟା 7ଟା 30ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା । ଟସ୍ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ପ୍ରଥମରୁ ଦୁଇ ଓପନର ମେଗ ଲାନିଙ୍ଗ ଓ ଶେଫାଳି ଆକ୍ରମକ ବ୍ୟାଟିଂ କରିଥିଲେ । କିନ୍ତୁ ବେଶୀ ସମୟ ଏହି ଯୋଡି ପଡିଆରେ ତିଷ୍ଠି ପାରିନଥିଲେ । ମେଗ ଲାନିଙ୍ଗ 29 ରନ ଓ ଶେଫାଳି 23 ରନ କରି ପାଭିଲିୟନକୁ ଫେରିଥିଲେ । ପରେ ଜେମିନା ରୋଡ୍ରିଗ୍ବେସ ଓ ଆଲିସା କାପସି ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ରୋଡ୍ରିଗ୍ବେସ 58 ରନ ଓ କାପସି 48 ରନ କରି ଆଉଟ ହୋଇଥିଲେ । 20 ଓଭରରେ ଦଳ 5 ୱିକେଟ ହରାଇ 182 ରନ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ: ଗୁଜୁରାଟକୁ ହରାଇ ପ୍ଲେ ଅଫ୍‌ରେ ମୁମ୍ବାଇ

ଏହାପରେ 182 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଆର୍‌ସିବି । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ସ୍ମୃତି ମନ୍ଧାନା ଓ ସୋଫି ମୋଲିନକ୍ସ । ମନ୍ଧାନା ମାତ୍ର 5 ରନ କରି ଆଉଟ ହୋଇଥିଲେ । ପରେ ସୋଫି ଓ ଏଲିସା ପେରୀ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଏଲିସା 49 ରନ କରି ରନ୍‌ ଆଉଟ ହୋଇଥିବାବେଳେ ସୋଫି 33 ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଦଳ ସୋଫି ଡିଭାଇନ ଓ ରିଚା ଘୋଷ 49 ରନର ଭାଗିଦାରୀ କରି ଦଳକୁ ବିଜୟର ଆଶା ଦେଇଥିଲେ । ଶେଷ ପର୍ଯ୍ୟନ୍ତ ମ୍ୟାଚ ଖେଳିଥିଲେ ମଧ୍ୟ ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇବାରେ ବିଫଳ ହୋଇଥଲେ ରିଚା । ଶେଷ ବଲରେ 2 ରନ ଆବଶ୍ୟକ ଥିବାବେଳେ 58 ରନ କରିଥିବା ରିଚା ରନ୍‌ ଆଉଟ୍‌ ହୋଇଥିଲେ । ଫଳରେ 7 ୱିକେଟ ହରାଇ 180 ରନରେ ଅଟକିଯାଇଥିଲା ଆରସିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.