ETV Bharat / sports

T20 ବିଶ୍ବକପ: ଅଭ୍ୟାସ ମ୍ୟାଚ ସୂଚୀ ଘୋଷଣା, ଗୋଟିଏ ମ୍ୟାଚ ଖେଳିବ ଟିମ ଇଣ୍ଡିଆ - T20 World Cup 2024

author img

By ETV Bharat Odisha Team

Published : May 17, 2024, 8:28 AM IST

T20 World Cup 2024: ଆସନ୍ତା 27 ତାରିଖରୁ T20 ବିଶ୍ବକପ ପାଇଁ ଆରମ୍ଭ ହେବ ଅଭ୍ୟାସ ମ୍ୟାଚ । ଜୁନ 1ରେ ବାଂଲାଦେଶ ସହ ଅଭ୍ୟାସ ମ୍ୟାଚ ଖେଳିବ ଭାରତ । ଅଧିକ ପଢନ୍ତୁ

T20 World Cup
T20 World Cup (ETV BHARAT ODISHA)

ନୂଆଦିଲ୍ଲୀ: ଆସନ୍ତା ଜୁନ 1 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି ଟ୍ବେଣ୍ଟି ବିଶ୍ବକପ । ଏନେଇ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏହା ପୂର୍ବରୁ ଅଭ୍ୟାସ ମ୍ୟାଚ କ୍ରୀଡା ସୂଚୀ ଜାରି କରିଛି ଆଇସିସି । ଆସନ୍ତା ମେ 27 ତାରିଖରୁ ଜୁନ 1 ତାରିଖ ପର୍ଯ୍ୟନ୍ତ ଅଭ୍ୟାସ ମ୍ୟାଚ ଖେଳାଯିବ । ଭାରତ ମାତ୍ର ଗୋଟିଏ ଅଭ୍ୟାସ ମ୍ୟାଚ ଖେଳିବାର ସୁଯୋଗ ପାଇଛି । ବାଂଲାଦେଶ ବିପକ୍ଷରେ ଆସନ୍ତା ଜୁନ 1 ତାରିଖରେ ଟିମ ଇଣ୍ଡିଆ ଅଭ୍ୟାସ ମ୍ୟାଚ ଖେଳିବ । ପ୍ରତି ଅଭ୍ୟାସ ମ୍ୟାଚ 20 ଓଭର ବିଶିଷ୍ଟ ଖେଳାଯିବ । ଅଭ୍ୟାସ ମ୍ୟାଚରେ ପ୍ରତିଦଳ 15 ଜଣ ଖେଳାଳିଙ୍କୁ ଖେଳାଇ ପାରିବେ । ଆମେରିକା, ତ୍ରିନିଡାଡ ଏବଂ ଟୋବାଗୋରେ ସମସ୍ତ ଅଭ୍ୟାସ ମ୍ୟାଚ ଖେଳାଯିବ ।

ଏହା ମଧ୍ୟ ପଢନ୍ତୁ-ବାଜିଲା ଟି20 ବିଶ୍ବକପ୍‌ ବିଗୁଲ୍‌, ଏହିଦିନ ଖେଳିବେ ଭାରତ ଓ ପାକିସ୍ତାନ

17ଟି ଦଳ ମଧ୍ୟରେ 16ଟି ଅଭ୍ୟାସ ମ୍ୟାଚ ଖେଳାଯିବ । ଟେକ୍ସାସର ଗ୍ରାଣ୍ଡ୍ ପ୍ରେରି କ୍ରିକେଟ୍ ଷ୍ଟାଡିୟମ୍, ଫ୍ଲୋରିଡାର ବ୍ରୋଓ୍ବାର୍ଡ କାଉଣ୍ଟି ଷ୍ଟାଡିୟମ୍, କ୍ୟୁନ୍ସ ପାର୍କ ଓଭାଲ୍ ଏବଂ ବ୍ରାଏନ୍ ଲାରା କ୍ରିକେଟ୍ ଏକାଡେମୀ ଓ ଡବାଗୋରେ ଅଭ୍ୟାସ ମ୍ୟାଚ ଖେଳାଯିବାକୁ ନିଷ୍ପତ୍ତି ହୋଇଛି । ୱେଷ୍ଟଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କ୍ୟୁନ୍ସ ପାର୍କ ଓଭାଲରେ ମେ 30 ରେ ଅଭ୍ୟାସ ମ୍ୟାଚ ଖେଳାଯିବ । ଏହି ଷ୍ଟାଡିୟମ ଦର୍ଶକଙ୍କ ପାଇଁ ଖୋଲା ରହିବ । T20worldcup.comରେ ଟିକେଟ ବୁକ କରି ମ୍ୟାଚ ଦେଖିପାରିବେ ଦର୍ଶକ । ଗୁରୁବାର ଠାରୁ ଅନଲାଇନରେ ଟିକେଟ ଉପଲବ୍ଧ କରାଯାଇଛି । ଅଷ୍ଟ୍ରେଲିଆ 2ଟି ଅଭ୍ୟାସ ମ୍ୟାଚ କେଳିବାକୁ ଥିବା ବେଳେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଅଭ୍ୟାସ ମ୍ୟାଚ ଖେଳିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ-ବଢିବନି ଦ୍ରାବିଡଙ୍କ କାର୍ଯ୍ୟକାଳ; ଟିମ ଇଣ୍ଡିଆ ମୁଖ୍ୟ କୋଚ ପାଇଁ ବିଜ୍ଞପ୍ତି ଜାରି, ଆବେଦନ କରିବେ ଏହି ବଡ କ୍ରିକେଟର - team India Head Coach application

ଟି20 ବିଶ୍ବକପକୁ ନେଇ ଉତ୍ସାହିତ ଅଛନ୍ତି କ୍ରୀଡାପ୍ରେମୀ । ଉଦଘାଟନୀ ମ୍ୟାଚ୍‌ ଆୟୋଜକ ଆମେରିକା ଓ କାନାଡ଼ା ମଧ୍ୟରେ ଖେଳାଯିବ । ଭାରତ ଏହାର ଅଭିଯାନ ଜୁନ 5 ତାରିଖରୁ ଆୟରଲାଣ୍ଡ ବିପକ୍ଷରେ ଆରମ୍ଭ କରିବ । ଏହାପରେ 9 ଜୁନରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାଲଢ଼େଇ ହେବ । ଜୁନ 12ରେ ଆମେରିକା ଓ 15ରେ କାନାଡ଼ା ବିପକ୍ଷରେ ମୈଦାନକୁ ଓହ୍ଲାଇବେ ମେନ୍‌ ଇନ୍‌ ବ୍ଲ୍ୟୁ । 29 ଜୁନରେ ଖେଳାଯିବ ଫାଇନାଲ୍‌ ମ୍ୟାଚ୍‌ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.