ନୂଆଦିଲ୍ଲୀ : ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ବିଶ୍ବ କ୍ରିକେଟକୁ ଏକ ନୂଆ ପରିଚୟ ଦେଇଛନ୍ତି । ବିଶ୍ବର କୋଣ ଅନୁକୋଣରେ କିଙ୍ଗ କୋହଲିଙ୍କର ଅସଂଖ୍ୟ ପ୍ରଶଂସକ ଥିବାବେଳେ କୋହଲି କିନ୍ତୁ ଲଣ୍ଡନକୁ ବେଶ ଭଲପାଆନ୍ତି । କ୍ରିକେଟରୁ ବିରତି ମିଳିଲେ ପରିବାର ସହ ଚାଲିଯାଆନ୍ତି ଲଣ୍ଡନ । ଏବେ ଶ୍ରୀଲଙ୍କା ଗସ୍ତ ପରଠାରୁ କ୍ରିକେଟ୍ରୁ ବିରତି ନେଇଥିବା କୋହଲି, ପତ୍ନୀ ଅନୁଷ୍କା ଶର୍ମା ଏବଂ ସେମାନଙ୍କର ଦୁଇ ଛୁଆଙ୍କ ସହ ଲଣ୍ଡନରେ ଛୁଟି କରୁଛନ୍ତି । ଅନେକ ସମୟରେ ବିରାଟ ଜଣେ ସାଧାରଣ ଲୋକ ଭଳି ଲଣ୍ଡନ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି । ଏବେ ତାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଏକ ଲୋକାଲ ଟ୍ରେନ୍ରେ ଚଢୁଥିବା ନଜର ଆସିଛନ୍ତି ।
Virat Kohli Spotted in London, Few days back🤍#ViratKohli pic.twitter.com/8dlZkcvkoR
— 𝙒𝙧𝙤𝙜𝙣🥂 (@wrognxvirat) August 21, 2024
ଲଣ୍ଡନରେ ଲୋକାଲ ଟ୍ରେନରେ ଯାତ୍ରା କରୁଛନ୍ତି କୋହଲି :-
ଲଣ୍ଡନରେ ଛୁଟି କାଟୁଥିବା ବିରାଟ ଏକ ସ୍ଥାନୀୟ ଟ୍ରେନ୍ରେ ଚଢ଼ୁଥିବା ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଖୁବ ଭାଇରାଲ ହେଉଛି । ଶ୍ରୀଲଙ୍କା ବିପକ୍ଷରେ ନିକଟରେ ଶେଷ ହୋଇଥିବା ODI ସିରିଜ ଖେଳିବା ପରେ କିଙ୍ଗ କୋହଲି ଅଫ୍ ସିଜନରେ ଛୁଟି କାଟିବାକୁ ୟୁକେ ଚାଲିଯାଇଛନ୍ତି ।
Virat Kohli on the London streets. 🐐pic.twitter.com/0WvBi9byXZ
— Mufaddal Vohra (@mufaddal_vohra) August 14, 2024
ରାସ୍ତାରେ ବୁଲୁଥିବା ଭିଡିଓ ହୋଇଥିଲା ଭାଇରାଲ :-
କ୍ରିକେଟପ୍ରେମୀମାନେ ଭଲ ଭାବରେ ଜାଣନ୍ତି ଯେ ଯଦି ବିରାଟ ଅନ୍ତର୍ଜାତୀୟ ଡ୍ୟୁଟିରେ ନାହାଁନ୍ତି ବା କୌଣସି ମ୍ୟାଚ୍ ନାହିଁ, ତେବେ ସେ ଲଣ୍ଡନରେ ସମୟ ବିତାଇବାକୁ ପସନ୍ଦ କରନ୍ତି । ନିକଟରେ ସେ ଲଣ୍ଡନ ରାସ୍ତାରେ ବୁଲୁଥିବାର ମଧ୍ୟ ନଜର ଆସିଥିଲେ । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏବଂ ବର୍ତ୍ତମାନ ସେ ସହରରେ ଏକ ସ୍ଥାନୀୟ ଟ୍ରେନ୍ ଚଢ଼ୁଥିବା ଭିଡିଓ ଭାଇରାଲ ହେଉଛି ।
16 years ago today, a 19-year-old @imVkohli stepped onto the international stage for the first time, marking the beginning of what has become a truly legendary career. Congratulations to the King on completing 16 years in international cricket! pic.twitter.com/Q6U17q6nP1
— Jay Shah (@JayShah) August 18, 2024
ଅନ୍ତର୍ଜାତୀୟ କ୍ରିକେଟରେ 16 ବର୍ଷ :-
ଉଲ୍ଲେଖ ଯୋଗ୍ୟ, ଅଗଷ୍ଟ 18, 2008ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ODI ଡେବ୍ୟୁ କରିଥିଲେ ବିରାଟ କୋହଲି । ଚଳିତ ମାସରେ ଅନ୍ତର୍ଜାତୀୟ କ୍ରିକେଟରେ 16 ବର୍ଷ ପୂରଣ କରିଛନ୍ତି କିଙ୍ଗ କୋହଲି । ତେବେ ନିକଟରେ ଶ୍ରୀଲଙ୍କା ଗସ୍ତରେ ସେ ନିଜ ପ୍ରାଇମ ଫର୍ମରେ ନଥିଲେ । 3ଟି ODI ମ୍ୟାଚ୍ରେ ସେ 3ଟି ଭିନ୍ନ ସ୍ପିନରଙ୍କ ଦ୍ୱାରା LBW ଆଉଟ୍ ହୋଇଥିଲେ । ସେ ଏହି ତିନୋଟି ମ୍ୟାଚ୍ରେ ମାତ୍ର 58 ରନ୍ ସ୍କୋର କରିପାରିଛନ୍ତି ।
ବାଂଲାଦେଶ ବିପକ୍ଷରେ ଖେଳିବେ ଟେଷ୍ଟ :-
ଆସନ୍ତା ମାସରେ ବାଂଲାଦେଶ ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ପୁଣି ଆକ୍ସନକୁ ଫେରିବେ ରନ ମେସିନ ବିରାଟ କୋହଲି । ଆଗକୁ ଟେଷ୍ଟ କ୍ରିକେଟର ଗୁରୁତ୍ୱପୂର୍ଣ୍ଣ ଋତୁ ଆସୁଛି । ଯାହା ସ୍ଥିର କରିବ ଯେ ଭାରତ କ୍ରମାଗତ ତୃତୀୟ ଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ (WTC)ର ଫାଇନାଲରେ ପ୍ରବେଶ କରିବ କି ନାହିଁ । ତେଣୁ ଭାରତର ଜଣେ ସଫଳ ଟେଷ୍ଟ ବ୍ୟାଟର ଭାବେ କୋହଲିଙ୍କ କାନ୍ଧରେ ରହିବ ଗୁରୁଦାୟିତ୍ବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ