ETV Bharat / sports

40 ଲକ୍ଷରେ ନିଲାମ ହେଲା କୋହଲିଙ୍କ ଜର୍ସି, ଧୋନୀଙ୍କ ବ୍ୟାଟଠୁ ରୋହିତଙ୍କ ବ୍ୟାଟ ମହଙ୍ଗା; କଣ ହେବ ଏତେ ଟଙ୍କା ? - Virat Kohli Jersey Auctioned

author img

By ETV Bharat Sports Team

Published : Aug 24, 2024, 3:22 PM IST

Rahul Athiya Cricket for Charity Auction : କେଏଲ୍‌ ରାହୁଲ ଓ ଆଥିୟା ଶେଟ୍ଟୀ ଆୟୋଜନ କରିଥିବା 'କ୍ରିକେଟ ଫର ଚାରିଟି' ଅକ୍ସନରେ ସବୁଠୁ ମହଙ୍ଗାରେ ବିକ୍ରି ହେଲା କୋହଲିଙ୍କ ଜର୍ସି । ରୋହିତ ଓ ଧୋନୀଙ୍କ ବ୍ୟାଟରୁ ବି ମଳିଲା ଲକ୍ଷ ଲକ୍ଷ ଟଙ୍କା । ଜାଣନ୍ତୁ କଣ ହେବ ଏତେ ଟଙ୍କା,

Cricket for Charity Auction
Cricket for Charity Auction (ETV Bharat Odisha)

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କ୍ରିକେଟର କେଏଲ୍‌ ରାହୁଲ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଥିୟା ଶେଟ୍ଟୀ ନିକଟରେ 'କ୍ରିକେଟ ଫର ଚାରିଟି' ନିଲାମର ଆୟୋଜନ କରି ଚର୍ଚ୍ଚାକୁ ଆସିଥିଲେ । ଏହି ଅକ୍ସନର କାରଣ ଥିଲା ଅଭାବୀ ଅସହାୟ ପିଲାଙ୍କୁ ସାହାଯ୍ୟ କରିବା । ଏଭଳି ପିଲାଙ୍କୁ ଶିକ୍ଷା ଯୋଗାଇବା ପାଇଁ କାର୍ଯ୍ୟ କରୁଥିବା 'ଭିପ୍‌ଲା' ସଂଗଠନକୁ ସହଯୋଗ କରିବା ପାଇଁ ଏଭଳି ନିଆରା ଅକ୍ସନ ଆୟୋଜନ କରିଥିଲେ ଏହି ଷ୍ଟାର ଦମ୍ପତି । ଏହି ଅକ୍ସନ ପାଇଁ ବହୁ କ୍ରିକେଟର ସେମାନଙ୍କ ବ୍ୟକ୍ତିଗତ ଜିନିଷ ଦେଇଥିଲେ ନିଲାମ କରିବା ପାଇଁ । ସେଥିମଧ୍ୟରୁ ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଜର୍ସି ସର୍ବାଧିକ 40 ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା ।

କିଙ୍ଗ କୋହଲିଙ୍କ ଜର୍ସି ସବୁଠୁ ଦାମୀ :-

ମହତ ଉଦ୍ଦେଶ୍ୟରେ ଆୟୋଜିତ ଏହି ଅକ୍ସନ ପାଇଁ ଅନେକ ଭାରତୀୟ ଓ ବିଦେଶୀ ଖେଳାଳି ସେମାନଙ୍କ ବ୍ୟବହୃତ କ୍ରୀଡ଼ା ସାମଗ୍ରୀ ଯଥା, ବ୍ୟାଟ, ଜର୍ସି, ହେଲମେଟ, ଗ୍ଲୋଭସ ଆଦି ଦେଇଥିଲେ । ସେଥିମଧ୍ୟରୁ ଭାରତୀୟ ମହାନ ବ୍ୟାଟର ବିରାଟ କୋହଲିଙ୍କ ଜର୍ସି ସବୁଠୁ ଅଧିକ ଟଙ୍କାରେ ନିଲାମ ହୋଇଥିଲା । କୋହଲି ଏହି ଅକ୍ସନକୁ ଦେଇଥିବା ଜର୍ସି 40 ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା । ଏହାପରେ କୋହଲିଙ୍କ ଗ୍ଲୋଭସ୍‌ ପାଇଁ ମଧ୍ୟ ଏକ ବଡ଼ ବମ୍ଫର ବିଡ୍‌ ଲାଗିଥିଲା । 28 ଲକ୍ଷ ଟଙ୍କାରେ କୋହଲିଙ୍କ ଗ୍ଲୋଭସ ନିଲାମ ହୋଇଥିଲା । ଏହାପରେ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ 24 ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା । ଏହାଛଡ଼ା ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନୀ ଓ ରାହୁଲ ଦ୍ରାବିଡଙ୍କ ବ୍ୟାଟ ଯଥାକ୍ରମେ 13 ଲକ୍ଷ ଓ 11 ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା । ଏପରିକି ଏହି ଅକ୍ସନର ଆୟୋଜନ କରିଥଇବା କେଏଲ୍‌ ରାହୁଲ ନିଜ ଜର୍ସିକୁ ମଧ୍ୟ ଅକ୍ସନରେ ସାମିଲ କରିଥିଲେ, ଯାହା 11 ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ।

କେଏଲ୍‌ ରାହୁଲ ଓ ଆଥିୟା ଶେଟ୍ଟୀ ଆରମ୍ଭ କରିଥିବା ଏହି ଅଭିଯାନରେ ସ୍ପିଡଷ୍ଟାର ଯସପ୍ରୀତ ବୁମ୍‌ରା, ଋଷଭ ପନ୍ତ ଓ ସଞ୍ଜୁ ସାମସନ ମଧ୍ୟ ସେମାନଙ୍କୁ ସମର୍ଥନ କରିଛନ୍ତି । ଜୋସ ବଟଲର, କ୍ବିଣ୍ଟନ ଡି'କକ୍‌ ଓ ନିକୋଲସ ପୂରନଙ୍କ ଭଳି ଅନେକ ବିଦେଶୀ କ୍ରିକେଟର ମଧ୍ୟ ଏହି ଅଭିଯାନର ଅଂଶ ହୋଇଛନ୍ତି ।

କାହାର କେଉଁ ସାମଗ୍ରୀ କେତେ ଟଙ୍କାରେ ବିକ୍ରି ହେଲା :-

କୋହଲିଙ୍କ ଜର୍ସି :- 40 ଲକ୍ଷ

କୋହଲିଙ୍କ ଗ୍ଲୋଭସ୍‌ :- 28 ଲକ୍ଷ

ରୋହିତଙ୍କ ବ୍ୟାଟ :- 24 ଲକ୍ଷ

ଧୋନୀଙ୍କ ବ୍ୟାଟ :- 13 ଲକ୍ଷ

ରାହୁଲ ଦ୍ରାବିଡଙ୍କ ବ୍ୟାଟ :- 11 ଲକ୍ଷ

କେଏଲ୍‌ ରାହୁଲଙ୍କ ଜର୍ସି :- 11 ଲକ୍ଷ

କ'ଣ ହେବ ନିଲାମ ଟଙ୍କା ? :-

ତେବେ ଏହି 'କ୍ରିକେଟ ଫର୍‌ ଚାରିଟି' ଅକ୍ସନରେ ମୋଟ 1.93 କୋଟି ଟଙ୍କା ପାଣ୍ଠି ସଂଗ୍ରହ ହୋଇଥିଲା । ଏନେଇ ନିଜେ କେଏଲ୍‌ ରାହୁଲ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଖୁସି ବ୍ୟକ୍ତ କରିଥିଲେ । ତାଙ୍କର ନିଲାମ ସଫଳ ହୋଇଛି ଏବଂ ଏହି ସମସ୍ତ ଟଙ୍କା ଅର୍ଥ ଅଭାବୀ ପିଲାଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ହେବ ବୋଲି ସେ କହିଥିଲେ । ପ୍ରକାଶ ଥାଉ, ନିଲାମ ଟଙ୍କା ଶ୍ରବଣ ବାଧିତ ତଥା ବୌଦ୍ଧିକ ଭିନ୍ନକ୍ଷମ ପିଲାମାନଙ୍କୁ ଶିକ୍ଷାଦାନରେ ସାହାଯ୍ୟ କରିବା ପାଇଁ ବ୍ୟବହୃତ ହେବ । ଏହି ଗୁରୁତ୍ୱପୂର୍ଣ୍ଣ କାରଣ ପାଇଁ ସଚେତନତା ତଥା ପାଣ୍ଠି ସଂଗ୍ରହ ପାଇଁ ରାହୁଲ ଏବଂ ଆଥିୟା ଶେଟ୍ଟୀଙ୍କୁ ବିଭିନ୍ନ କ୍ଷେତ୍ରରୁ ବେଶ ପ୍ରଶଂସା କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...କ୍ରିକେଟରୁ ଅବସର ଘୋଷଣା କଲେ ରାହୁଲ ! ସୋସିଆଲ ମିଡିଆରେ ପୋଷ୍ଟ କରି.. - KL Rahul Retirement Post Viral

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.