ETV Bharat / sports

ବିରାଟ-ରୋହିତଙ୍କୁ ନେଇ ମୋଦିଙ୍କୁ ବଡ କଥା କହିଲେ ଦ୍ରାବିଡ, ଜାଣନ୍ତୁ କଣ ? - Rahul Dravid on RohiRat

PM Modi Meets Team India: 2028 ଅଲିମ୍ପିକ୍ସ ଖେଳିବେ ରୋହିତ ଓ ବିରାଟ । ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ସମୟରେ ଏପରି କହିଲେ ବିଦାୟୀ କୋଚ ରାହୁଲ ଦ୍ରାବିଡ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 6, 2024, 2:29 PM IST

Olympics 2028
Olympics 2028 (ETV BHARAT ODISHA)

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଖେଳିବେ ରୋହି-ରାଟ୍‌ । 2028ରେ ଲସ୍‌ ଆଞ୍ଜେଲ୍ସରେ ଆୟୋଜିତ ଥିବା ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଭାରତୀୟ କ୍ରିକେଟ ଟିମ୍‌ରେ ରୋହିତ ଓ କୋହଲି ମଧ୍ୟ ରହିବେ । ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ ଇଣ୍ଡିଆ ସାକ୍ଷାତକାର ସମୟରେ ଏପରି କହିଛନ୍ତି କୋଚ ରାହୁଲ ଦ୍ରାବାଡି । ଯାହାର ଭିଡିଓ ପ୍ରଧାନମନ୍ତ୍ରୀଙ୍କ ଏକ୍ସ ହ୍ୟାଣ୍ଡେଲରେ ସେୟାର କରାଯାଇଛି ।

'ଅଲିମ୍ପିକ୍ସ ପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି କଣ ?' : ଆସନ୍ତା 2028ରେ ଲସ୍‌ ଆଞ୍ଜେଲ୍ସରେ ଅଲିମ୍ପିକ୍ସ ଆୟୋଜିତ ହେବାକୁ ଯାଉଛି । କ୍ରିକେଟକୁ ଏଥିରେ ସାମିଲ କରାଯାଇଛି । ଗତ ଗୁରୁବାର ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନରେ ଟି 20 ବିଶ୍ବ ବିଜୟୀ ଦଳକୁ ସାକ୍ଷାତ କରିବା ସମୟରେ ଖେଳାଳିଙ୍କ ସହ ମନ ଖୋଲି କଥା ହୋଇଥିଲେ ଓ ଅନୁଭୂତି ବି ପଚାରିଥିଲେ । ଏହି ସମୟରେ ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ ହେବା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ । ମୋଦି କହିଥିଲେ ଯେ, 2028 ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ବିଶ୍ବକପ ପରି ଲୋକେ ମଧ୍ୟ ଅଲିମ୍ପିକ୍ସରେ କ୍ରିକେଟ ଉପରେ ଅଧିକ ଧ୍ୟାନ ଦେବେ । ତେବେ ଅଲିମ୍ପିକ୍ସକୁ ନେଇ କିପରି ପ୍ରସ୍ତୁତ କରାଯାଏ ସନେଇ ପ୍ରଶ୍ନ କରିଥିଲେ ମୋଦି ।

ଏହା ମଧ୍ୟ ପଢନ୍ତୁ-କୋହଲିଙ୍କ ପାଇଁ ଅଲିମ୍ପିକ୍ସକୁ ଫେରିଲା କ୍ରିକେଟ ! ଲସ୍‌ ଆଞ୍ଜେଲ୍ସ ଅଲିମ୍ପିକ୍ସ ଆୟୋଜକ କହିଲେ କାରଣ

ଅଲିମ୍ପିକ୍ସ ଖେଳିବେ ରୋହିତ-ବିରାଟ: ଏହାର ଉତ୍ତରରେ ରାହୁଲ ଦ୍ରାବିଡ କରିଥିଲେ ଯେ, ବହୁତ ଭାଗ୍ୟର କଥା ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇଛି । କ୍ରିକେଟ ପାଇଁ ମଧ୍ୟ ଏହା ଗର୍ବର କଥା । ମୋର ବିଶ୍ବାସ ବିସିସିଆଇ ଏଥି ପାଇଁ ପୁରା ପ୍ରସ୍ତୁତି କରିବେ । ବର୍ତ୍ତାମାନ ଭାରତୀୟ ଟିମ୍‌ରେ ଥିବା ଖେଳାଳି ମଧ୍ୟ ସେହି ସମସୟରେ ଚୟନ ହୋଇଥିବା ଦଳରେ ସାମିଲ ଥିବେ । ରୋହିତ ଓ କୋହଲି ମଧ୍ୟ । ଅଲିମ୍ପିକ୍ସ ପାଇଁ ପୁରା ପ୍ରସ୍ତୁତ କରାଯିବ । ରୋହିତ ଓ ବିରାଟ ଅନ୍ତର୍ତାଜୀୟ ଟି 20ରୁ ଅବସର ନେଇ ସାରିଛନ୍ତି । ଦ୍ରାବିଡଙ୍କ ଏପରି ବୟାନ ପରେ ଉଭୟଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ ।

128 ବର୍ଷ ପରେ ଅଲିମ୍ପିକ୍ସକୁ ଫେରିଛି କ୍ରିକେଟ । 1928 ମସିହାରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ବ୍ରିଟେନ ଏବଂ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିଲା । ଏହା ପରଠାରୁ କେବେଟି କ୍ରିକେଟକୁ ସାମିଲ କରାଯାଇନଥିଲା । ଆମେରିକାର ଲସ୍‌ ଏଞ୍ଜେଲ୍ସରେ ହେବାକୁ ଥିବା 2028 ଅଲିମ୍ପିକ୍ସ କ୍ରୀଡ଼ାରେ କ୍ରିକେଟ ଏକ ଇଭେଣ୍ଟ ଭାବେ ସାମିଲ ହେବ । ଦୀର୍ଘ 2 ବର୍ଷ ହେବ ଆଇସିସି ଏନେଇ ପ୍ରଚେଷ୍ଟା ଚଳାଇ ଆସୁଥିଲା । ଏହାପରେ ଅଲିମ୍ପିକ୍ସ ଗେମ୍ସକୁ କ୍ରିକେଟର ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.