ETV Bharat / sports

ବାପରେ ବାପ... ଏତେ ଟ୍ୟାକ୍ସ ଭରୁଛନ୍ତି କୋହଲି-ଧୋନୀ, ଟପ୍-20ରେ ନାହାଁନ୍ତି ରୋହିତ, ଜାଣନ୍ତୁ କିଏ ଦେଉଛି କେତେ ? - Most Tax Payer Cricketer

author img

By ETV Bharat Odisha Team

Published : Sep 5, 2024, 1:27 PM IST

Updated : Sep 5, 2024, 7:49 PM IST

Most Tax Payer Cricketer: ଭାରତୀୟ କ୍ରିକେଟର ମଧ୍ୟ ଦେଶର ବିକାଶ ପାଇଁ ଭରୁଛନ୍ତି କୋଟି କୋଟି ଟଙ୍କାର ଟ୍ୟାକ୍ସ । ଭାରତୀୟ କ୍ରିକେଟରଙ୍କ ଟ୍ୟାକ୍ସ ରିପୋର୍ଟ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

Indian cricketers
Indian cricketers (ANI PHOTO)

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ଦୁନିଆର ସବୁଠୁ ଧନୀ କ୍ରିକେଟ ବୋର୍ଡ । ବିସିସିଆଇ ପକ୍ଷରୁ ଭାରତୀୟ କ୍ରିକେଟଙ୍କୁ ଗୋଟିଏ ଗୋଟିଏ ମ୍ୟାଚ ପାଇଁ ଲକ୍ଷ ଲକ୍ଷ ଟଙ୍କା ମିଳୁଛି । ଭାରତୀୟ କ୍ରିକେଟ ଟିମରେ ଖେଳାଳିମାନେ ଶାନଦାର ପ୍ରଦର୍ଶନ କରି ଜଣେ ଜଣେ ବ୍ରାଣ୍ଡ ବନିଯାଉଛନ୍ତି । ଏହା ପରେ ଖେଳାଳିମାନେ ବିଭିନ୍ନ ଉତ୍ସରୁ ଆୟ କରନ୍ତି । ଯେପରିକି ବିଜ୍ଞାପନ, ବ୍ରାଣ୍ଡ ଆମ୍ବାସେଡାର ସହିତ ବିଭିନ୍ନ ବ୍ୟବସାୟ କରି ମଧ୍ୟ କୋଟି କୋଟି ରୋଜଗାର କରୁଛନ୍ତି ଷ୍ଟାର ଭାରତୀୟ କ୍ରିକେଟର । ରିପୋର୍ଟରେ ଖୁଲାସା ହୋଇଛି କି କେଉଁ ଭାରତୀୟ କ୍ରିକେଟର କେତେ ଟଙ୍କା ଟ୍ୟାକ୍ସ ଦେଉଛନ୍ତି ।

ଏହା ବି ପଢନ୍ତୁ- ମାତ୍ର 10 ରନରେ ଟିମ୍ ଅଲଆଉଟ୍, 5 ବଲରେ ମ୍ୟାଚ ଶେଷ; ଜାଣନ୍ତୁ କେଉଁଠି ହେଲା ଏହି ଅନ୍ତର୍ଜାତୀୟ ମ୍ୟାଚ୍ ? - ICC Mens T20 World Cup Qualifier

ବିରାଟ କୋହଲି-

Fortune India ରିପୋର୍ଟ ମୁତାବାକ, ଭାରତୀୟ କ୍ରିକେଟର ବିରାଟ କୋହଲି ଦେଶରେ ସମସ୍ତ କ୍ରୀଡାବିତଙ୍କ ତୁଳନାରେ ସବୁଠୁ ଅଧିକ ଟ୍ଯାକ୍ସ ପ୍ରଦାନକାରୀ ଖେଳାଳି । କୋହଲି ବିତ୍ତୀୟ ବର୍ଷ 2024 ପାଇଁ 66 କୋଟି ଟଙ୍କାର ଟ୍ୟାକ୍ସ ଭରିଛନ୍ତି । ସେଥିପାଇଁ କ୍ରିକେଟରେ ସବୁଠୁ ଅଧିକ କର ଦାତା ଖେଳାଳି ହେଲେ ବିରାଟ କୋହଲି । ଏହା ସହିତ କୋହଲି ଦେଶର ଅଧିକ କର ଦାତା 5ମ ସେଲିବ୍ରେଟୀ ହୋଇଛନ୍ତି ।

ଏମଏସ ଧୋନୀ-

ପୂର୍ବତନ ଭାରତୀୟ କ୍ରିକେଟର ତଥା କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଟ୍ୟାକ୍ସ ପ୍ରଦାନରେ ପଛରେ ନାହାଁନ୍ତି । ଧୋନୀ ଦେଶରେ ସବୁଠୁ ଅଧିକ କର ଦାତା କ୍ରିକେଟରଙ୍କ ମଧ୍ୟରେ ଦ୍ବିତୀୟରେ ରହିଛନ୍ତି । ଧୋନୀ ବର୍ଷ 2024 ପାଇଁ 38 କୋଟି କର ଦେଇଛନ୍ତି ।

ଏହା ବି ପଢନ୍ତୁ- Teachers Day 2024: କ୍ରିକେଟରରୁ କ୍ରିକେଟ ଗୁରୁ, ଖେଳାଳି ଭାବେ ଦେଶ ପାଇଁ ସ୍ବନାମ, କୋଚ୍ ଭାବେ ଜିତିଲେ ବିଶ୍ବକପ - Indian cricketer Work As Head Coach

ସଚିନ ତେନ୍ଦୁଲକର-

କ୍ରିକେଟର ଭେଟେରାନ ଖେଳାଳି ତଥା କ୍ରିକେଟର ଭଗବାନ, ଅବସର ଗ୍ରହଣ ପରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର ନଜର ଅଛି । ତେନ୍ଦୁଲକର 2024ରେ 28 କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି ।

ସୌରଭ ଗାଙ୍ଗୁଲି-

ସୋରଭ ଗାଙ୍ଗୁଲି, ହାର୍ଦ୍ଦିକ ପଣ୍ଡ୍ୟା ଏବଂ ରିଷଭ ପନ୍ତ ଟପ୍-10 ଅଧିକ କର ତାଦା କ୍ରିକେଟରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ଗାଙ୍ଗୁଲି ବର୍ଷ 2024 ପାଇଁ 23 କୋଟି ଟଙ୍କାର କର ଭରିଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା- ରିଷଭ ପନ୍ତ-

ମୈଦାନରେ ଦୁଇ କ୍ରିକେଟର ରିଷଭ ଏବଂ ହାର୍ଦ୍ଦିକ ଦୁହେଁ ଦମଦାର କ୍ରିକେଟ ଖେଳିଥାନ୍ତି । ହାର୍ଦ୍ଦିକ ପାଣ୍ୟା 2024 ବର୍ଷ ପାଇଁ 13 କୋଟି ଏବଂ ପନ୍ତ 10 କୋଟି କର ଭରିଛନ୍ତି ।

Last Updated : Sep 5, 2024, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.