ETV Bharat / sports

U19 ବିଶ୍ବକପ୍‌ ଫାଇନାଲ୍‌: ପୁଣି ହୃଦୟ ଭାଙ୍ଗିଲା ଅଷ୍ଟ୍ରେଲିଆ, 79 ରନରେ ହାରିଲା ଭାରତ - ବିଶ୍ବକପ୍‌ ଫାଇନାଲ

Under 19 World Cup Final: 19 ବର୍ଷରୁ କମ ବିଶ୍ବକପ୍‌ ଫାଇନାଲ୍‌ ହାରିଲା ଭାରତ । ଅଷ୍ଟ୍ରେଲିଆ ଠାରୁ 79 ରନରେ ହାରିଲା ଟିମ୍‌ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ 253 ରନ କରିଥିବା ବେଳେ କେବଳ 174 ରନରେ ସମସ୍ତ ୱିକେଟ୍‌ ହରାଇଛି ଭାରତ । ଅଧିକ ପଢ଼ନ୍ତୁ

U19 ବିଶ୍ବକପ୍‌ ଫାଇନାଲ୍‌
U19 ବିଶ୍ବକପ୍‌ ଫାଇନାଲ୍‌
author img

By ETV Bharat Odisha Team

Published : Feb 11, 2024, 9:05 PM IST

Updated : Feb 11, 2024, 9:28 PM IST

ବେନୋନି (ଦକ୍ଷିଣ ଆଫ୍ରିକା): ପୁଣି ଭାରତୀୟଙ୍କ ହୃଦୟ ଭାଙ୍ଗିଲା ଅଷ୍ଟ୍ରେଲିଆ । ପୁଣିଥରେ କଙ୍ଗାରୁ ଦଳ ଠାରୁ ବିଶ୍ବକପ୍‌ ହାରିଲା ଭାରତ । ଦକ୍ଷିଣ ଆଫ୍ରିକାର ବୋନୋନି ଠାରେ ଖେଳାଯାଇଥିବା 19 ବର୍ଷରୁ କମ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ରେ ଭାରତକୁ 79 ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଲିଗ୍‌ ପର୍ଯ୍ୟାୟ ଓ ସେମିରେ ଦମଦାର ପ୍ରଦର୍ଶନ ସତ୍ତ୍ବେ ପୁଣି କଙ୍ଗାରୁ ଦଳ ନିକଟରେ ହାର ମାନିଛନ୍ତି ମେନ୍‌ ଇନ୍‌ ବ୍ଲୁ । ଫାଇନାଲ୍‌ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ 50 ଓଭରରେ 7 ୱିକେଟ୍‌ ହରାଇ 253 ରନ କରିଥିଲା । ଜବାବରେ କେବଳ 174 ରନରେ ସମସ୍ତ ୱିକେଟ୍‌ ହରାଇଛି ଭାରତ । ଫଳରେ ସିନିୟର ଦଳ ପରାଜୟର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଯାଇଥିବା ଜୁନିୟର ଦଳ ମଧ୍ୟ କଙ୍ଗାରୁ ଦଳ ନିକଟରେ ହାର ମାନିଛି ।

ଅଷ୍ଟ୍ରେଲିଆ ବ୍ୟାଟିଂ: ଫାଇନାଲ୍‌ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ ହ୍ୟୁ ୱେଇବ୍‌ଗେନ୍‌ । ଜବାବରେ ଭାରତୀୟ ବୋଲର ମଧ୍ୟ ଆକ୍ରାମକ ବୋଲିଂ କରିଥିଲେ । ଅଷ୍ଟ୍ରେଲିଆର ଦଳୀୟ ସ୍କୋର 16 ହୋଇଥିବାବେଳେ ଓପନର ସାମ୍‌ କୋନଷ୍ଟାସ୍‌ଙ୍କୁ କ୍ଲିନ୍‌ ବୋଲ୍ଡ କରି ପାଭିଲିୟନ ଫେରାଇଥିଲେ ରାଜ ଲିମ୍ବାନୀ । ଅନ୍ୟତମ ଓପନର ହ୍ୟାରୀ ଡିକ୍ସନ ଅଧିନାୟକ ହ୍ୟୁ ୱେଇବ୍‌ଗେନ୍‌ଙ୍କ ସହ ମିଶି ଦଳୀୟ ସ୍କୋରବୋର୍ଡକୁ ଗତି ଦେଇଥିଲେ । ହ୍ୟାରୀ 42 ରନ କରି ଆଉଟ୍‌ ହୋଇଥିବାବେଳେ 48 ରନ କରି ପାଭିଲିୟନ ଫେରିଥିଲେ ୱେଇବ୍‌ଗେନ୍‌ । ଦଳ ପକ୍ଷରୁ କେବଳ ହରଜାସ ସିଂହ (55) ଅର୍ଦ୍ଧଶତକୀୟ ପାଳି ଖେଳିବାରେ ସକ୍ଷମ ହୋଇଥିଲେ । ଓଲିଭର ପିକ୍‌ 46 ରନ କରି ଆଉଟ୍‌ ହୋଇଥିବାବେଳେ ରିୟାନ୍‌ ହିକ୍ସ ଓ ଚାର୍ଲେ ଆଣ୍ଡରସନ୍‌ ଯଥାକ୍ରମେ 20 ଓ 13 ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ଫଳରେ ନିର୍ଦ୍ଧାରିତ 50 ଓଭରରେ 7 ୱିକେଟ୍‌ ହରାଇ 253 ରନ କରିଥିଲେ କଙ୍ଗାରୁ ଦଳ ।

ଭାରତ ବୋଲିଂ: ଏହି ପାଳିରେ ଭାରତ ପକ୍ଷରୁ ରାଜ ଲିମ୍ବାନୀ ସର୍ବାଧିକ 3ଟି ୱିକେଟ୍‌ ଦଖଲ କରିଥିଲେ । ସେ 10 ଓଭରରୁ ମଧ୍ୟ କେବଳ 38 ରନ ବ୍ୟୟ କରି ବେଶ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ । ନମନ ତିୱାରୀ 9 ଓଭରରୁ 63 ରନ ଖର୍ଚ୍ଚରେ 2ଟି ୱିକେଟ୍‌ ହରାଇ ଥିବାବେଳେ ସୌମୀ ପାଣ୍ଡେ ଓ ମୁଶୀର ଖାନ ଗୋଟିଏ ଲେଖାଏଁ ସଫଳତା ଅକ୍ତିଆର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...U19 ବିଶ୍ୱକପ ଫାଇନାଲ; ଟସ୍ ଜିତି କଙ୍ଗାରୁ ଦଳର ବ୍ୟାଟିଂ ନିଷ୍ପତ୍ତି

ଭାରତ ବ୍ୟାଟିଂ: ଅଣ୍ଡର 19 ବିଶ୍ବକପ୍‌ ଚମ୍ପିଆନ୍‌ ହେବା ପାଇଁ ଭାରତ ଆଗରେ 254 ରନ ବିଜୟ ଲକ୍ଷ୍ୟ ରହିଥିଲା । ହେଲେ ଅର୍ଶିନ କୁଲକର୍ଣ୍ଣି ପ୍ରଥମେ ଦଳକୁ ନିରାଶ କରିଥିଲେ । ଦଳୀୟ ସ୍କୋର 3 ରନ ହୋଇଥିବା ବେଳେ ସେ ଆଉଟ୍‌ ହୋଇଥିଲେ । ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଭାରତର ବ୍ୟାଟିଂ ବିପର୍ଯ୍ୟୟ । ଗୋଟିଏ ପଟେ ଓପନର ଆଦର୍ଶ ସିଂହ ୱିକେଟ୍‌ ଜଗି ଖେଳୁଥିବାବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ୱିକେଟ୍‌ ଖସିଥିଲା । ମୁଶୀର ଖାନ କେବଳ 22 ରନ ହିଁ କରିପାରିଥିଲେ । ଆଦର୍ଶ 47 ରନ କରି ଆଉଟ୍‌ ହୋଇଥିବାବେଳେ ଶେଷ ବେଳକୁ 42 ରନ କରିଥିଲେ ମୁରୁଗାନ ଅଭିଷେକ । ଅନ୍ୟମାନଙ୍କ ମଧ୍ୟରେ ନମନ ତିୱାରୀ (14)ଙ୍କ ବ୍ୟତୀତ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ଫଳରେ କେବଳ 174 ରନରେ ସମସ୍ତ ୱିକେଟ୍‌ ହରାଇଥିଲା ଭାରତ ।

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ବେଶ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ମାହ୍‌ଲି ବିଅର୍ଡମ୍ୟାନ୍‌ 7 ଓଭରରେ କେବଳ 15 ରନ ଦେଇ 3 ୱିକେଟ୍‌ ସହିତ ଭାରତୀୟ ବ୍ୟାଟରଙ୍କୁ ବେଶୀ ଅଡ଼ୁଆରେ ପକାଇଥିଲେ । ରାଫ୍‌ ମ୍ୟାକ୍‌ମିଲନ୍‌ ମଧ୍ୟ ବେଶ ପ୍ରଭାବୀ ଢଙ୍ଗରେ ବ୍ୟାଟିଂ କରି 10 ଓଭରରୁ 43 ରନ ବ୍ୟୟ କରି 3 ୱିକେଟ୍‌ ଅକ୍ତିଆର କରିଥିଲେ । କ୍ୟାଲମ ଭିଡଲେର୍‌ 2ଟି ୱିକେଟ୍‌ ନେଇଥିବାବେଳେ ଚାର୍ଲେ ଆଣ୍ଡରସନ୍‌ ଓ ଟମ୍‌ ଷ୍ଟ୍ରେକର୍‌ ଗୋଟିଏ ଲେଖାଏଁ ସଫଳତା ହାସଲ କରି ଦଳର ବିଜୟରେ ସହାୟକ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 11, 2024, 9:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.