ETV Bharat / sports

ଉଦାହରଣ ସାଜିଲେ 'ଉଡାନପରୀ', ଜିତିଲେ 2ଟି ସ୍ବର୍ଣ୍ଣ ପଦକ - ହରିୟାଣାର ଉଡାନପରୀ

Haryana Udanpari Dadi Rambai: ପରିଣତ ବୟସରେ ସୁନାମ ଆଣିଛନ୍ତି 'ଉଡାନପରୀ'। ମଧ୍ୟ ରାମବାଇଙ୍କ ଆତ୍ମବିଶ୍ବାସ ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି। ଅଧିକ ପଢନ୍ତୁ

Rambai Won Gold Medal
Rambai Won Gold Medal
author img

By ETV Bharat Odisha Team

Published : Feb 11, 2024, 5:09 PM IST

Rambai Won Gold Medal

ହାଇଦ୍ରାବାଦ: ଜଣେ ବୃଦ୍ଧା 'ଉଡାନପରୀ' ଭାବେ ବେଶ ପରିଚିତ । ଯଦିଓ ବୟସ ବଢିଛି କିନ୍ତୁ ମନୋବଳ କମିନି। ସେ ହେଉଛନ୍ତି ହରିୟାଣା ଚରଖି ଦାଦ୍ରି ଅଞ୍ଚଳର ରାମବାଇ । ପୂର୍ବଭଳି ସେମିତି ଦୃଢ ଆତ୍ମବିଶ୍ବାସ ରଖି ଜୀବନ ପଥର ଆଗେଇ ଚାଲିଛନ୍ତି ଏହି 107 ବର୍ଷୀୟା ବୃଦ୍ଧା। ହାଇଦ୍ରାବାଦରେ ଆୟୋଜିତ ନ୍ୟାସନାଲ ଆଥଲେଟିକ୍ସ ପ୍ରତିଯୋଗିତାର ବୃଦ୍ଧ ବର୍ଗରେ ସଫଳତା ହାସଲ କରିଛନ୍ତି । ଯେଉଁଥିପାଇଁ ସେ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ ମଧ୍ୟ କରିଛନ୍ତି । ଆଉ 'ଉଡାନପରୀ' ଭାବେ ଜଣାଶୁଣା ଏହି ବୃଦ୍ଧା ପରିଣତ ବୟସରେ ସମସ୍ତଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

ପରିଣତ ବୟସରେ ମଧ୍ୟ ରାମବାଇଙ୍କ ଆତ୍ମବିଶ୍ବାସ ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି । ସୂଚନା ଅନୁସାରେ, ଗତ 6 ଏବଂ 7 ତାରିଖରେ ହାଇଦ୍ରାବାଦରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି 5ମ ନ୍ୟାସନାଲ ମାଷ୍ଟର୍ସ ଆଥଲେଟିକ୍ସ ଚମ୍ପିୟାନ ମିଟରେ ଭାଗ ନେଇଥିଲେ ସାରା ଦେଶରୁ ଅନେକ ପ୍ରତିଯୋଗୀ । ଏଥିରେ ଭଲ ପ୍ରଦର୍ଶନ କରି ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିବା ସହ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ରାମବାଇ ।

ଖାଲି ସେତିକି ନୁହେଁ, ବିଦେଶରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସୁନାମ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାମବାଇ । ଏପରିକି ବିଦେଶ ଯିବା ପାଇଁ ସେ ପାସପୋର୍ଟ ମଧ୍ୟ ପ୍ରସ୍ତୁତ କରି ରଖିଛନ୍ତି । ତାଙ୍କ ସାନ ଝିଅ ସନ୍ତରା ଦେବୀ ମଧ୍ୟ କେଉଁ ଗୁଣରେ କମ ନୁହେଁ । ମା'ଙ୍କଠାରୁ ପ୍ରେରଣା ପାଇଁ ସେ ମଧ୍ୟ ନିକଟରେ 15 ଶହ ମିଟର ଦୌଡରେ ରୌପ୍ୟ ପଦକ ହାସଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ଅସ୍ମିତଙ୍କ ବହୁମୁଖୀ ପ୍ରତିଭା, ବଡ଼ ହୋଇ ଅଭିନେତା ହେବା ଲକ୍ଷ୍ୟ

ଏହା ମଧ୍ୟ ପଢନ୍ତୁ...ପିଏମଙ୍କ 'ମନ କି ବାତ'ରେ ମନର କଥା କହିଲେ ଅକ୍ଷୟ, କହିଲେ-'ଫ୍ଲିଟର ନୁହଁ ଫିଟର ଲାଇଫ୍ ଜିଅନ୍ତୁ'

ତେବେ ଶତାଧିକ ବୟସ୍କ ଜଣେ ବୃଦ୍ଧାଙ୍କ ଏଭଳି ପ୍ରତିଭା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ସବୁଠୁ ବଡ଼ କଥା ହେଉଛି ରାମବାଇ ନିଜ ଫିଟନେସ୍ ପ୍ରତି ସବୁବେଳେ ଧ୍ୟାନ ଦେଇ ଆସିଛନ୍ତି । ହାଇଦ୍ରାବାଦରେ ଆୟୋଜିତ ଆଥଲେଟିକ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଇଥିବାବେଳେ ରାମବାଇଙ୍କୁ ଦେଖି ଉପସ୍ଥିତ ଯୁବବର୍ଗ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ପରିଣତ ବୟସରେ ଏଭଳି ଫିଟ୍ ରହି ସେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଆଉ 'ଉଡାନପରୀ' ଭାବେ ଜଣାଶୁଣା ଏହି ବୃଦ୍ଧା ପରିଣତ ବୟସରେ ମଧ୍ୟ ମନୋବଳ ଦୃଢ ରଖି ସୁନାମ ଆଣିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.