ETV Bharat / sports

U19 ବିଶ୍ୱକପ ଫାଇନାଲ; କଙ୍ଗାରୁ ଦଳକୁ ହରାଇ ଟ୍ରଫି ହାତେଇବା ଲକ୍ଷ୍ୟରେ ଭାରତ

author img

By ETV Bharat Odisha Team

Published : Feb 11, 2024, 10:33 AM IST

U19 World Cup: ଆଇସିସି ୧୯ ବର୍ଷରୁ କମ ପୁରୁଷ ବିଶ୍ୱକପର ଆଜି ଫାଇନାଲ ମ୍ୟାଚ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ମ୍ୟାଚ । ୬ଷ୍ଠ ଥର ଚମ୍ପିଆନ୍ ହୋଇ ରେକର୍ଡ କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ଆଇସିସି ୧୯ ବର୍ଷରୁ କମ ପୁରୁଷ ବିଶ୍ବକପ
IND vs AUS Final

ବେନୋନି: ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଆଉ ମାତ୍ର କିଛି ସମୟର ଅପେକ୍ଷା । ଆରମ୍ଭ ହୋଇଯିବ ଆଇସିସି ୧୯ ବର୍ଷରୁ କମ ପୁରୁଷ ବିଶ୍ୱକପ ଫାଇନାଲ ମୁକାବିଲା । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଜୋରଦାର ଫାଇଟ । ବିଶ୍ୱକପ ହାତେଇବାକୁ ଦୁଇ ଦଳ ମଧ୍ୟରେ ହେବ ଟକ୍କର । ଷଷ୍ଠ ଥର ପାଇଁ ବିଶ୍ବ ବିଜେତା ହେବା ଲକ୍ଷ୍ୟରେ ପଡିଆକୁ ଓହ୍ଳାଇବ ଟିମ ଇଣ୍ଡିଆ । ପୁରୁଷ(ସନିୟର) ବିଶ୍ବକପ ଫାଇନାଲରେ ଯାହା ଭାରତ କରି ପାରିନଥିଲା ତାହା ଆଜି ଜୁନିୟର ଟିମ କରିବ ବୋଲି ସମସ୍ତଙ୍କର ଆଶା । ସେପଟେ କଙ୍ଗାରୁ ଟିମ ମଧ୍ୟ ଭାରତୀୟ ଦଳକୁ ପରାସ୍ତ କରି ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି । ଏଥିପାଇଁ ଦୁଇ ଦଳ ପୁରା ପ୍ରସ୍ତୁତ । ଆଜି ଦିନ ୧ଟା ୩୦ ମିନିଟ ସମୟରେ ଦକ୍ଷିଣ ଆଫ୍ରିକାର ସାହାରା ପାର୍କ ୱିଲୋମୋରେ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।

ସିନିୟର ଯାହା କରିପାରିନଥିଲେ ତାହା କରିବେ ଜୁନିୟର ଟିମ: ଗତବର୍ଷ ନଭେମ୍ବର 19ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇସିସି ପୁରୁଷ ବିଶ୍ବକପର ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ଓ ଭାରତ । ଲିଗ ଠାରୁ ସେମିଫାଇନାଲ ଯାଏଁ ଅପରାଜୟ ରହିଥିବା ଭାରତ ଫାଇନାଲରେ କିନ୍ତୁ ଫେଲ୍ ମାରିଥିଲା । ଶେଷରେ କଙ୍ଗାରୁ ଦଳ ଭାରତ ଠାରୁ ଟ୍ରଫି ଛଡାଇ ନେଇଥିଲା । ସେହି ଦୁଇ ଦଳର ଜୁନିୟର ଟିମ ମଧ୍ୟରେ ଆଜି ଫାଇନାଲ ମୁକାବିଲା ରହିଛି । ଭାରତ ମଧ୍ୟ ଲିଗ ଠାରୁ ସୁପର ୬ ମ୍ୟାଚ ପର୍ଯ୍ୟନ୍ତ ଅପରାଜୟ ରହିଛି । ଏହି ଧାରା ବଜାୟ ରଖି ଆଜି କଙ୍ଗାରୁ ଦଳକୁ ହରାଇ ଭାରତୀୟ ଦଳ ଟ୍ରଫି ହାତାଉ ବୋଲି ସମସ୍ତଙ୍କ ଆଶା । ଯେଉଁ ସ୍ୱପ୍ନ ଆଇସିସି ପୁରୁଷ ବିଶ୍ୱକପରେ ପୂରଣ ହୋଇପାରିନଥିଲା ତାହା ଭାରତୀୟ ଜୁନିୟର ଦଳ ଆଜି ପୂରଣ କରିବ ।

ଏହା ମଧ୍ୟ ପଢନ୍ତୁ-U19 ବିଶ୍ବକପ୍‌: ଉଦୟ-ସଚିନଙ୍କ ଲଢ଼ୁଆ ପାଳି; ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଭାରତ

ଦୁଇ ଥର ବିଶ୍ୱକପରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ: ୨୦୧୨ ଓ ୨୦୧୮ ମସିହାରେ ଖେଳାଯାଇଥିବା ୧୯ ବର୍ଷରୁ କମ ପୁରୁଷ ବିଶ୍ୱକପ ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହୋଇଥିଲା । ୨ ଥର ଯାକ ଭାରତର ବିଜୟ ହୋଇଥିଲା । ୨୦୧୨ ରେ ଉନ୍ମୁକ୍ତ ଚାନ୍ଦଙ୍କ ଅଧିନାୟକତ୍ୱରେ ଭାରତ ଟାଇଟଲ୍ ଜିତିଥିଲା ​​। ଫାଇନାଲରେ ଭାରତ ୧୪ଟି ବଲ ବାକି ଥାଇ ଅଷ୍ଟ୍ରେଲିଆ ଦେଇଥିବା ୨୨୫ ରନର ଲକ୍ଷ୍ୟ ହାସଲ କରିଥିଲା । ୨୦୧୮ର ଫାଇନାଲରେ ଭାରତ ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହୋଇଥିଲା । ସେହି ସମୟରେ ଅଷ୍ଟ୍ରେଲିଆକୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଥିଲା। ପୃଥ୍ୱବୀ ସ୍ୱଙ୍କ ଅଧିନାୟକତ୍ୱରେ ଭାରତ ୨ ୱିକେଟ୍ ହରାଇ ଅଷ୍ଟ୍ରେଲିଆ ଦେଇଥିବା ୨୧୬ ରନ୍ ଲକ୍ଷ୍ୟ ହାସଲ କରିଥିଲା । ଏହି ସିରିଜରେ ଶୁବମନ ଗିଲ ପ୍ଲେୟାର ଅଫ୍ ଦି ସିରିଜ ଭାବରେ ବିବେଚିତ ହୋଇଥିଲେ ।

ଚଳିତ ବିଶ୍ୱକପ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି । ବର୍ତ୍ତମାନ ସୁଦ୍ଧା ଗୋଟିଏ ମ୍ୟାଚରେ ବି ଦଳ ପରାଜିତ ହୋଇନାହିଁ । ଅଧିନାୟକ ଉଦୟ ସହାରନ, ସଚିନ, ମୁସିର ଫର୍ମରେ ରହିଛନ୍ତି । ଏମାନଙ୍କ ବ୍ୟାଟରେ ଆଜି ଭଲ ରନ ଆସିପାରେ ବୋଲି ଦଳ ଆଶାବାଦୀ । ସେହିପରି ବୋଲିରେ ନମନ ତିଓ୍ବାରୀ ଓ ସୌମ୍ୟ ବିପକ୍ଷ ଦଳ ପ୍ରତି ଘାତକ ସାଜିପାରନ୍ତି । ଚଳିତ ସିଜିନରେ ଉଭୟଙ୍କ ପ୍ରଦର୍ଶନ ଭଲ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.