ETV Bharat / sports

ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ଟୁର୍‌:  T20ରେ ସୂର୍ଯ୍ୟ-ODIରେ ରୋହିତ, ଗାଏକଓ୍ବାଡେ-ଅଭିଶେଖଙ୍କୁ ଅଣଦେଖା, ବ୍ୟାକ୍ କଲେ ବିରାଟ - India Squad for Sri Lanka Tour

author img

By ETV Bharat Odisha Team

Published : Jul 19, 2024, 8:27 AM IST

Updated : Jul 19, 2024, 10:09 AM IST

India Squad for Sri Lanka Tour: ଶ୍ରୀଲଙ୍କା ବିପକ୍ଷ ଟି-20 ଓ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ଟି20ରେ ସୂର୍ଯ୍ୟକୁମାର ଓ ଦିନିକିଆରେ ରୋହିତ ଅଧିନାୟକ । ଅଧିକ ପଢନ୍ତୁ

India Squad for Sri Lanka Tour
India Squad for Sri Lanka Tour (@BCCI)

ହାଇଦ୍ରାବାଦ: ଅପେକ୍ଷାର ଅନ୍ତ ଘଟିଲା । ଶ୍ରୀଲଙ୍କା ଟୁର୍‌ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ । ଉଭୟ ଟି20 ଓ ଦିନିକିଆ ସିରିଜ ପାଇଁ 16 ଜଣିଆ ଦୁଇଟି ସ୍କ୍ବାର୍ଡ ଘୋଷଣା ହୋଇଛି । ଟି20ରେ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଦିନିକିଆର ଟିମ୍‌ ଇଣ୍ଡିଆର କମାଣ ରୋହିତ ଶର୍ମାଙ୍କ କାନ୍ଧରେ ନ୍ୟସ୍ତ କରିଛି ଚୟନ କର୍ତ୍ତା ଟିମ୍‌ । ସେହିପରି ଶୁବମନ ଗିଲ ଉଭୟ ସିରିଜରେ ଉପ ଅଧିନାୟକ ରହିବେ । ଦିନିକିଆରେ ଶ୍ରେୟସ ଆୟର ଓ କେଏଲ ରାହୁଲ ଦଳକୁ ଫେରିଥିବା ବେଳେ ଗାଏକଓ୍ବାଡେ ଓ ଅଭିଶେଖଙ୍କୁ ଦଳରେ ସ୍ଥାନ ମିଳିନାହିଁ । ସେହିପରି ଟି20 ବିଶ୍ବକପରେ ଚହଲଙ୍କୁ ଚୟନ କରାଯାଇଥିଲେ ମଧ୍ୟ ଏକାଦଶରେ ସ୍ଥାନ ମିଳିନଥିଲା । ଏଥର କିନ୍ତୁ ଶ୍ରୀଲଙ୍କା ଟୁର୍‌ ପାଇଁ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଆସନ୍ତା 22 ତାରିଖରେ ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଦଳ ।

ପାଣ୍ଡ୍ୟାଙ୍କ ବଦଳରେ ସୂର୍ଯ୍ୟଙ୍କୁ ଭରସା: ପୂର୍ବରୁ ଚର୍ଚ୍ଚା ହେଉଥିଲା ଟି20ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ବ ମିଳିପାରେ । କାହିଁକି ନା ଟି-20 ବିଶ୍ବକପର ବେଳେ ଦଳ ଉପ ଅଧିନାୟକ ରହିଥିଲେ ସେ । ରୋହିତ ଟି 20ରୁ ଅବସର ନେବା ପରେ ତାଙ୍କ ଏହି ଫର୍ମାଟରେ ଅଧିନାୟକ ଦାୟିତ୍ବ ମିଳିପାରେ ବୋଲି କୁହାଯାଉଥିଲା । କିନ୍ତୁ ତାଙ୍କ ବଦଳରେ ସୂର୍ଯ୍ୟଙ୍କ ଉପରେ ଭରସା କରିଛି ଚୟନକର୍ତ୍ତା ଟିମ୍‌ ।

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସ ଇତିହାସରେ ଅଜବ-ଗଜବ କ୍ରୀଡା; ସ୍ୱିମିଂ ହଡଲ୍ସ, ଘୋଡା ଉପରେ ଡ୍ୟାନ୍ସ... - Paris Olympic 2024

ରୋହି-ରାଟଙ୍କୁ ମିଳିଲାନି ବିଶ୍ରାମ: ଶ୍ରୀଲଙ୍କା ଟୁର୍‌ରେ ରୋହିତ ଓ କୋହଲି ଯିବେନି ବୋଲି ଚର୍ଚ୍ଚା ହୋଉଥିଲା । ଟି 20ରୁ ଅବସର ନେଇଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ଉଭୟଙ୍କୁ ବିଶ୍ରାମ ଦେବାକୁ ଚିନ୍ତା କରୁଥିଲା ବିସିସିଆଇ । କିନ୍ତୁ ତାହା ହେଲାନାହିଁ । ଦିନିକିଆ ସିରିଜ ପାଇଁ ଦୁଇ ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆୟାଇଛି । ରୋହିତ ଅଧିନାୟକ ରହିବେ । କେବଳ ଜାଡେଜା ଓ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି ।

T20 ସ୍କ୍ବାର୍ଡ: ସୂର୍ଯ୍ୟକୁମା ଯାଦବ (ଅଧିନାୟକ), ଶୁବମନ ଗିଲ୍‌ (ଉପ ଅଧିନାୟକ), ଯଶସ୍ବୀ ଜୈଶ୍ବାଲ, ରିୟାନ ପରାଗ, ରିଙ୍କୁ ସିଂ, ଋଷଭ ପନ୍ତ, ସଞ୍ଜୁ ସାମସନସ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୂବେ, ଅକ୍ଷର ପଟେଲ, ଓ୍ବାସିଂଟନ, ଅର୍ଶଦୀପ, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ଖଲିଲ ଅହମ୍ମଦ ।

ODI ସ୍କ୍ବାର୍ଡ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ (ଉପଅଧିନାୟକ) , ବିରାଟ କୋହଲି, କେଏଲ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତ, ଶିବମ ଦୁବେ, କୁଳଦୀପ ଯାଦବ, ମହମ୍ମଗ ସିରାଜ, ଓ୍ବାସିଂଟନ ସୁନ୍ଦର, ଅର୍ଶଦୀପ ସିଂହ, ରିୟାନ ପରାଗ, ଅକ୍ଷର ପଟେଲ, ଖିଲିଲଅହମ୍ମଦ, ହର୍ଷିତ ରାଣା ।

Last Updated : Jul 19, 2024, 10:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.