ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ ଖେଳିବେ ସରଥ କମଲ, ଜାଣନ୍ତୁ କେମିତି କରିଛନ୍ତି ପ୍ରସ୍ତୁତି ? - SHARATH KAMAL EXCLUSIVE

author img

By ETV Bharat Odisha Team

Published : Mar 30, 2024, 10:13 AM IST

Sharath Kamal Exclusive Interview: ପ୍ୟାରିସ ଅଲିମ୍ପିକ୍ସରେ ମେଡାଲ ହାସଲ ଲକ୍ଷ୍ୟ ରଖିଛନ୍ତି ଟେବୁଲ ଟେନିସ ଖେଳାଳି ଅଚନ୍ତା ସରଥ କମଲ । ଇଟିଭି ଭାରତରେ ଦେଖନ୍ତୁ ତାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର । ଅଧିକ ପଢନ୍ତୁ

Achanta Sharath Kamal
Achanta Sharath Kamal

କୋଲକାତା: ଆସନ୍ତା ଜୁଲାଇ ମାସରୁ ଫ୍ରାନ୍ସରେ ଆୟୋଜିତ ହେବ ପ୍ୟାରିସ ଅଲିମ୍ପିକ୍ସ । ଭାରତୀୟ ଷ୍ଟାର ଟେବୁଲ ଟେନିସ ଖେଳାଳି ଅଚନ୍ତା ସରଥ କମଲ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି । ଟେବୁଲ୍ ଟେନିସ୍ ଖେଳାଳି ଭାବେ ବିଶ୍ୱରେ 35ତମ ସ୍ଥାନରେ ରଛନ୍ତି ସରଥ କମଲ । କମନଓ୍ବେଲଥ ଗେମ୍ସରେ ସେ 7ଥର ଗୋଲ୍ଡ ମେଡାଲ ଓ ଏସିଆନ ଗେମ୍ସରେ ସେ 2ଥର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ବୁଧବାର ପ୍ରକାଶ ପାଇଥିବା ବିଶ୍ୱ ମାନ୍ୟତାରେ ଶରଥ କମଲ ଭାରତୀୟ ପ୍ୟାଡଲର ତାଲିକାରେ ଶୀର୍ଷରେ ରହିଛନ୍ତି । ପ୍ୟାରିସ ଅଲିମ୍ପିକ୍ସ ଖେଳିବା ପୂର୍ବରୁ ସେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି । ପଞ୍ଚମ ଥର ପାଇଁ ସେ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି ।

ପ୍ରଶ୍ନ: ପ୍ୟାରିସ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବରେ ଆପଣ ଭାରତର ପତକା ଧରିବେ। ଏହାକୁ କିପରି ଦେଖୁୂଛନ୍ତି ?

ଅଚନ୍ତା ସରଥ କମଲଙ୍କ ଉତ୍ତର: ''ମୁଁ ପ୍ରଥମେ ଏହାକୁ ବିଶ୍ବାସ କରିପାରୁନଥିଲି । ମୁଁ ଭାବୁଛି ଅଲିମ୍ପିକ୍ସରେ ଜାତୀୟ ପତାକା ଧରିବାର ସୁଯୋଗ ଏକ ବିଶେଷ ସମ୍ମାନ | ଏହି ଦାୟିତ୍ବ ଦେଶର ଟେବୁଲ ଟେନିସ ଖେଳାଳିଙ୍କ ପାଇଁ ଗର୍ବ ଏବଂ ସମ୍ମାନର ବିଷୟ । ''

ପ୍ରଶ୍ନ: ଚଳିତବର୍ଷ ଉଭୟ ଭାରତୀୟ ମହିଳା ଏବଂ ପୁରୁଷ ଦଳ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି । ଏହି ଚ୍ୟାଲେଞ୍ଜକୁ ଆପଣ କିପରି ଗ୍ରହଣ କରିବେ ?

ସରଥ କମଲ : ''ଚ୍ୟାଲେଞ୍ଜ ଅପେକ୍ଷା ଆମ ଆତ୍ମବିଶ୍ୱାସ ଅଧିକ ସୁଦୃଢ ହୋଇଛି । ପ୍ରଥମ ଥର ପାଇଁ ଆମର ମହିଳା ଏବଂ ପୁରୁଷ ଦଳ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା ଦର୍ଶାଏ ଯେ ଆମେ ଭଲ ଖେଳୁଛୁ । ଆମେ ବିଶ୍ୱ ସ୍ତରରେ ପ୍ରତିଯୋଗିତା କରିଛୁ । ଆମର ମହିଳା ଟିମ ବିଶ୍ୱ ଚାମ୍ପିଆନସିପରେ ଚୀନ୍ ବିପକ୍ଷରେ 2-1ରେ ଆଗୁଆ ରହିଥିଲେ । ଟେବୁଲ୍ ଟେନିସ୍ ଆଗ ଅପେକ୍ଷା ବର୍ତ୍ତମାନ ଅଧିକ ଆଗକୁ ଯାଇଛି ।''

ଏହା ମଧ୍ୟ ପଢନ୍ତୁ-Tokyo Olympics, INTERVIEW: କମଲ କହିଲେ ଭଲ ପ୍ରଦର୍ଶନ ସତ୍ତ୍ବେ ମିଳିଲାନି ସଫଳତା

ପ୍ରଶ୍ନ : ବିଶ୍ୱ ମାନ୍ୟତାରେ ଏହା ଦେଖାଯାଏ ଯେ ଆପଣ, ଜି ସାଥିଆନ୍, ମାନବ ଠାକୁର ଉପରକୁ ଉଠିଛନ୍ତି । ମୋନିକା ବଥ୍ର ଶୀର୍ଷକୁ ଆସିଛନ୍ତି । ଏହି ସଫଳତା ଆପଣଙ୍କ ପ୍ୟାରିସ ଅଲମ୍ପିକ୍ସ ପ୍ରସ୍ତୁତିକୁ ସାହାଯ୍ୟ କରିବ । କଣ ଏହା ଆପଣ ସମସ୍ତଙ୍କୁ ମାନସିକ ସ୍ତରରେ ଉତ୍ସାହିତ କରିବ କି ?

ସରଥ କମଲ: '' ନିଶ୍ଚିନ୍ତ ଏହା ଆମ ପ୍ରସ୍ତୁତିରେ ସାହାଯ୍ୟ କରିବ । ଏହା ମାନସିକ ସ୍ତରରେ ଆମକୁ ଉତ୍ସାହିତ କରିବ , ଏଥିରେ କୌଣସି ସନ୍ଦେହ ନାହିଁ । ଯେତେବେଳେ ଆମେ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲୁ, ସେତେବେଳେ ଆମର ଆତ୍ମବିଶ୍ୱାସ ବଢିଯାଇଥିଲା । ସେବେଠାରୁ ଆମର ପ୍ରଦର୍ଶନ ଭଲ ହେଉଛି । ବର୍ତ୍ତମାନ ଆମର ଲକ୍ଷ୍ୟ ଅଲମ୍ପିକ୍ସ ପୂର୍ବରୁ ବିଶ୍ୱ ମାନ୍ୟତାରେ ଟିକେ ଅଧିକ ଉପରକୁ ଉଠିବା । ''

ପ୍ରଶ୍ନ: ଚୀନ୍ ଏବଂ ଚାଇନିଜ୍ ତାଇପେଇ ସହ ପ୍ରତିଦ୍ବନ୍ଦ୍ବିତା କରିବା କଠିନ ଅଟେ । ଅଲିମ୍ପିକ୍ସରେ ମଧ୍ୟ ଏହି ଦୁଇଟି ଟିମ ସହ ମହା ମୁକାବିଲା କରିବାକୁ ପଡିବ । ଏଥିପାଇଁ କେଉଁ ପ୍ରକାରର ପ୍ରସ୍ତୁତି ଆବଶ୍ୟକ ବୋଲି ଭାବୁଛନ୍ତି ?

ସରଥ କମଲ: ''ଆମେ ଏସିଆ ମହାଦେଶରେ ଅନେକ ଟୁର୍ଣ୍ଣାମେଣ୍ଟ ଖେଳି ସାରିଛୁ । ମୁଁ ୟୁରୋପରେ ମଧ୍ୟ ଖେଳିଛି । ମୁଁ ବିଭିନ୍ନ ପରିବେଶରେ ଖେଳିଛି । ଆମ ପାଖରେ ଆଉ ଚାରି ମାସ ଅଛି । ପ୍ରସ୍ତୁତି ଜୋରଦାର କରିବି । ମୁଁ ଏହା ମଧ୍ୟରେ ଅଧିକ ମ୍ୟାଚ୍ ଖେଳିବାକୁ ଚାହୁଁଛି । ମୁଁ ଚୀନ୍, କୋରିଆ, ଜର୍ମାନୀ, ଫ୍ରାନ୍ସରେ ତାଲିମ ନେଇ ନିଜକୁ ପ୍ରସ୍ତୁତ କରିବାକୁ ଚାହୁଁଛି । ''

ପ୍ର: ସୌରଭ ଚକ୍ରବର୍ତ୍ତୀ ତୁମର ପୂର୍ବତନ ସାଥୀ ଖେଳାଳି । ବର୍ତ୍ତମାନ ସେ ଭାରତୀୟ ଦଳର କୋଚ୍। ଯେତେବେଳେ ଭାରତୀୟ ଦଳ ନିକଟରେ ସଫଳତା ହାସଲ କରିଥିଲା ସେତେବେଳେ ସୌରଭ ମଧ୍ୟ କୋଚ ଥିଲେ। ଏବେବି କଣ ବାହର ଦେଶର କୋଚ ଆବଶ୍ୟକତା ଅଛି କି?

ସରଥ କମଲ: ''ଏହା ଆବଶ୍ୟକ କି ନୁହେଁ ମୁଁ କହିବି ନାହିଁ । ଆମକୁ କେବଳ ପ୍ୟାରିସ୍ ଅଲିମ୍ପିକ୍ସ ବିଷୟରେ ନୁହେଁ ବରଂ ପ୍ରାୟ 2028 ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡିବ । ବାହାର ଦେଶର କୋଚ୍ ଆସିବେ । SAI ଏବଂ ଫେଡେରେସନ୍ ସହିତ ଆଲୋଚନା ଚାଲିଛି । କିଛି କୋଚଙ୍କୁ ସାକ୍ଷାତକାର ଦେଇଛନ୍ତି । ଆଶା କରୁଛି ଶୀଘ୍ର ଜଣେ ବିଦେଶୀ କୋଚ୍ ଆସିବେ । ''

ପ୍ରଶ୍ନ: ଅଲିମ୍ପିକ୍ସ ପ୍ରସ୍ତୁତି କିପରି କରିଛନ୍ତି ?

ସରଥ କମଲ: ''ଆମ ହାତରେ 4 ମାସ ସମୟ ଅଛି, ଏହି ଚାରି ମାସରେ ଆମେ ପ୍ରସ୍ତୁତ କରିବୁ । ''

ପ୍ରଶ୍ନ: ଆପଣ କୌଣସି ବିଦେଶୀ କୋଚଙ୍କୁ ସୁପାରିଶ କରିଛନ୍ତି କି?

ସରଥ କମଲ: ''ନା, ସେପରି କିଛି ନାହିଁ । କଥାବାର୍ତ୍ତା ଚାଲିଛି । ଏପର୍ଯ୍ୟନ୍ତ କୌଣସି ନାମ ଚୂଡ଼ାନ୍ତ ହୋଇନାହିଁ। ''

ପ୍ରଶ୍ନ: ଆପଣଙ୍କ ବୟସ ବର୍ତ୍ତମାନ 42 ବର୍ଷ । ଆପଣ ସିଙ୍ଗାପୁର ଓପନରେ କ୍ୱାର୍ଟର ଫାଇନାଲରେ ପହଞ୍ଚଛନ୍ତି । ଏହି ବୟସରେ ଖେଳିବା ପାଇଁ ଆପଣଙ୍କର ପ୍ରେରଣା କ’ଣ?

ସରଥ କମଲ: ''ଅଲିମ୍ପିକ୍ ପଦକ ଜିତିବା ମୋ ପାଇଁ ପ୍ରେରଣା । ମୁଁ ଏସୀୟ ଗେମ୍ସ ଏବଂ କମନୱେଲଥ ଗେମ୍ସରେ ପଦକ ଜିତିଥିଲି, କିନ୍ତୁ ଅଲମ୍ପିକ୍ସରେ ପାଇନି । ମୁଁ ଆଶା କରୁଛି ମୁଁ ପ୍ୟାରିସରେ ସେହି ସ୍ୱପ୍ନକୁ ପୂରଣ କରିପାରିବି । ମୁଁ ସେହି ଲକ୍ଷ୍ୟ ସହିତ ପ୍ୟାରିସ ଯିବି । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.