ETV Bharat / sports

10ଟି ଆଇସିସି ଇଭେଣ୍ଟରେ ଭାରତର ଟପ୍ ସ୍କୋରର, ଜାଣନ୍ତୁ ରୋହିତ-କୋହଲି ନା ଆଉ କିଏ ? - last 10 icc events white ball

author img

By ETV Bharat Odisha Team

Published : Jun 27, 2024, 4:21 PM IST

last 10 icc events white ball indias leading run scorer: ଚଳିତ ଟି-20 ବିଶ୍ବକପରେ ଭାରତ ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି କ୍ୟାପଟେନ ରୋହିତ ଶର୍ମା । ସେ ଏହି ବିଶ୍ବକପରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ 92 ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: ଟି-20 ବିଶ୍ବକପରେ ଭାରତ-ଲଂଲଣ୍ଡ ସେମି ଫାଇନାଲ ଲଢେଇ ପୂର୍ବରୁ ଭାରତର ଆଇସିସି ଇଭେଣ୍ଟରେ ବ୍ୟାଟରଙ୍କ ପ୍ରଦର୍ଶନ ଉପରେ ଚର୍ଚ୍ଚା ସୃଷ୍ଟି ହୋଇଛି । ବିଗତ କିଛି ଆଇସିସି ଇଭେଣ୍ଟର ନକ୍ ଆଉଟ୍ ମ୍ୟାଚ ଡାଟା ଦେଖିଲେ ବୋଲିରଙ୍କ ଅପେକ୍ଷା ବ୍ୟାଟର ଅଧିକ ନିରାଶ କରିଛନ୍ତି । ବିଶେଷ କରି ସେମି ଏବଂ ଫାଇନାଲ ଲଢେଇରେ ବ୍ୟାଟର ହିଁ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ସେ 2023 ବିଶ୍ବକପ ଫାଇନାଲ ହେଉକି 2022 ଟି-20 ବିଶ୍ବକପ ସେମି ଫାଇନାଲ, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପାଇଁ କାଳ ସାଜୁଛି । ତେବେ ନଜର ପକାନ୍ତୁ କେଉଁ କେଉଁ ବ୍ୟାଟର ଭାରତ ପାଇଁ ଆଇସିସି ଇଭେଣ୍ଟରେ ଶ୍ରେଷ୍ଠ ଇଂନିସ ଖେଳି ତ୍ରାଣକର୍ତ୍ତା ସାଜିଛନ୍ତି । ତେବେ ଶେଷ 10 ଟି ଆଇସିସି ଇଭେଣ୍ଟ ଦେଖିଲେ ଭାରତ ପକ୍ଷରୁ ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ ଏବଂ ଶେଖର ଧାଓ୍ୱନ ଟପ ସ୍କୋରର ରହିଛନ୍ତି ।

ଆଇସିସି ଇଭେଣ୍ଟରେ ବେଷ୍ଟ ବ୍ୟାଟର-

2012 ଟି-20 ବିଶ୍ବକପରେ ବିରାଟ କୋହଲି ଭାରତର ବେଷ୍ଟ ବ୍ୟାଟର ଥିଲେ । ସେ 185 ରନ ସ୍କୋର କରିଥିଲେ ।

2013 ଚମ୍ପିଆନ୍ସଟ୍ରଫିରେ ଶିଖର ଧାଓ୍ବନ 363 ରନ ସ୍କୋର କରିଥିଲେ ।

2014 ଟି-20 ବିଶ୍ବକପରେ ବିରାଟ କୋହଲି 319 ରନ ସ୍କୋର କରିଥିଲେ ।

2015 ଦିନିକିଆ ବିଶ୍ବକପରେ ଶିଖର ଧାଓ୍ବନ 412 ରନ ସ୍କୋର କରିଥିଲେ ।

2016 ଟି-20 ବିଶ୍ବକପରେ ବିରାଟ କୋହଲି 273 ରନ ସ୍କୋର କରିଥିଲେ ।

2017 ଚମ୍ପିଆନ୍ସଟ୍ରଫିରେ ଶିଖର ଧାଓ୍ବନ 338 ରନ ସ୍କୋର କରିଥିଲେ ।

2019 ବିଶ୍ବକପରେ ରୋହିତ ଶର୍ମା 648 ରନ ସ୍କୋର କରିଥିଲେ ।

2021 ଟି-20 ବିଶ୍ବକପରେ କେଏଲ୍ ରାହୁଲ 194 ରନ ସ୍କୋର କରିଥିଲେ ।

2022 ଟି-20 ବିଶ୍ବକପରେ ବିରାଟ କୋହଲି 296 ରନ ସ୍କୋର କରିଥିଲେ ।

2023 ଦିନିକିଆ ବିଶ୍ବକପରେ ବିରାଟ କୋହଲି 765 ରନ ସ୍କୋର କରିଥିଲେ ।

ତେବେ ଆଜିର ଟି-20 ବିଶ୍ବକପ ସେମିଫାଇନାଲ ଲଢେଇରେ ଭାରତ -ଇଂଲଣ୍ଡ ଟକ୍କର ଉପରେ ସମସ୍ତଙ୍କ ନଜର ରହିଛି । ଏଥର ବିଶ୍ବକପରେ ଭାରତ ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି କ୍ୟାପଟେନ ରୋହିତ ଶର୍ମା । ସେ ଏହି ବିଶ୍ବକପରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ 92 ରନର ବିସ୍ଫୋରକ ଇନିଂସ ଖେଳି ଫର୍ମକୁ ଫେରିଥିବା ବେଳେ ବର୍ତ୍ତମାନ ରୋହିତଙ୍କ ବ୍ୟାଟ ଉପରେ ସମସ୍ତଙ୍କ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.