ETV Bharat / sports

ଏକ ଯୁଗର ଅବସାନ, T20ରୁ ସନ୍ନ୍ୟାସ ନେଲେ କିମ୍ବଦନ୍ତୀ ରୋହିତ-କୋହଲି - T20 World Cup 2024

author img

By ETV Bharat Odisha Team

Published : Jun 30, 2024, 8:17 AM IST

Updated : Jun 30, 2024, 8:42 AM IST

Rohit Sharma and Virat Kohli Retirement: ଅନ୍ତର୍ଜାତୀୟ ଟି20 କ୍ରିକେଟରେ ଏକ ଯୁଗର ଅବସାନ ଘଟିଛି । ବିଶ୍ବକପ ଆଣି ଟି20ରୁ ସନ୍ନ୍ୟାସ ନେଲେ ବିରାଟ ଓ ରୋହିତ । ଅଧିକ ପଢନ୍ତୁ

Virat Kohli
Rohit Sharma (@BCCI)

ହାଇଦ୍ରାବାଦ: ଟି20 ବିଶ୍ବକପ ଭାରତକୁ ଆସିଛି... 140 କୋଟି ଭାରତୀୟଙ୍କ ଛାତି ଖୁସିରେ କୁଣ୍ଢେମୋଟ ହୋଇଛି । ବିଶ୍ବକପ ଆଣିବା ପରେ ବଡ ଘୋଷଣା କରିଥିଲେ ରୋହି-ରାଟ । ଯାହା ବିଜୟର ଖୁସି ଭିତରେ ସମସ୍ତଙ୍କୁ ଦୁଃଖିତ କରିଥିଲା । ଦୁଇ କିମ୍ବଦନ୍ତୀ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଫଳରେ ଟି20ରେ ଏକ ଯୁଗର ଅବସାନ ଘଟିଛି । ଶେଷ ମ୍ୟାଚରେ ରୋହିତଙ୍କ ନେତୃତ୍ୱରେ ବିଶ୍ବ ବିଜୟୀ ହେଲା ଭାରତ । ବିରାଟ ଖେଳିଲେ ବିରାଟ ପାଳି । ମ୍ୟାଚ ସରିବା ପରେ ଅବସର ଘୋଷଣା କରିଥିଲେ କୋହଲି ଓ ରୋହିତ । ଉଭୟଙ୍କ ଅବସର ଘୋଷଣା କ୍ରିକେଟ ଫ୍ୟାନ୍ସକୁ ବ୍ୟଥିତ କରିଛି ।

ମ୍ୟାନ ଅଫ ଦ ମ୍ୟାଚ ହେବା ପରେ କୋହଲିଙ୍କ ଅବସର ଘୋଷଣା, ସାମ୍ବାଦିକ ସମ୍ମିଳନୀରେ ରୋହିତ : ପୁରା ଟୁର୍ଣ୍ଣାମେଣ୍ଟରେ କୋହଲି ଭଲ ପ୍ରଦର୍ଶନ କରିନପାରି ସମାଲୋଚନାର ଶିକାର ହୋଇଥିଲେ । କିନ୍ତୁ ଶେଷ ମ୍ୟାଚରେ ସେ କମାଲ କରିଥିଲେ । ଗୋଟିଏ ପରେ ଗୋଟିଏ ଓ୍ବିକେଟ ଯାଉଥିବା ବେଲେ ସେ କ୍ରିଜରେ ଛିଡା ହୋଇ ଏକା ଲଢିଥିଲେ । 59 ବଲରେ 76 ରନ କରିଥିଲେ କୋହଲି । ମ୍ୟାଚ ସରିବା ପରେ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ କୋହଲି । ଏହି ସମୟରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ଘୋଷଣା କରିଥିଲେ । ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ ଅବସର ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଭାବବିହ୍ୱଳ ଖେଳାଳି, ଆତ୍ମହରା ଦେଶବାସୀ... ସବୁଠି ସେଲିବ୍ରେସନ - India celebration after Victory

'ପରବର୍ତ୍ତୀ ପିଢିକୁ ସୁଯୋଗ ଦେବାର ସମୟ ଆସିଛି' : କୋହଲି କହିଥିଲେ, ଏହା ମୋର ଶେଷ ଟି20 ବିଶ୍ୱକପ ଥିଲା, ଏହା ହିଁ ହାସଲ କରିବାକୁ ଚାହୁଁଥିଲୁ । ଭାରତ 11 ବର୍ଷ ପରେ ଆଇସିସି ଟ୍ରଫି ହାସଲ କରିଛି । ଦିନେ ଆପଣଙ୍କୁ ଲାଗିକ କି ରନ କରିପାରିବେ ନାହିଁ, କିନ୍ତୁ ଭଗବାନ ମହାନ । ଏହା ଭାରତ ପାଇଁ ମୋର ଶେଷ ଟି 20 ବିଶ୍ବକପ । ଆମେ ବିଶ୍ବ ବିଜୟୀ ହେବାକୁ ଚାହୁଁଥିଲୁ । ଯଦି ଆମ ଦଳ ହାରିଥାନ୍ତା ତେବେ ମୁଁ ଅବସର ଘୋଷଣା ମଧ୍ୟ କରିଥାନ୍ତି । ପରବର୍ତ୍ତୀ ପିଢିକୁ ସୁଯୋଗ ଦେବାର ସମୟ ଆସିଛି ।

ବିଶ୍ବକପରୁ ଆରମ୍ଭ ବିଶ୍ବକପରେ ଶେଷ: ବିରାଟ କୋହଲିଙ୍କ ପରେ ମ୍ୟାଚ ସରିବା ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ ଅନ୍ତର୍ଜାତୀୟ ଟି20ରୁ ଅବସର ଘୋଷଣା କରିଥିଲେ । ସେ କହିଥିଲେ, ଏହା ମୋର ଶେଷ ଟି20 ମ୍ୟାଚ ଥିଲା । ଖେଳିବା ସମୟରେ ଏହି ଫର୍ମାଟର ପ୍ରତ୍ୟେକ ମୁହୁର୍ତ୍ତକୁ ମୁଁ ଉପଭୋଗ କରିଛି । ଟି20 ବିଶ୍ବକପରୁ କ୍ୟାରିୟର ଆରମ୍ଭ କରିଥିଲି । ଶେଷରେ ଏହି ଟୁର୍ଣ୍ଣାମେଣ୍ଟରେ ଟ୍ରଫି ହାତେଇ ବିଦାୟ ନେଉଛି । ବିଶ୍ବକପ ଟ୍ରଫି ହାତେଇବା ମୋର ସ୍ବପ୍ନ ଥିଲା । ଖୁସିକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର ।

Last Updated : Jun 30, 2024, 8:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.