ETV Bharat / sports

ଆଜି ଚେନ୍ନାଇ ବନାମ ହାଇଦ୍ରାବାଦ, ପଡିଆରେ ରନ୍ ବର୍ଷା ସମ୍ଭାବନା - IPL 2024

author img

By ETV Bharat Odisha Team

Published : Apr 5, 2024, 3:27 PM IST

SRH VS CSK match: ଆଜି ସନରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପରକିଙ୍ଗସ୍ ମ୍ୟାଚ । ଅଧିକ ପଢନ୍ତୁ

SRH VS CSK
SRH VS CSK

ହାଇଦ୍ରାବାଦ: ଆଇପିଏଲ- 2024ର 17ତମ ମ୍ୟାଚରେ ଆଜି (ଶୁକ୍ରବାର) ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗ୍ସ୍ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ପୂର୍ବ ମ୍ୟାଚକୁ ଦେଖିଲେ ନିଜ ଘରୋଇ ପଡିଆରେ ବେଶ ଭଲ ପ୍ରଦର୍ଶନ କରିଛି ହାଇଦ୍ରାବାଦ । ଏହି ପଡିଆରେ ଆଇପିଏଲ ଇତିହାସର ସବୁଠୁ ବଡ ସ୍କୋର 277 ରନ ହାସଲ କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ଯେଉଁଥିପାଇଁ ଦୃଢ ମନୋବଳ ସହ ପଡିଆକୁ ଓହ୍ଲାଇବ ଏସଆରଏଚ୍ । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ ଠାରୁ ପରାଜିତ ହୋଇଥିବା ଚେନ୍ନାଇ ଚଳିତ ମ୍ୟାଚରେ ଜିତ ହାସଲ ବିଜୟଧାରାକୁ ଫେରିବାକୁ ଚେଷ୍ଟା କରିବ ।

ଯଦି ଚଳିତ ଆଇପିଏଲ ସିଜିନ ଉପରେ ନଜର ପକାଇବା ତେବେ ହାଇଦ୍ରାବାଦ ଏହି ସିଜିନରେ ଏପର୍ଯ୍ୟନ୍ତ 3ଟି ମ୍ୟାଚ ଖେଳିଥିବା ବେଳେ ମାତ୍ର ଗୋଟିଏ ମ୍ୟାଚରେ ବିରାଟ ସ୍କୋର କରି ବିଜୟ ହାସଲ କରିଛି । ପଏଣ୍ଟ ତାଲିକାରେ ସୁଧାର ଆଣିବା ପାଇଁ ଏହି ମ୍ୟାଚରେ ଜିତିବା ପାଇଁ ପୂର୍ଣ୍ଣ ପ୍ରୟାସ କରିବ ଦଳ । ଅନ୍ୟପଟେ ଯଦି ଚେନ୍ନାଇ ମ୍ୟାଚ ଉପରେ ନଜର ପକାଇବା ତେବେ ଚେନ୍ନାଇ ଏବେସୁଦ୍ଧା 3 ଟି ମ୍ୟାଚ ଖେଳିଥିବା ବେଳେ ସେଥିରୁ 2ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚରେ ପରାଜୟ ହୋଇଛି । ପଏଣ୍ଟ ଟେବୁଲରେ ଶୀର୍ଷରେ ରହିବା ପାଇଁ ଏହି ମ୍ୟାଚରେ ହାଇଦ୍ରାବାଦକୁ ମାତ୍ ଦେବାକୁ ଚେଷ୍ଟା କରିବ ଚେନ୍ନାଇ । ଅନ୍ୟପଟେ ଚେନ୍ନାଇର ଦ୍ରୁତ ବୋଲର ମୁସ୍ତାଫିଜୁର ଏହି ମ୍ୟାଚରୁ ବାଦ ପଡିପାରନ୍ତି ।

2 ଟିମ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଉପରେ ଯଦି ନଜର ପକାଇବା ତେବେ ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ଓ ହାଇଦ୍ରାବାଦ ମଧ୍ୟରେ 20ଟି ମ୍ୟାଚ ଖେଳାଯାଇଛି । ଯେଉଁଥିରେ 15ଟି ମ୍ୟାଚରେ ଚେନ୍ନାଇ ଜିତ ହାସଲ କରିଥିବା ବେଳେ ମାତ୍ର 4ଟି ମ୍ୟାଚରେ ବିଜୟ ହୋଇଛି । ହାଇଦ୍ରାବାଦ ବିରୋଧରେ ଚେନ୍ନାଇର ସର୍ବଶ୍ରେଷ୍ଠ ସ୍କୋର 223 ରହିଥିବା ବେଳେ ହାଇଦ୍ରାବାଦ ଚେନ୍ନାଇ ବିରୋଧରେ ସବୁଠୁ ଅଧିକ 192 ରନ ସଂଗ୍ରହ କରିପାରିଛି ।

ଏହାମଧ୍ୟ ପଢନ୍ତୁ.. ଦିଲ୍ଲୀ ବିପକ୍ଷ ମ୍ୟାଚରେ ଛକା ଚୌକାର ବର୍ଷା କଲେ ମାହି, ଓ୍ବିକେଟ କିପର ଭାବେ କଲେ ନୂଆ ରେକର୍ଡ - MS Dhoni Record

ଅନ୍ୟପଟେ ହାଇଦ୍ରାବାଦ ରାଜୀବ ଗାନ୍ଧୀ ପିଚ୍ ଉପରେ ଯଦି ନଜର ପକାଇବା ତେବେ ଗତ ମ୍ୟାଚରେ ସବୁଠୁ ଅଧିକ ସ୍କୋର ଏହି ପିଚରେ ହିଁ ହୋଇଥିଲା । ହାଇଦ୍ରାବାଦ 277 ରନ ସଂଗ୍ରହ କରିଥିବା ବେଳେ ମୁମ୍ୱାଇ ଏହାକୁ ପିଛା କରି 245 ରନ୍ କରିଥିଲା । ଆଜିର ମ୍ୟାଚରେ ବି ଏହି ପିଚରୁ ଏକ ବଡ ସ୍କୋର ଦେଖିବାକୁ ମିଳିପାରେ ।

ଚେନ୍ନାଇ ସୁପରକିଙ୍ଗସ୍ ସମ୍ଭାବ୍ୟ ଏକାଦଶ : ଋତୁରାଜ ଗାଏକଓ୍ୱାଡ (କ୍ୟାପଟେନ୍), ଏମଏସ ଧୋନି (ଓ୍ବିକେଟ୍ କିପର), ରଚିନ ରବିନ୍ଦ୍ର, ଆଜିଙ୍କ୍ୟ ରାହାଣେ, ଡାରିଲ ମିଚେଲ, ଶିବମ ଦୁବେ, ସମୀର ରିଜଭୀ, ରବିନ୍ଦ୍ର ଜାଡେଜା, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମଥିଶା ପତିରନା ।

ସନରାଇଜର୍ସ ହାଇଦ୍ରାବାଦ ସମ୍ଭାବ୍ୟ ଏକାଦଶ: ପ୍ୟାଟ୍ କମିନ୍ସ (କ୍ୟାପଟେନ), ହେନରିକ କ୍ଲାସେନ (ୱିକେଟ କିପର ), ମୟଙ୍କ ଅଗ୍ରଓ୍ୱାଲ, ଅଭିଷେକ ଶର୍ମା, ଆଡେନ ମାର୍କ୍ରମ, ଶାହବାଜ ଅହମ୍ମଦ, ଭୁବନେଶ୍ୱର କୁମାର, ମୟଙ୍କ ମାର୍କଣ୍ଡେ, ଗ୍ଲେନ ଫିଲିପ୍ସ, ସନଭିର ସିଂହ, ଉମରାନ ମଲିକ, ରାହୁଲ ତ୍ରିପାଠୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.