ଭୁବନେଶ୍ବର: ଚଳିତ ଅଲମ୍ପିକରେ ଚମକିବେ ଦୁଇ ଓଡ଼ିଆ । ଜାଭେଲିନ୍ ଥ୍ରୋରେ କିଶୋର ଜେନା ଏବଂ ହକି ଦଳରେ ରହିଛନ୍ତି ଡ଼ିଫେଣ୍ଡର ଅମିତ ରୋହିଦାସ । ଉଭୟ ଭଲ ପ୍ରଦର୍ଶନ ସହ ପୋଡିୟମ ଫିନିସ ଆଶା କରାଯାଉଛି । ଆଜି ଠାରୁ ପ୍ୟାରିସ୍ ଅଲିମ୍ପିକ୍ସ 2024 ମହାକୁମ୍ଭ ଆରମ୍ଭ ହୋଇ 11 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏଥର ଅଲମ୍ପିକରେ ଚମକିବେ ଦୁଇ ଓଡ଼ିଆ । ଜାଭେଲିନ ଥ୍ରୋରେ କିଶୋର ଜେନା ଏବଂ ହକି ଦଳରେ ରହିଛନ୍ତି ଡ଼ିଫେଣ୍ଡର ଅମିତ ରୋହିଦାସ । ଉଭୟ ଭଲ ପ୍ରଦର୍ଶନ ସହ ପୋଡିୟମ ଫିନିସ ଆଶା କରାଯାଉଛି । କିଶୋର ଓ ଅମିତ ଉଭୟଙ୍କ ଠାରୁ ପଦକ ଆଶା କରିଛନ୍ତି କ୍ରୀଡ଼ାପ୍ରେମୀ ।
ପ୍ୟାରିସ୍ ଅଲିମ୍ପିକ୍ସରେ ଓଡ଼ିଆ ପୁଅ:
କମାଲ କରିବେ ଅମିତ ! : ବିଶ୍ୱର ସର୍ବ ବୃହତ କ୍ରୀଡା ମହାକୁମ୍ଭ ଅଲମ୍ପିକ ପ୍ରତିଯୋଗୀତା ଆୟୋଜନ ପାଇଁ ପ୍ୟାରିସ ପ୍ରସ୍ତୁତ ଥିବାବେଳେ ଅନେକ ଦେଶର କ୍ରୀଡ଼ାବିତ ମଧ୍ୟ ପହଞ୍ଚିଛନ୍ତି । ରାଜ୍ୟରୁ ଦୁଇ କ୍ରୀଡ଼ାବିତ ଅମିତ ରୋହିଦାସ ଏବଂ କିଶୋର ଜେନା ଅଂଶଗ୍ରହଣ କରିଥିବା ବେଳେ ଉଭୟଙ୍କ ଠାରୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମସ୍ତେ ଆଶାବାଦୀ । ପୂର୍ବ ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳର ସଦସ୍ୟ ଥିଲେ ଅମିତ ରୋହିଦାସ । ଚଳିତ ବର୍ଷ ଭାରତୀୟ ଦଳଠାରୁ ଭଲ ପ୍ରଦର୍ଶନ ଏବଂ ଅମିତଙ୍କ ଠାରୁ ଶ୍ରେଷ୍ଠ ପ୍ରଦର୍ଶନ ଆଶା ରଖିଛନ୍ତି ହକି ଫ୍ୟାନ।
ଇତିହାସ ରଚିବେ କି କିଶୋର ?: ସେହିପରି ଏସିଆନ ଗେମରେ 87 ମିଟର ଜାଭେଲିନ ରୌପ୍ୟ ପଦକ ଜିତିଥିବା କିଶୋରଙ୍କ ପ୍ରଦର୍ଶନ ବିଗତ କିଛି ଦିନରେ ସେତେଟା ଭଲ ନାହିଁ । ଏପରିକି ନିକଟରେ ଘରୋଇ ମାଟିରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ସେ ବିଫଳ ହୋଇଥିଲେ । ଯଦି ଏସିଆନ ଗେମ୍ ଭଳି ପ୍ୟାରିସରେ ଯଦି କିଛି କମାଲ କରି ପାରିବେ ଦେଶ ତଥା ରାଜ୍ୟ ପାଇଁ ମେଡାଲ ଆଣିବେ । ଅଲମ୍ପିକରେ ଏଥର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ଅଛନ୍ତି ଭାରତୀୟ କ୍ୟାମ୍ପ ।
ପୂର୍ବ ଅଲମ୍ପିକ ଅପେକ୍ଷା ଏଥର ଦେଶର ମେଡାଲ ସଂଖ୍ୟା ବୃଦ୍ଧି ହେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି । ରାଜ୍ୟରୁ ଅଂଶଗ୍ରହଣ କରୁଥିବା ଦୁଇ କ୍ରୀଡ଼ାବିତକୁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିବା ବେଳେ ସେମାନେ ଭଲ ପ୍ରଦର୍ଶନ ସହ ଦେଶ ଏବଂ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା ରଖିଛନ୍ତି ରାଜ୍ୟର କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
ଏହା ମଧ୍ୟ ପଢନ୍ତୁ .....ପ୍ୟାରିସ ଅଲିମ୍ପିକ୍ସ ଜାଭେଲିନ କ୍ରେଜ୍ କିଶୋର : ଅଗଷ୍ଟ ୬ରେ ଅଭିଯାନ, ଭଲିରୁ କ୍ୟାରିୟର-ଜାଭେଲିନରେ କେମିତି କଲେ କ୍ଲିକ୍ ! - KISHORE IN PARIS OLYMPICS 2024
ଶୁଭେଚ୍ଛା ଜଣାଇଲେ ଦୂତୀ:
ସେପଟେ ଦୂତୀ ଚାନ୍ଦ କହିଛନ୍ତି,"2024 ପ୍ୟାରିସ ଅଲିମ୍ପିକ୍ସରେ 117 ଜଣ ଭାରତୀୟ ଭାଗ ନେଇଛନ୍ତି । ସମସ୍ତଙ୍କୁ ଶୁଭେଚ୍ଛା । ଗର୍ବର ବିଷୟ ହେଉଛି ଓଡିଶାରୁ ଦୁଇ ଜଣ ଭାଗ ନେଇଛନ୍ତି । ଓଡିଶାବାସୀ ସେମାନଙ୍କୁ ଆଶୀର୍ବାଦ କରନ୍ତୁ , ଆମ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିବେ । 2016 ଏବଂ 2020 ଟୋକିଓ ଅଲିମ୍ପିକ୍ସ ପରେ ଏବେ ପ୍ୟାରିସରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର