ETV Bharat / sports

'ମୋ କ୍ୟାରିୟରରେ ଏମିତି ମାଡ଼ ଦେଖିନି'; କୋହଲିଙ୍କ ଏହି ପାଳି ଶାହୀନ ଆଫ୍ରିଦିଙ୍କର ଫେଭରେଟ - Shaheen Afridi on Virat Kohli

author img

By ETV Bharat Sports Team

Published : Aug 21, 2024, 3:38 PM IST

Shaheen Afridi on Virat Kohli : ଟି20 ବିଶ୍ବକପ୍‌ 2022ରେ ପାକିସ୍ତାନ ବିପକ୍ଷରେ କୋହଲି ଖେଳିଥିବା ଦମଦାର ପାଳି ପାକିସ୍ତାନୀ ଖେଳାଳିଙ୍କର ବି ଫେଭରେଟ । ମୋ କ୍ୟାରିୟରରେ ଏମିତି ଖେଳ ଦେଖିନି କହିଲେ ଶାହୀନ ଆଫ୍ରିଦି । ଅଧିକ ପଢ଼ନ୍ତୁ

Shaheen Afridi on Virat Kohli
Shaheen Afridi on Virat Kohli (ETV Bharat Odisha)

ନୂଆଦିଲ୍ଲୀ : ସାରା ବିଶ୍ବରେ କ୍ରିକେଟ୍‌ର କ୍ରେଜ ବହୁତ ଉଚ୍ଚରେ ଉପରେ । ତା'ଠାରୁ ବି ଉପରେ କ୍ରିକେଟରମାନଙ୍କ କ୍ରେଜ । ଆଉ କଥା ଯେତେବେଳେ କିଙ୍ଗ କୋହଲିଙ୍କର ଆସେ, ତେବେ ଭାଙ୍ଗିଯାଏ ଇଣ୍ଟରନେଟର ରେକର୍ଡ । କେବଳ କ୍ରିକେଟପ୍ରେମୀ କାହିଁକି, ବିଭିନ୍ନ ଦେଶର ଷ୍ଟାର କ୍ରିକେଟରମାନେ ମଧ୍ୟ ବିରାଟ କୋହଲିଙ୍କର ଫ୍ୟାନ୍‌ ଅଟନ୍ତି । ଖୋଦ ପାକିସ୍ତାନର ଷ୍ଟାର ପେସର ଶାହୀନ ଆଫ୍ରିଦି ଏବେ କୋହଲିଙ୍କୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ବେଶ ପ୍ରଶଂସା କରିଛନ୍ତି । ଟି20 ବିଶ୍ବକପ 2022ରେ ପାକିସ୍ତାନ ବିପକ୍ଷରେ କୋହଲି ଖେଳିଥିବା 82 ରନ୍‌ର ଅପରାଜିତ ପାଳିକୁ ବିରାଟଙ୍କର ଶ୍ରେଷ୍ଠ ଇନିଂସ ବୋଲି ଘୋଷଣା କରିଛନ୍ତି ଶାହିନ୍‌ ।

ଶାହୀନ ଆଫ୍ରିଦି
Shaheen Afridi (ANI Photo)

'ପାକିସ୍ତାନ ବିପକ୍ଷରେ ଖେଳିଥିବା ପାଳି ବିରାଟଙ୍କର ଶ୍ରେଷ୍ଠ ଇନିଂସ୍‌' :-

ଷ୍ଟାର ସ୍ପୋର୍ଟସ ସହ ଆଲୋଚନା ବେଳେ ଶାହୀନ୍ ଆଫ୍ରିଦି କହିଛନ୍ତି, "ବିରାଟ କୋହଲିଙ୍କ 82 ରନ୍‌ର ଅପରାଜିତ ଇନିଂସ ମୋ ପାଇଁ ସର୍ବୋତ୍ତମ ପାଳି । ମୁଁ ମୋର କ୍ୟାରିୟରରେ କୋହଲିଙ୍କର ଯେତେ ପାଳି ଦେଖିଛି, ସେହି ଇନିଂସ ଭଳି ପାଳି ମୁଁ କେବେ ଦେଖିନାହିଁ । ବିରାଟ କୋହଲି ଜଣେ ମହାନ ଖେଳାଳି ଏବଂ କୋହଲିଙ୍କ ପରି ଜଣେ ମହାନ ଖେଳାଳି ହିଁ ଏଭଳି ଇନିଂସ ଖେଳିପାରିବେ । ସେହି ପାଳିରେ ହରିସ୍ ରୌଫଙ୍କ ସର୍ବଶ୍ରେଷ୍ଠ ବଲ୍‌କୁ କୋହଲି ଏକ ସିଧା ଛକା ମାରିଥିଲେ ଯାହା ଅବିଶ୍ବସନୀୟ ଥିଲା ।

ବିରାଟ କୋହଲି
Virat Kohli (ANI Photo)

ପାକିସ୍ତାନଠୁ ବିଜୟ ଛଡ଼ାଇ ଆଣିଥିଲେ ବିରାଟ :-

ଉଲ୍ଲେଖ ଯୋଗ୍ୟ, ଶାହୀନ୍ ଯେଉଁ ମ୍ୟାଚ୍ ବିଷୟରେ କହିଛନ୍ତି, ତାହା ଟି20 ବିଶ୍ବକପ 2022ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଏହା ଅଷ୍ଟ୍ରେଲିଆର ଏମସିଜି କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରି ପାକିସ୍ତାନ 20 ଓଭରରେ 8 ୱିକେଟ୍ ହରାଇ 159 ରନ୍ ସଂଗ୍ରହ କରିଥିଲା । ଦ୍ବିତୀୟ ପାଳିରେ ବିରାଟ କୋହଲିଙ୍କ 82 ରନର ଚମତ୍କାର ପାଳି ବଳରେ ନିର୍ଦ୍ଧାରିତ ଓଭରରେ 6 ୱିକେଟ୍ ହରାଇ ଭାରତ ଏହି ମ୍ୟାଚ୍‌କୁ ଜିତି ନେଇଥିଲା ।

ଏହି ମ୍ୟାଚ୍‌ରେ 160 ରନର ଟାର୍ଗେଟ ନେଇ ବ୍ୟାଟିଂ କରୁଥିବା ଭାରତର ପରାଜୟ ଗୋଟିଏ ସମୟରେ ପ୍ରାୟ ନିଶ୍ଚିତ ମନେ ହେଉଥିଲା । କାରଣ ଦଳର ପ୍ରମୁଖ ବ୍ୟାଟରମାନେ ଚାପ ନିୟନ୍ତ୍ରଣ କରିନପାରି ଶୀଘ୍ର ଆଉଟ୍‌ ହୋଇଯାଇଥେଲେ । କିନ୍ତୁ ବିରାଟ କୋହଲି ଦଳ ପାଇଁ ଚିରାଚରିତ ଭାବେ ବଡ଼ ମ୍ୟାଚ୍‌ରେ ସାଜିଲେ ସଙ୍କଟମୋଚକ । ସେ ଦଳକୁ କେବଳ ପରାଜୟରୁ ରକ୍ଷା କରିନଥିଲେ ବରଂ ଚମତ୍କାର ବ୍ୟାଟିଂ କରି ପାକିସ୍ତାନ ହାତମୁଠାରୁ ବିଜୟ ଛଡ଼ାଇ ଆଣିଥିଲେ । ଏହି ମ୍ୟାଚ୍‌ରେ କୋହଲି 53ଟି ବଲରେ 6ଟି ଚୌକା ଓ 4ଟି ଛକା ସହିତ 82 ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ କିଙ୍ଗ କୋହଲି; ଦେଖନ୍ତୁ 16 ବର୍ଷରେ କୋହଲିଙ୍କ ବିରାଟ ରେକର୍ଡ - Virat Kohli

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.