ETV Bharat / sports

ଜୟ ଶାହଙ୍କ ପରେ ବିସିସିଆଇ ସଚିବ କିଏ ? ସାମ୍ନାକୁ ଆସିଲା ବଡ଼ ନାଁ - BCCI Next Secretary

author img

By ETV Bharat Sports Team

Published : Aug 26, 2024, 4:28 PM IST

BCCI Next Secretary : ବିସିସିଆଇ ସଚିବ ଜୟ ଶାହ ଆଇସିସି ଚେୟାରମ୍ୟାନ୍‌ ପଦରେ ବସିବା ପରେ କିଏ ସମ୍ଭାଳିବ ବିସିସିଆଇ ? ରେସରେ ସବୁଠୁ ଆଗରେ ଏହି ଦିବଂଗତ ବିଜେପି ନେତାଙ୍କ ପୁଅ । ଅଧିକ ପଢ଼ନ୍ତୁ

BCCI Next Secretary
BCCI Next Secretary (ETV Bharat Odisha)

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଚିବ ଜୟ ଶାହ ଆଇସିସି ଚେୟାରମ୍ୟାନ୍‌ ପଦରେ ବସିବାକୁ ଯାଉଛନ୍ତି । ଯଦିଓ ଏପର୍ଯ୍ୟନ୍ତ ସେ ନାମାଙ୍କନ ଭରି ନାହାନ୍ତି ବା ଏନେଇ କୌଣସି ଆଧିକାରୀକ ଘୋଷଣା ହୋଇନାହିଁ, ହେଲେ ଏହା ବର୍ତ୍ତମାନ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଯଦି ଏହା ହୁଏ, ତେବେ ବିସିସିଆଇର ପରବର୍ତ୍ତୀ ସଚିବ କିଏ ହେବ, ସେନେଇ ମଧ୍ୟ ବିଭିନ୍ନ ଆଲୋଚନା ହେଉଛି । ତେବେ ଖବର ଅନୁଯାୟୀ, ଯଦି ଜୟ ଶାହା ପରବର୍ତ୍ତୀ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରନ୍ତି, ତେବେ ଜଣେ ଦିବଂଗତ ବିଜେପି ନେତାଙ୍କ ପୁଅ ପରବର୍ତ୍ତୀ ବିସିସିଆଇ ସଚିବ ଭାବରେ ତାଙ୍କର ଉତ୍ତରାଧିକାରୀ ହୋଇପାରନ୍ତି ବୋଲି କୁହାଯାଉଛି ।

କିଏ ଏହି ଦିବଂଗତ ନେତାଙ୍କ ପୁଅ ? :-

ଦୈନିକ ଭାସ୍କରର ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ତଥା ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ)ର ବର୍ତ୍ତମାନର ସଭାପତି ରୋହନ ଜେଟଲୀଙ୍କ ନାମ ଏହି ରେସ୍‌ରେ ଆଗରେ ରହିଛି । ରୋହନ ହେଉଛନ୍ତି ଦିବଂଗତ ରାଜନେତା ତଥା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପୁଅ । ତେବେ ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ରୋଜର ବିନିଙ୍କ ସମେତ ବିସିସିଆଇର ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀମାନେ ନିଜ ନିଜ ପଦରେ ଅବ୍ୟାହତ ରହିବେ, କାରଣ ସେମାନଙ୍କର କାର୍ଯ୍ୟକାଳ ଆହୁରି ଏକ ବର୍ଷ ବାକି ଅଛି ।

ଜୟ ଶାହ କେବେ ଭରିବେ ନାମାଙ୍କନ ? :-

ଶାହା ପରବର୍ତ୍ତୀ ଆଇସିସି ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିବାକୁ ଆଗ୍ରହୀ ଅଛନ୍ତି କି ନାହିଁ, ତାହା ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ । କାରଣ ସେ ଏପର୍ଯ୍ୟନ୍ତ ଆଇସିସି ଅଧ୍ୟକ୍ଷ ନିର୍ବାଚନ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିନାହାଁନ୍ତି ଏବଂ ଏହାର ଶେଷ ତାରିଖ ରହିଛି 27 ଅଗଷ୍ଟ । ପ୍ରକାଶ ଥାଉ, ବିଦାୟୀ ଆଇସିସି ସଭାପତି ଗ୍ରେଗ ୱାର୍କଲେ ନିକଟରେ ସ୍ପଷ୍ଟ କରିଛନ୍ତି ଯେ ସେ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ନାହିଁ ।

ଶାହ ହୋଇପାରନ୍ତି ସର୍ବକନିଷ୍ଠ ICC ଅଧ୍ୟକ୍ଷ :-

ଉଲ୍ଲେଖଯୋଗ୍ୟ, ଶରଦ ପାୱାର, ଜଗମୋହନ ଡାଲମିଆ, ଶଶାଙ୍କ ମନୋହର ଏବଂ ଏନ ଶ୍ରୀନିବାସନଙ୍କ ଭଳି ଭାରତୀୟ ପୂର୍ବରୁ ଆଇସିସିର ନେତୃତ୍ୱ ନେଇଛନ୍ତି । ବର୍ତ୍ତମାନ 35 ବର୍ଷୀୟ ଜୟ ଶାହା ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ହୋଇପାରନ୍ତି । ଆଇସିସି ନିୟମ ଅନୁଯାୟୀ ଅଧ୍ୟକ୍ଷ ନିର୍ବାଚନରେ ​​16ଟି ଭୋଟ୍ ଦିଆଯାଏ । ବିଜୟୀ ହେବା ପାଇଁ 9 ଭୋଟ୍ ଆବଶ୍ୟକ ରହିଥାଏ । ଆଇସିସି ବୋର୍ଡର 16 ଜଣ ସଦସ୍ୟଙ୍କ ମଧ୍ୟରୁ 15 ଜଣଙ୍କର ସମର୍ଥନ ଜୟ ଶାହଙ୍କ ପ୍ରତି ଥିବା କୁହାଯାଉଛି । ଯଦି ଏହା ସତ ହୁଏ, ତେବେ ଆଇସିସି ସଭାପତି ନିର୍ବାଚନ କେବଳ ଏକ ଔପଚାରିକତା ହେବ ।

ଏହା ମଧ୍ୟ ପଢ଼ନ୍ତୁ...ଜୟ ଶାହଙ୍କ ପରେ କିଏ ହେବ BCCIର ନୂଆ Boss ? ଚର୍ଚ୍ଚାରେ ଏକାଧିକ ହେଭିୱେଟ୍‌ - Who will be the next BCCI Secretary

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.