ETV Bharat / sports

'ଧୋନୀ ଜଣେ ଅନକ୍ୟାପଡ୍‌ ଖେଳାଳି'; ଚର୍ଚ୍ଚାରେ ଅଶ୍ବିନଙ୍କ ବଡ଼ ବୟାନ - Dhoni is a Uncapped Player

author img

By ETV Bharat Sports Team

Published : Aug 11, 2024, 5:19 PM IST

Ravinchandran Ashwin says Dhoni is a Uncapped Player : ଧୋନୀ କଣ ଜଣେ ଅନକ୍ୟାପଡ୍‌ ଖେଳାଳି ? ଏମିତି କାହିଁକି କହିଲେ ଭେଟେରାନ ଖେଳାଳି ରବିଚନ୍ଦ୍ରନ ଅଶ୍ବିନ ? ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର,

'ଧୋନୀ ଜଣେ ଅନକ୍ୟାପଡ୍‌ ଖେଳାଳି'
'MS Dhoni Is a Uncapped Player' (AFP Photo)

ହାଇଦ୍ରାବାଦ: ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ଲିଗ୍‌ କୁହାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (IPL)ର 2025 ସଂସ୍କରଣ ପାଇଁ ମେଗା ଅକ୍ସନ ଚଳିତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହେଲାଣି । ତେବେ ଏହି ଚର୍ଚ୍ଚାର ଅନ୍ୟମତ ବିଷୟବସ୍ତୁ ପାଲଟିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ୍‌ର ଭେଟେରାନ ବ୍ୟାଟର ମହେନ୍ଦ୍ର ସିଂହ ଧୋନୀ । 43 ବର୍ଷୀୟ ଧୋନୀ କ'ଣ 2025 ଆଇପିଏଲ୍‌ ଖେଳିବେ ? ଏହି ଚର୍ଚ୍ଚା ଏବେ ଜୋର ଧରିଥିବା ବେଳେ ଧୋନୀଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ଭେଟେରାନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ଧୋନୀଙ୍କୁ ସିଧା ସଳଖ ଅନ୍‌କ୍ୟାପଡ୍‌ ଖେଳାଳି ବୋଲି କହିଛନ୍ତି ଅଶ୍ବିନ ।

ଅନ୍‌କ୍ୟାପଡ୍‌ ପ୍ଲେୟାର ଧୋନୀ ! :-

ସାଧାରଣତଃ ଯେଉଁ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରନ୍ତି, ଦଳ ପକ୍ଷରୁ ସେମାନଙ୍କୁ ଟିମ୍‌ର ବରିଷ୍ଠ ଖେଳାଳିମାନେ ଏକ ଡେବ୍ୟୁ କ୍ୟାପ୍‌ ପ୍ରଦାନ କରିଥାନ୍ତି । ଏହାପରେ ସେମାନଙ୍କୁ ଜାତୀୟ ଦଳର କ୍ୟାପ୍‌ଡ୍‌ ବା ସଂରକ୍ଷିତ ଖେଳାଳି ଭାବେ ବିବେଚନା କରାଯାଏ । ଏହା ପୂର୍ବରୁ ସେମାନଙ୍କୁ ଅନ୍‌କ୍ୟାପଡ୍‌ ବା ଅଣସଂରକ୍ଷିତ ଖେଳାଳି ଭାବେ ଅକ୍ସନରେ ସ୍ଥାନ ଦିଆଯାଏ । ହେଲେ 2008ରୁ 2021 ପର୍ଯନ୍ତ ଆଇପିଏଲ୍‌ରେ ଏକ ନିୟମ ଥିଲା, ଯେଉଁଥିରେ 5 ବର୍ଷରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଖେଳାଳିଙ୍କୁ ଅଣସଂରକ୍ଷିତ ବା ଅନ୍‌କ୍ୟାପଡ୍‌ ଖେଳାଳି ଭାବେ ଅକ୍ସନରେ ସାମିଲ କରାଯାଉଥିଲା । ଏହି ନିୟମ ପୁଣିଥରେ ଆଇପିଏଲ୍‌କୁ ଫେରାଇ ଆଣିବା ପାଇଁ ବିସିସିଆଇକୁ ଚେନ୍ନାଇ ସୁପର କିଙ୍ଗସ୍‌ ଅନୁରୋଧ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ଯଦି ଏହାକୁ ବିଶ୍ବାସ କରାଯାଏ, ତେବେ ଧୋନୀ ଶେଷ ଥର ପାଇଁ 2019ରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ । ଅର୍ଥାତ ଆଗାମୀ ଆଇପିଏଲ୍‌ ସଂସ୍କରଣରେ ସିଏସ୍‌କେ ଧୋନୀଙ୍କୁ ଅନ୍‌କ୍ୟାପଡ୍‌ ପ୍ଲେୟର ଭାବରେ ରିଟେନ କରିବାକୁ ଚାହୁଁଛି ।

ଅବସର ସଂକେତ ଦେଇଛନ୍ତି ଧୋନୀ :-

43 ବର୍ଷୀୟ ଧୋନୀ ଅଗଷ୍ଟ 15, 2020ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ସେ ଇଂଲଣ୍ଡରେ ଅନୁଷ୍ଠିତ 2019 ବିଶ୍ବକପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ । ଯଦିଓ ଏହାପରେ ମଧ୍ୟ ସେ ଆଇପିଏଲ୍‌ ମ୍ୟାଚ୍‌ ଖେଳିବା ଜାରି ରଖିଛନ୍ତି, ହେଲେ ଗତ ସଂସ୍କରଣରେ ସେ ନେତୃତ୍ବରୁ ଅବ୍ୟାହତି ନେଇଥିଲେ । ଧୋନୀଙ୍କ ସ୍ଥାନରେ ଯୁବ ଓପନର ଋତୁରାଜ ଗାଏକୱାଡ ଦଳର ନେତୃତ୍ବ ନେଇଥିଲେ । ଧୋନୀ ଅଧିନାୟକ ପଦରୁ ବାହାରି ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ତାଙ୍କ ଅବସର ନେବାର ଏକ ସଂକେତ ହୋଇପାରେ ବୋଲି କୁହାଯାଉଛି । ହେଲେ ଧୋନୀଙ୍କ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ ।

ଏମିତି କହିଲେ ଅଶ୍ବିନ :-

ଏସବୁ ମଧ୍ୟରେ ପୂର୍ବତନ ସିଏସ୍‌କେ ଖେଳାଳି ରବିଚନ୍ଦ୍ରନ ଅଶ୍ବିନ ନିଜ ୟୁଟ୍ୟୁବ ଚ୍ୟାନେଲ୍‌ରେ ଏନେଇ ଆଲୋଚନା କରି କହିଛନ୍ତି, "ଧୋନୀ ଜଣେ ଅଣସଂରକ୍ଷିତ ବା ଅନକ୍ୟାପଡ୍‌ ଖେଳାଳି ଭାବରେ ଖେଳିବେ କି ନାହିଁ ତାହା ଏକ ବଡ଼ ପ୍ରଶ୍ନ । କିନ୍ତୁ ବିଗତ ଦିନରେ ସେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାନ୍ତି । ସେ ଅବସର ନେଇସାରିଛନ୍ତି । ତେଣୁ ସେ ଜଣେ ଅଣସଂରକ୍ଷିତ ବା ଅନକ୍ୟାପଡ୍‌ ଖେଳାଳି । ହେଲେ ଧୋନୀଙ୍କ ଭଳି ଜଣେ ଖେଳାଳି ଅନକ୍ୟାପଡ୍‌ ଖେଳାଳି ଭାବରେ ଖେଳିବେ କି ନାହିଁ, ଏହା ଅଲଗା ପ୍ରସଙ୍ଗ । ହେଲେ ଯଦି କେହି ଧୋନୀଙ୍କ ବିଷୟରେ ଆଲୋଚନା କରନ୍ତି, ସେ ଧୋନାଙ୍କୁ ଅନକ୍ୟାପଡ୍‌ ଖେଳାଳି ଭାବେ ଆଲୋଚନା କରିବା ଉଚିତ ।"

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲରେ ଏଣ୍ଟ୍ରି ମାରିବେ ବିଜନେସ୍ ଟାଇକୁନ୍ ଆଦାନୀ, କିଣିବେ ଗୁଜୁରାଟ ଟାଇଟନ୍ସ ଟିମ୍ ! - Adani Group to buy IPL team

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.