ETV Bharat / sports

ଆଇପିଏଲ୍‌ 2025 ବଡ଼ ଅପଡେଟ୍‌: ରାଜସ୍ଥାନ ରୟାଲ୍ସରେ ନଜର ଆସିବେ ଏହି ଭେଟେରାନ କ୍ରିକେଟର - IPL 2025 - IPL 2025

IPL 2025 : ଆଇପିଏଲ୍‌ 2025 ମେଗା ଅକ୍ସନ ପୂର୍ବରୁ ଫ୍ୟାନ୍ସଙ୍କ ପାଇଁ ଆସିଲା ବଡ଼ ଅପ୍‌ଡେଟ୍‌ । ବହୁ ଚର୍ଚ୍ଚା ପରେ ରାଜସ୍ଥାନ ରୟାଲ୍ସ ଦଳରେ ନଜର ଆସିବେ ଏହି ଭାରତୀୟ କ୍ରିକେଟ କିମ୍ବଦନ୍ତୀ । ପଢ଼ନ୍ତୁ ପୂରା ଖବର,

Rohit Sharma and Rahul Dravid
Rohit Sharma and Rahul Dravid (IANS and ETV Bharat)
author img

By ETV Bharat Sports Team

Published : Sep 4, 2024, 7:52 PM IST

ନୂଆଦିଲ୍ଲୀ : ଆଇପିଏଲ୍‌ 2025 ମେଗା ଅକ୍ସନ ସମ୍ଭବତଃ ଡିସେମ୍ବର ମାସରେ ଅନୁଷ୍ଠିତ ହେବ । ବିଶ୍ବର ସବୁଠାରୁ ଦାମୀ କ୍ରିକେଟ ଲିଗ୍‌ ପାଇଁ ଦିନ ଯେତିକି ପାଖେଇ ଆସୁଛି, କ୍ରିକେଟପ୍ରେମୀଙ୍କ ମନରେ ଉତ୍ସାହ କ୍ରମାଗତ ବୃଦ୍ଧି ପାଉଛି । ଏହାରି ଭିତରେ କ୍ରିକେଟପ୍ରେମୀଙ୍କ ପାଇଁ ଆଇପିଏଲ୍‌ 2025କୁ ନେଇ ଆସିଛି ଏକ ବଡ଼ ଅପ୍‌ଡେଟ୍‌ ।

ରାହୁଲ ଦ୍ରାବିଡ ହେବେ ରାଜସ୍ଥାନ ରୟାଲ୍ସର କୋଚ :-

ଇଏସପିଏନ୍ କ୍ରିକ୍‌ଇନଫୋ ରିପୋର୍ଟ ଅନୁଯାୟୀ ରାଜସ୍ଥାନ ରୟାଲ୍ସ ରାହୁଲ ଦ୍ରାବିଡଙ୍କୁ ଆଇପିଏଲ୍‌ 2025ର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିବାକୁ ଯାଉଛି । ଏହା ସହିତ ରାହୁଲଙ୍କ ସହଯୋଗୀ ତଥା ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋରଙ୍କୁ ମଧ୍ୟ ଦଳର ସହକାରୀ ପ୍ରଶିକ୍ଷକ କରାଯାଇପାରେ । ଏହା ସହିତ ଶ୍ରୀଲଙ୍କାର ପୂର୍ବତନ ମହାନ କ୍ରିକେଟର କୁମାର ସାଙ୍ଗାକାରାଙ୍କୁ ଦଳର କ୍ରିକେଟ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିବାକୁ ରାଜସ୍ଥାନ ରୟାଲ୍ସ ମ୍ଯାନେଜମେଣ୍ଟ ଆଲୋଚନା କରୁଛି । ବର୍ତ୍ତମାନ, IPL 2025ରେ ଏହି ତିନି କିମ୍ବଦନ୍ତୀଙ୍କୁ ନେଇ ରାଜସ୍ଥାନ କଣ କମାଲ କରୁଛି, ତାହା ଦେଖିବାକୁ ବାକି ରହିଲା ।

ଟିମ୍‌ ଇଣ୍ଡିଆ ସହ ରାହୁଲଙ୍କ ସଫଳ ଯାତ୍ରା :-

ପ୍ରକାଶ ଥାଉ, ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତୀୟ କ୍ରିକେଟ୍ ଦଳ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ବହୁପ୍ରତିକ୍ଷୀତ ଟି20 ବିଶ୍ବକପ 2024 ଟାଇଟଲ ଜିତିଛି । ଏହା ସହିତ ଭାରତର ଏହି କିମ୍ବଦନ୍ତୀ କ୍ରିକେଟର ରାହୁଲ ଦ୍ରାବିଡଙ୍କ ପ୍ରଶିକ୍ଷଣରେ ଭାରତ ଟି20 ବିଶ୍ବକପ 2022ରେ ସେମିଫାଇନାଲକୁ ଯାଇଥିବାବେଳେ 2023 ଏକଦିବସୀୟ ବିଶ୍ବକପ ଫାଇନାଲ ମଧ୍ୟ ଖେଳିଥିଲା । ଏହି ଫାଇନାଲ ମ୍ୟାଚ୍‌ରେ ଘରୋଇ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ହାରିଥିଲା । ରାହୁଲଙ୍କ କୋଚିଂ ଅଧୀନରେ ଭାରତ ଏହି ବିଶ୍ବକପ୍‌ରେ କ୍ରମାଗତ 10ଟି ମ୍ୟାଚ୍ ଜିତି ଫାଇନାଲରେ ପହଞ୍ଚିଥିଲା ।

ସଞ୍ଜୁ ଓ ରାହୁଲ ଯୋଡ଼ି ରଚିବେ ଇତିହାସ ! :-

ଯଦିଓ ବର୍ତ୍ତମାନ ସୁଦ୍ଧା ଦ୍ରାବିଡ କିମ୍ବା ଫ୍ରାଞ୍ଚାଇଜ ପକ୍ଷରୁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ, ହେଲେ ରିପୋର୍ଟକୁ ବିଶ୍ବାସ କଲେ ଆଇପିଏଲ୍‌ 2025ରେ ରାହୁଲ ଦ୍ରାବିଡ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ଗ୍ରହଣ କରିବେ । ସଞ୍ଜୁ ସାମସନଙ୍କ କାନ୍ଧରେ ଆଇପିଏଲରେ ରାଜସ୍ଥାନ ଦଳର ଅଧିନାୟକ ଦାୟିତ୍ବ ରହିଛି । ସାମସନଙ୍କ ଅଧିନାୟକତ୍ୱରେ ରାଜସ୍ଥାନ ଗତ କିଛି ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ପ୍ଲେ ଅଫ୍‌ରେ ସ୍ଥାନ ପାଇଥିଲେ ମଧ୍ୟ ଟାଇଟଲ୍ ଜିତିବାରୁ ବଞ୍ଚିତ ରହିଛି । ବର୍ତ୍ତମାନ ରାହୁଲ ଏବଂ ସଞ୍ଜୁଙ୍କ ଯୋଡି ରାଜସ୍ଥାନ ରୟାଲ୍ସର ଟ୍ରଫି ଅପେକ୍ଷାକୁ ଶେଷ କରିବାକୁ ଚାହିଁବେ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.