ETV Bharat / sports

ସାଉଥ୍‌ ଏସିଆନ କମ୍ବାଟ ଚାମ୍ପିଅନସିପ ଖେଳିବେ ପୁରୀ ଯୋଦ୍ଧା; ଶୁଭେଛା ଜଣାଇଲେ ସାଂସଦ - South Asian Combat Championship

author img

By ETV Bharat Sports Team

Published : Aug 25, 2024, 7:00 PM IST

South Asian Combat Championship : ନେପାଳରେ ଅନୁଷ୍ଠିତ ହେବାକୁ ଥିବା ସାଉଥ୍‌ ଏସିଆନ କମ୍ବାଟ ଚାମ୍ପିୟନସିପରେ ପୁରୀରୁ ଭାଗ ନେବେ ପ୍ରାୟ 80 ଖେଳାଳି । ସମସ୍ତଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ ସମ୍ବିତ ପାତ୍ର । ଅଧିକ ପଢ଼ନ୍ତୁ

felicitation to players
felicitation to players (ETV Bharat Odisha)

ପୁରୀ : ଆସନ୍ତା ଅଗଷ୍ଟ 30ରୁ 1 ସେପ୍ଟଟମ୍ବର ପର୍ଯ୍ୟନ୍ତ ନେପାଳରେ ଅନୁଷ୍ଠିତ ହେବ ସାଉଥ୍‌ ଏସିଆନ କମ୍ବାଟ ଚାମ୍ପିୟନସିପ । ପ୍ରତିଯୋଗିତାରେ ସଫଳ ହେବା ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିବା ଓଡ଼ିଆ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । ପୁରୀରେ କୁସ୍ତି ଖେଳର ବିକାଶ ଓ କୁସ୍ତି ଏକାଡେମୀ ଗଠନ ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କ ସହ ଆଲୋଚୋନା କରିବାକୁ ପ୍ରତିଶ୍ରୁତି ଦେଲେ ସାଂସଦ ।

ସାଉଥ୍‌ ଏସିଆନ କମ୍ବାଟ ଚାମ୍ପିୟନସିପ :-

ଆସନ୍ତା ଅଗଷ୍ଟ 30ରୁ ସେପ୍ଟଟମ୍ବର 1 ପର୍ଯ୍ୟନ୍ତ ନେପାଳରେ ଅନୁଷ୍ଠିତ ହେବ ସାଉଥ୍‌ ଏସିଆନ କମ୍ବାଟ ଚାମ୍ପିଅନସିପ । ଉକ୍ତ ପ୍ରତିଯୋଗିତାରେ ଭାରତୀୟ ଦଳ ଅଂଶ ଗ୍ରହଣକରିବାକୁ ଯାଉଛି । ତେବେ ଭାରତୀୟ ଦଳରେ ପୁରୀରୁ ଅନେକ ଖେଳାଳୀ ମନୋନିତ ହୋଇଛନ୍ତି । ସାଉଥ୍ ଏସିଆନ କମ୍ବାଟ୍ ଚାମ୍ପିଅନସିପରେ 6ଟି କାଟେଗୋରୀ, ଯଥା 13 ବର୍ଷରୁ କମ, 15 ବର୍ଷରୁ କମ , ଜୁନିୟର, ସବ-ଜୁନିୟର, ସିନିୟର ଓ ଭେଟେରାନ ଆଦି ବର୍ଗରେ ପ୍ରତିଯୋଗୀମାନେ ଭାଗ ନେବେ ।

ପୁରୀ ଖେଳାଳିଙ୍କୁ ସମ୍ବର୍ଦ୍ଧନା :-

ସାଉଥ୍‌ ଏସିଆନ କମ୍ବାଟ ଚାମ୍ପିୟନସିପ ଖେଳିବାକୁ ଭାରତୀୟ ଦଳରେ ସ୍ଥାନ ପାଇଥିବା ପୁରୀ ଖେଳାଳିମାନଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୁରୀ ସାଂସଦ ସମ୍ବିତ ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ରବିଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗଦାନ କରିଥିଲେ । ପୁରୀ ପ୍ରତିଯୋଗୀମାନେ ଅଧିକାଂଶ ମେଡାଲ ହାତେଇବେ ବୋଲି ମୁଖ୍ୟ ଅତିଥି ତଥା ପୁରୀ ସାଂସଦ ସମ୍ବିତ ପାତ୍ର ଆଶାବାଦୀ ଥିବା କହିଥିଲେ । ସେହିଭଳି ଆସୋସିଏସନର ଯାହା କିଛି ସମସ୍ୟା ରହିଛି ସେ ସବୁକୁ ଲିଖିତ ଆକାରରେ ପ୍ରଦାନ କରାଗଲେ ସେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରି ସହଯୋଗ ଯୋଗାଇଦେବେ ବୋଲି କହିଥିଲେ । ଏହି ଅବସରରେ ସମସ୍ତ ଖେଳାଳୀଙ୍କୁ ଅତିଥିମାନେ ଶୁଭେଛା ଜଣାଇଥିଲେ ।

'ପୁରୀରେ କୁସ୍ତି ଖେଳର ବିକାଶ ହେବ' :- ସମ୍ବିତ ପାତ୍ର

ପୁରୀ ସାଂସଦ ସମ୍ବିତ ପାତ୍ର କହିଛନ୍ତି , "ଆମ ପାଇଁ ଏହା ସୌଭାଗ୍ୟର ବିଷୟ । ସାଉଥ୍ ଏସିଆନ କମ୍ବାଟ ଚାମ୍ପିୟନସିପରେ ପୁରୀରୁ 80 ଜଣ ଖେଳାଳି ସାମିଲ ହେବାକୁ ଯାଉଛନ୍ତି । ଏହି ପ୍ରତିଯୋଗିତାରେ ସଫଳ ହେବା ପାଇଁ ଆଜି ଆମ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲୁ । ଚଳିତ ବର୍ଷ ଏହାର ଜାତୀୟ ଚାମ୍ପିୟନସିପ ପୁରୀରେ ଅନୁଷ୍ଠିତ ହୋଇଥିଲା । ପୁରୀର ପ୍ରତିଯୋଗୀମାନେ ବେଶ୍ ଭଲ ପ୍ରଦର୍ଶନ କରିଥିଲେ । ଆଗାମୀ ପ୍ରତିଯୋଗିତାରେ ପୁରୀର ଖେଳାଳିମାନେ ଅଧିକ ମେଡାଲ ନେଇ ଆସିବେ ବୋଲି ମୋର ଆଶା । ତେବେ କିଛି ଦାବି ମୋ ପାଖରେ ରଖିଛନ୍ତି ପୁରୀ ସଂଘ । ପୁରୀରେ କୁସ୍ତି ଖେଳର ବିକାଶ କିଭଳି ହୋଇ ପାରିବ, ପୁରୀରେ ଏକ କୁସ୍ତି ଏକାଡେମୀ ପ୍ରତିଷ୍ଠା ହୋଇ ପାରିବ, ସେନେଇ ମୁଁ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ସହ ଆଲୋଚୋନା କରିବି । ସେହିପରି ପୁରୀ କୁସ୍ତି ହଷ୍ଟେଲ କିଭଳି ହୋଇ ପାରିବ, ସେନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚୋନା କରିବି । କୁସ୍ତି ଖେଳ ଜଗନ୍ନାଥ ସଂସ୍କୃତି ସହିତ ଜଡିତ । ଜାଗା ଆଖଡ଼ା ହେଉଛି କୁସ୍ତିର ପ୍ରାଣକେନ୍ଦ୍ର । ଏଣୁ ପୁରୀରେ କିଭଳି କୁସ୍ତି ଖେଳର ବିକାଶ ଆଗାମୀ ଦିନରେ ହୋଇପାରିବ ସେନେଇ ମୁଁ କାର୍ଯ୍ୟ କରିବି ।"

ଏହା ମଧ୍ୟ ପଢ଼ନ୍ତୁ...ବାପା ତାମିଲନାଡ଼ୁରେ ଦାଦନ; ଓଡ଼ିଶା ପାଇଁ ଗୌରବ ଆଣିଲେ ପୁଅ - Manish Bhoi Inspirational Story

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.