ETV Bharat / sports

ତୋବା ତୋବା ଗୀତରେ ଡ୍ୟାନ୍ସ କରି ବିବାଦରେ ପୂର୍ବତନ କ୍ରିକେଟର, ଥାନାରେ ପହଞ୍ଚିଲା ଅଭିଯୋଗ - Police Complaint Against Cricketers

author img

By ETV Bharat Odisha Team

Published : Jul 15, 2024, 11:08 PM IST

POLICE COMPLAINT AGAINST CRICKETERS: ରିଲ୍ସ ବନାଇ ବିବାଦରେ ପୂର୍ବତନ କ୍ରିକେଟର । ତୋବା ତୋବା ଗୀତରେ ଡ୍ୟାନ୍ସ କରି ଫସିଗଲେ ପୂର୍ବତନ ବିଶ୍ବ ବିଜୟୀ କ୍ରିକେଟର୍‌ ଯୁବରାଜ ସିଂ, ହରଭଜନ ସିଂ ଓ ସୁରେଶ ରୈନାଙ୍କ ଭଳି କ୍ରିକେଟର । ଜାଣନ୍ତୁ ପୂରା ଘଟଣା,

POLICE COMPLAINT AGAINST CRICKETERS
POLICE COMPLAINT AGAINST CRICKETERS (ETV Bharat Odisha)

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ବିଶ୍ବ ବିଜୟୀ କ୍ରିକେଟର୍‌ ଏବେ ଅଡ଼ୁଆରେ ପଡ଼ିଛନ୍ତି । ଏକ ରିଲ୍ସ ବନାଇ ଦିବ୍ୟାଙ୍ଗଙ୍କୁ ପରିହାସ କରିଥିବା ନେଇ ଯୁବରାଜ ସିଂ, ହରଭଜନ ସିଂ, ସୁରେଶ ରୈନା ଓ ଗୁରକୀରଟ ମାନ୍‌ଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି । ନିକଟରେ ପାକିସ୍ତାନକୁ ୱାର୍ଲ୍ଡ ଚମ୍ପିଆନ୍ସିପ୍‌ ଅଫ୍‌ ଲିଜେଣ୍ଡସ୍‌ 2024 ଫାଇନାଲ୍‌ରେ ପରାସ୍ତ କରି ଟ୍ରଫି ଜିତିଛି ଭାରତୀୟ ଚମ୍ପିଆନ୍‌ ଦଳ । ଯୁବରାଜ ସିଂଙ୍କ ନେତୃତ୍ବାଧୀନ ଦଳ ପାକିସ୍ତାନକୁ ଫାଇନାଲ୍‌ରେ ହରାଇବା ପରେ ଯେଉଁ ସେଲିବ୍ରେସନ୍‌ କରିଥିଲେ, ତାହା ସେମାନଙ୍କୁ ଏବେ ଅଡ଼ୁଆରେ ପକାଇଛି ।

କଣ ଏହି ମାମଲା:-

ବିଶ୍ବ ଚମ୍ପିଆନ୍ସିପ୍‌ ଅଫ୍‌ ଲିଜେଣ୍ଡସ୍‌ 2024 ଫାଇନାଲ୍‌ରେ ପାକିସ୍ତାନ ଲିଜେଣ୍ଡସ୍‌କୁ ହରାଇ ଚମ୍ପିଆନ୍‌ ହୋଇଥିଲେ ଇଣ୍ଡିଆ ଲିଜେଣ୍ଡସ୍‌ । ଏହାପରେ ଭାରତୀୟ ଡ୍ରେସିଂ ରୁମ୍‌ରେ ଏକ ଭିନ୍ନ ଧରଣର ସେଲିବ୍ରେସନ କରାଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳୁଛି ଯେ, ଯୁବରାଜ ସିଂ, ହରଭଜନ ସିଂ, ସୁରେଶ ରୈନା ଓ ଗୁରକୀରଟ ମାନ ଛୋଟେଇ ଛୋଟେଇ ଭିତରକୁ ଆସୁଛନ୍ତି । ବ୍ୟାକ୍‌ଗ୍ରାଉଣ୍ଡରେ ଭିକି କୌଶଲଙ୍କ ଆଗାମୀ ରୋମାଣ୍ଟିକ କମେଡି ଫିଲ୍ମ 'ବ୍ୟାଡ୍ ନ୍ୟୁଜ୍'ର ଗୀତ ତୋବା-ତୋବା ବାଜୁଛି । ଯାହାକୁ ସହଜରେ ଗ୍ରହଣ କରିପାରିନି ଜାତୀୟ ଭିନ୍ନକ୍ଷମ ନିଯୁକ୍ତି ପ୍ରୋତ୍ସାହନ କେନ୍ଦ୍ର । ଏହି କେନ୍ଦ୍ରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅରମାନ ଅଲି ଏହି କ୍ରିକେଟରଙ୍କ ନାମରେ ନୂଆଦିଲ୍ଲୀସ୍ଥିତ ଅମର କଲୋନୀ ଥାନାରେ ଅଭିଯୋଗ କରିଛନ୍ତି । ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପରିହାସ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ନିନ୍ଦା କଲା ଭାରତୀୟ ପାରାଲିମ୍ପିକ କମିଟି:-

ଭାରତୀୟ ପାରାଲିମ୍ପିକ କମିଟି ମଧ୍ୟ ଏଭଳି ଭିଡିଓକୁ ନେଇ ଖେଳାଳିମାନଙ୍କୁ ନିନ୍ଦା କରିଛି । ଭାଇରାଲ ଭିଡିଓର କମେଣ୍ଟ ସେକ୍ସନରେ କମିଟି ଲେଖିଛି, ଏହା ଏକ ଘୃଣା ଏବଂ ସମ୍ବେଦନଶୀଳ କାର୍ଯ୍ୟ । ଜଣେ ତାରକା ସେଲିବ୍ରିଟି ହୋଇ ତୁମେମାନେ ଭଲ ଉଦାହରଣ ସୃଷ୍ଟି କରିବା ଉଚିତ । ହେଲେ ଏଠାରେ ତୁମେ ଭିନ୍ନକ୍ଷମମାନଙ୍କୁ ପରିହାସ କରୁଛ । ଏପରି କରିଥିବାରୁ କ୍ଷମା ମାଗିବା ଉଚିତ ।

ସଫେଇ ଦେଲେ ହରଭଜନ:-

ଭିଡିଓ ଏଭଳି ଭାଇରାଲ ହେବା ଓ ବିଭିନ୍ନ ମହଲରେ ନିନ୍ଦା କରାଯିବା ପରେ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂ । ସେ ନିଜ ଏକ୍ସରେ ଏକ ପୋଷ୍ଟ ସେୟାର କରି ଭିନ୍ନକ୍ଷମ ମାନଙ୍କୁ ଅପମାନ କରିବା ସେମାନଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ଲେଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଲିଜେଣ୍ଡସ୍‌ ବିଶ୍ୱ ଚମ୍ପିଆନ ହେଲା ଭାରତ, ଫାଇନାଲରେ 5 ଓ୍ୱିକେଟରେ ହାରିଲା ପାକିସ୍ତାନ - World Championship of Legends 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.