ETV Bharat / sports

ଋଷରେ ଟିମ୍‌ ଇଣ୍ଡିଆର ପ୍ରଶଂସା କଲେ ମୋଦି; ଟି୨୦ ବିଶ୍ବକପ୍‌ ଜିତିବା ପଛର କାରଣ ଖୋଲି କହିଲେ - PM Modi on Team India

author img

By ETV Bharat Odisha Team

Published : Jul 9, 2024, 11:04 PM IST

PM Modi on Team India: ଋଷରେ ବିଶ୍ବ ବିଜୟୀ ଟିମ୍‌ ଇଣ୍ଡିଆର ପ୍ରଶଂସା କରିବା ସହ ଟି୨୦ ବିଶ୍ବକପ୍‌ ଜିତିବା ପଛର କାରଣ ଖୋଲି କହିଲେ ମୋଦି । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବା ସମୟରେ ଭାରତୀୟ କ୍ରିକେଟ ଦଳକୁ ନେଇ କଣ କହିଲେ ମୋଦି ? ଜାଣନ୍ତୁ,

PM Modi on Team India
PM Modi on Team India (ETV Bharat Odisha)

ହାଇଦ୍ରାବାଦ: ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜଧାନୀ ମସ୍କୋ ଠାରେ ପ୍ରବାସୀ ଭାରତୀୟ ମାନଙ୍କୁ ସମ୍ବୋଧନ କରିଛନ୍ତି । ଏହି ସମୟରେ ବିଶ୍ବ ବିଜୟୀ ଭାରତୀୟ ଦଳର ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ବକପ୍‌ ୨୦୨୪ ଜିତିବା ଏବଂ ଟୁର୍ଣ୍ଣାମେଣ୍ଟରେ ଦଳର ଦୃଢ଼ ଯାତ୍ରା ପାଇଁ ସେ ଭାରତୀୟ କ୍ରିକେଟ୍ ଦଳକୁ ପ୍ରଶଂସା କରିଛନ୍ତି । ଫାଇନାଲ୍‌ରେ ଶେଷ ବଲ ପର୍ଯ୍ୟନ୍ତ ଆଶା ନହରାଇ ଦଳ କିପରି ସଙ୍ଘର୍ଷ କଲା ଓ ଶେଷରେ ସଫଳ ହେଲା, ସେ କଥା କହି ମୋଦି ଭାରତୀୟ ଦଳର ପ୍ରଶଂସା କରିଥିଲେ ।

PM Modi on Team India (ETV Bharat)

ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର (ଜୁଲାଇ ୯)ରେ ପ୍ରବାସୀ ଭାରତୀୟ ମାନଙ୍କୁ ସମ୍ବୋଧନ କରିବା ସମୟରେ ଭାରତୀୟ ଦଳ ଟି20 ବିଶ୍ବକପ ଜିତିବା ପଛର ପ୍ରକୃତ କାହାଣୀ କହିଥିଲେ । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ମଧ୍ୟ ଭାରତୀୟ ଖେଳାଳିମାନେ ନିଜର ଶକ୍ତି ପ୍ରଦର୍ଶନ କରିବେ ଦୃଢ଼ୋକ୍ତି ବାଢ଼ିଛନ୍ତି ମୋଦି । ଭାରତୀୟ ଯୁବବର୍ଗଙ୍କ ଆତ୍ମବିଶ୍ବାସକୁ ଭାରତର ପ୍ରକୃତ ପୁଞ୍ଜି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଦେଶକୁ ନୂତନ ଉଚ୍ଚତାକୁ ଆଣିବା ପାଇଁ ଏହି ଯୁବଶକ୍ତିଙ୍କ ମଧ୍ୟରେ ସର୍ବାଧିକ ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି ଯେ ନିଶ୍ଚିତ ଭାବରେ ସେମାନେ ମଧ୍ୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ବିଶ୍ବକପ୍‌ କ୍ରିକେଟର ଫାଇନାଲ୍‌ ମ୍ୟାଚ୍ ଦେଖିଥିବେ ଏବଂ ବିଜୟ ଉତ୍ସବ ପାଳନ କରିଥିବେ । ମୋଦି କହିଛନ୍ତି, "ବିଶ୍ବକପ୍‌ ଜିତିବାର ପ୍ରକୃତ କାହାଣୀ ପଛରେ ରହିଛି ବିଜୟ ପାଇଁ ହୋଇଥିବା ସଙ୍ଘର୍ଷ । ଆଜିର ଯୁବ ତଥା ଆଜିର ଯୁବ ଭାରତ ଶେଷ ବଲ ପର୍ଯ୍ୟନ୍ତ ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପରାଜୟକୁ ଗ୍ରହଣ କରେ ନାହିଁ । ଏବଂ ଯେଉଁମାନେ ପରାଜୟ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି, ବିଜୟ ସେମାନଙ୍କ ନିକଟରେ ପହଞ୍ଚିଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ସାତ ଦରିଆପାରିରେ ଶୁଭିଲା 'ଜୟ ଜଗନ୍ନାଥ', ଦିଶିଲା ମୋଦିଙ୍କ ଓଡ଼ିଶା ପ୍ରେମ - Jai Jagannath In Moscow

ପ୍ରକାଶ ଥାଉ, ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜଧାନୀ ମସ୍କୋ ଠାରେ ପ୍ରବାସୀ ଭାରତୀୟ ମାନଙ୍କୁ ସମ୍ବୋଧନ କରିଥିଲେ । ଏହି ଅବସରରେ ସେ କୋଟି କୋଟି ଓଡିଆଙ୍କ ହୃଦସ୍ପନ୍ଦନ ତଥା ଜଗତର ନାଥ ଜଗନ୍ନାଥଙ୍କ ନାଁକୁ ଅଭିବ୍ୟକ୍ତ କରିଥିଲେ । ନିଜର ଭାଷଣ ଆରମ୍ଭ କରିବା ପୂର୍ବରୁ ସେ ଜୟ ଜଗନ୍ନାଥ ବୋଲି ଉଚ୍ଚାରଣ କରିଥିଲେ । ଏହା ସହ ଉପସ୍ଥିତ ଲୋକ ମାନେ ମଧ୍ୟ ଜୟ ଜଗନ୍ନାଥ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.