ETV Bharat / sports

ପ୍ୟାରିସ ପାରାଲିମ୍ପିକ୍ସରେ ଭାଙ୍ଗିଲା ଟୋକିଓ ରେକର୍ଡ; ଭାରତୀୟ ପାରା-ଆଥଲେଟମାନଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ - Paris Paralympics 2024

author img

By ETV Bharat Sports Team

Published : Sep 4, 2024, 7:20 PM IST

Paris Paralympics 2024 : ପ୍ୟାରିସ୍‌ ପାରାଲିମ୍ପିକ୍ସ 2024ରେ ଟୋକିଓ ରେକର୍ଡ ଭାଙ୍ଗିଛନ୍ତି ଭାରତୀୟ ପାରା ଆଥଲେଟ । ଗୋଟିଏ ସିଜନରେ ସର୍ବାଧିକ ପଦକ ଜିତିବାର ରେକର୍ଡ କରିଛି ଭାରତ । ଅଧିକ ପଢ଼ନ୍ତୁ

Paris Paralympics 2024
Paris Paralympics 2024 (ETV Bharat Odisha)

ନୂଆଦିଲ୍ଲୀ : ପ୍ୟାରିସ୍‌ ପାରାଲିମ୍ପିକ୍ସ 2024ରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ମଙ୍ଗଳବାର ଦିନ ଭାରତୀୟ ପାରା-ଆଥଲେଟ୍‌ମାନେ 5ଟି ପଦକ ଜିତିଥିବାବେଳେ ବୁଧବାର ସଟ୍‌ପୁଟ୍‌ରେ ସିଲଭର ମେଡାଲ ଜିତିଛନ୍ତି ସଚିନ ଖିଲାଡ଼ି । ତେବେ ଏଭଳି ଦମଦାର ପ୍ରଦର୍ଶନ ପରେ ଭାରତ ପ୍ୟାରିସ ପାରାଲିମ୍ପିକ୍ସରେ ଟୋକିଓ ପାରାଲିମ୍ପିକ୍ସ ରେକର୍ଡ ଭାଙ୍ଗି ଦେଇଛି । ଟୋକିଓ ପାରାଲିମ୍ପିକ୍ସ 2020ରେ ଭାରତ 19 ପଦକ ପାଇଥିବାବେଳେ ପ୍ୟାରିସରୁ ଦେଶକୁ ଆସିଛି 21ଟି ପଦକ ।

ପ୍ୟାରିସରେ ଭାଙ୍ଗିଲା ଟୋକିଓ ରେକର୍ଡ :-

ମଙ୍ଗଳବାର ପୁରୁଷ ଉଚ୍ଚ ଡିଆଁ (ହାଇ ଜମ୍ପ) T63 ଓ ଜାଭେଲିନ୍ ଥ୍ରୋ F46 ବର୍ଗରେ ଭାରତ ଉଭୟ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଛି । ଏହା ବ୍ୟତୀତ ଦୀପ୍ତି ଜୀବନଜୀ ମହିଳା 400 ମିଟର T20 ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏସବୁକୁ ମିଶାଇ ମଙ୍ଗଳବାର ପ୍ୟାରିସ ଅଲିମ୍ପିକ୍ସରେ ଭାରତ ସମୁଦାୟ 5ଟି ପଦକ ଜିତିଛି । ଏହାବାଦ ଆଜି (ବୁଧବାର) ଭାରତର ସଚିନ ଖିଲାଡ଼ି ପୁରୁଷ ସଟ୍‌-ପୁଟ୍‌ ଥ୍ରୋ F46 ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ଏସବୁକୁ ମିଶାଇ ପ୍ୟାରିସ ପାରାଲିମ୍ପିକ୍ସ 2024ରେ ଭାରତ ଏପର୍ଯ୍ୟନ୍ତ 21ଟି ପଦକ ଜିତିଲାଣି । ଯେଉଁଥିରେ 3ଟି ସ୍ବର୍ଣ୍ଣ, 8ଟି ରୌପ୍ୟ ଏବଂ 10ଟି ବ୍ରୋଞ୍ଜ ପଦକ ରହିଛି । ଟୋକିଓ ପାରାଲିମ୍ପିକ୍ସ 2020ରେ ଭାରତ 19 ପଦକ ପାଇଥିବାବେଳେ ଏହା ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ହେଲେ ପ୍ୟାରିସରୁ 21ଟି ପଦକ ଟୋକିଓ ରେକର୍ଡକୁ ପଛରେ ପକାଇଛି ।

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତୀୟ ସ୍ବର୍ଣ୍ଣ ପଦକ ବିଜେତା :-

1. ଅବନୀ ଲେଖରା - ମହିଳା 10 ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ SH1

2. ନିତେଶ କୁମାର - ପୁରୁଷ ଏକକ SL3 (ବ୍ଯାଡମିଣ୍ଟନ)

3. ସୁମିତ ଅନ୍ତିଲ - ଜାଭେଲିନ ଥ୍ରୋ F64 (ଆଥଲେଟିକ୍ସ)

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତୀୟ ରୌପ୍ୟ ପଦକ ବିଜେତା :-

1. ମନୀଷ ନରୱାଲ - ପୁରୁଷ 10 ମିଟର ଏୟାର ପିସ୍ତଲ SH1 (ଶୁଟିଂ)

2. ନିଶାଦ କୁମାର - ପୁରୁଷ ଉଚ୍ଚ ଡିଆଁ T47 (ଆଥଲେଟିକ୍ସ)

3. ଯୋଗେଶ କାଥୁନିୟା - ପୁରୁଷ ଡିସକସ ଥ୍ରୋ F56 (ଆଥଲେଟିକ୍ସ)

4. ତୁଲସୀମତି ମୁରୁଗେସନ - ମହିଳା ଏକକ SU5 (ବ୍ୟାଡମିଣ୍ଟନ)

5. ସୁହାସ ୟଥିରାଜ - ପୁରୁଷ ଏକକ SL4 (ବ୍ୟାଡମିଣ୍ଟନ)

6. ଶରଦ କୁମାର - ପୁରୁଷ ଉଚ୍ଚ ଡିଆଁ T6 ଫାଇନାଲ

7. ଅଜିତ ସିଂହ - ପୁରୁଷ ଜାଭେଲିନ ଥ୍ରୋ F46 ବର୍ଗ

8. ସଚିନ ଖିଲାଡ଼ି - ପୁରୁଷ ସଟ୍‌-ପୁଟ୍‌ ଥ୍ରୋ F46 ବର୍ଗ

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତୀୟ କାଂସ୍ୟ ପଦକ ବିଜେତା :-

1. ମୋନା ଅଗ୍ରୱାଲ - ମହିଳା 10 ମିଟର ଏୟାର ରାଇଫଲ ଷ୍ଟାଣ୍ଟିଂ SH1 (ଶୁଟିଂ)

2. ପ୍ରୀତି ପାଲ - ମହିଳା 100 ମିଟର T35 (ଆଥଲେଟିକ୍ସ)

3. ପ୍ରୀତି ପାଲ - ମହିଳା 200 ମିଟର T35 (ଆଥଲେଟିକ୍ସ)

4. ରୁବିନା ଫ୍ରାନ୍ସିସ - ମହିଳା 10 ମିଟର ଏୟାର ପିସ୍ତଲ SH1 (ଶୁଟିଂ)

5. ମନିଷା ରାମଦାସ - ମହିଳା ଏକକ SUS (ବ୍ୟାଡମିଣ୍ଟନ)

6. ରାକେଶ କୁମାର / ଶୀତଲ ଦେବୀ - ମିଶ୍ରିତ ଆର୍ଚ୍ଚେରୀ (ଆଥଲେଟିକ୍ସ)

7. ନିତ୍ୟା ଶ୍ରୀ ସିବନ - ମହିଳା ଏକକ SH6 (ବ୍ୟାଡମିଣ୍ଟନ)

8. ମାରିୟାପ୍ପନ ଥଙ୍ଗାବେଲୁ - ପୁରୁଷ ଉଚ୍ଚ ଡିଆଁ T6 ଫାଇନାଲ

9. ଦିପ୍ତୀ ଜୀବନଜୀ - ମହିଳା 400 ମିଟର T20 ଫାଇନାଲ

10. ସୁନ୍ଦର ସିଂହ ଗୁର୍ଜର - ପୁରୁଷ ଜାଭେଲିନ ଥ୍ରୋ F46 ବର୍ଗ

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.