ETV Bharat / sports

ନୀରଜ ଚୋପ୍ରା ସ୍ବର୍ଣ୍ଣ ଜିତିଲେ ଖୋଲିବ ଆପଣଙ୍କ ଭାଗ୍ୟ; ମାଗଣାରେ ବୁଲିବେ ବିଦେଶ - Paris Olympics 2024

author img

By ETV Bharat Sports Team

Published : Aug 2, 2024, 5:07 PM IST

Paris Olympics 2024 Free Visa for everyone if Neeraj Chopra wins Gold : ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ଜିତିଲେ ଆପଣଙ୍କୁ ମିଳିବ ବିଦେଶ ବୁଲିବା ମୌକା । ବଡ଼ ଘୋଷଣା କଲେ ଭିସା କମ୍ପାନୀର ସିଇଓ । ଅଧିକ ପଢ଼ନ୍ତୁ

Free Visa for everyone if Neeraj Chopra wins Gold
Free Visa for everyone if Neeraj Chopra wins Gold (ANI)

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ 2024ରେ ପଦକ ପାଇଁ ଦମ ଲଗାଉଛନ୍ତି ଭାରତୀୟ ଆଥଲେଟ୍‌ । ପ୍ରଥମ 7 ଦିନ ଭାରତ ପାଇଁ ଏତେ ଖାସ ହୋଇପାରିନାହିଁ । ଏପର୍ଯ୍ୟନ୍ତ କେବଳ 3ଟି ବ୍ରୋଞ୍ଜ ପଦକ ଜିତିଛି ଭାରତ । ଏହାରି ଭିତରେ ପ୍ୟାରିସ୍‌ରେ ପହଞ୍ଚିଛନ୍ତି ଭାରତର ସୁନା ପୁଅ, ତଥା ସ୍ବର୍ଣ୍ଣ ପଦକ ଆଣିବାକୁ 140 କୋଟି ଭାରତୀୟ ଆଶା ନୀରଜ ଚୋପ୍ରା । ଟୋକିଓ ଅଲିମ୍ପିକ୍ସରୁ ଦେଶକୁ ଗୋଲ୍ଡ ମେଡାଲ ଆଣିଥିବା ନୀରଜଙ୍କ ଉପରେ ସାରା ଦେଶବାସୀଙ୍କ ନଜର ରହିଛି । ପ୍ୟାରିସରୁ ମଧ୍ୟ ସେ ସ୍ବର୍ଣ୍ଣ ପଦକ ଆଣିବେ ବୋଲି ସମସ୍ତଙ୍କ ଆଶା ଓ ବିଶ୍ବାସ । ଏହାରି ଭିତରେ ଜଣେ ଯୁବ ବ୍ୟବସାୟୀ ନୀରଜ ସ୍ବର୍ଣ୍ଣ ଜିତିବା ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଅର୍ଥାତ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ଜିତିଲେ ଆପଣଙ୍କ ଭାଗ୍ୟ ବି ଖୋଲିଯାଇପାରେ ।

ଏପର୍ଯ୍ୟନ୍ତ ଆସିଛି 3ଟି କାଂସ୍ୟ:-

ପ୍ୟାରିସରେ ବର୍ତ୍ତମାନ ସୁଦ୍ଧା ଭାରତର ଅଲିମ୍ପିକ୍ସ ଅଭିଯାନ ଏତେଟା ସ୍ମରଣୀୟ ହୋଇପାରିନାହିଁ । ଏପର୍ଯ୍ୟନ୍ତ କେବଳ 3ଟି କାଂସ୍ୟ ପଦକ ଜିତିବାରେ ସକ୍ଷମ ହୋଇଥଛନ୍ତି ଭାରତୀୟ ଆଥଲେଟ୍‌ । ଷ୍ଟାର ଶୁଟର ମନୁ ଭାକର ମହିଳା 10 ମିଟର ଏୟାର ପିସ୍ତଲ ଏକକ ବର୍ଗରେ ଦେଶକୁ ପ୍ରଥମ ବ୍ରୋଞ୍ଜ ପଦକ ଦେଇଥିବାବେଳେ ସରବଜୋତ ସିଂହଙ୍କ ସହ ମିଶି 10 ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ ଜିତିଛନ୍ତି ଦ୍ବିତୀୟ ମେଡାଲ । ଅନ୍ୟପଟେ 50 ମିଟର ଏୟାର ରାଇଫଲ 3 ପୋଜିସନ ଏକକ ବର୍ଗରେ ଅଲିମ୍ପିକ୍‌ ଡେବ୍ୟୁ କରିଥିବା ଭାରତୀୟ ଷ୍ଟାର ଶୁଟର ସ୍ବପ୍ନୀଲ କୁସାଲେ ଦେଶକୁ ଦେଇଛନ୍ତି ତୃତୀୟ କାଂସ୍ୟ ପଦକ । ଅନ୍ୟପଟେ 140 କୋଟି ଭାରତୀୟଙ୍କ ପଦକ ଆଶା ନେଇ ପ୍ୟାରିସ ଯାଇଥିବା ପିଭି ସିନ୍ଧୁ, ନିଖତ ଜରିନ, ରୋହନ ବୋପାନ୍ନାଙ୍କ ଭଳି ଭେଟେରାନ ଅଲିମ୍ପିକ୍ସରି ବାଦ ପଡ଼ିଛନ୍ତି ।

ନୀରଜଙ୍କ ଉପରେ ସମସ୍ତଙ୍କ ନଜର:-

ନୀରଜ ଚୋପ୍ରା ଖୁବ କମ ବୟସରେ ଅନ୍ତର୍ଜାତୀୟସ୍ତରରେ ଅନେକ ପଦକ ହାସଲ କରିବାର ସଫଳ ହୋଇଛନ୍ତି । ସେ ପୋଲାଣ୍ଡରେ ଅନୁଷ୍ଠିତ 2016 IAAF ବିଶ୍ୱ U20 ଚମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାକୁ ଆସିଥିଲେ । ପୋଲାଣ୍ଡରେ ସେ 86.48 ମିଟର ଜାଭେଲିନ ଥ୍ରୋ କରି ବିଜୟୀ ହୋଇଥିଲେ । ଏହାପରେ 2017 ଏସିଆନ୍ ଗେମ୍ସରେ ଚମ୍ପିଆନ ହୋଇଥିଲେ । ଏହାପରେ ସେ ଗୋଲ୍ଡ କୋଷ୍ଟ 2018 କମନୱେଲଥ ଗେମ୍ସ ଏବଂ ଜାକର୍ତ୍ତାରେ ଅନୁଷ୍ଠିତ 2018 ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିଲେ । 2019 ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସରେ ନୀରଜ ନିଜର ହିଁ ରେକର୍ଡ ଭାଙ୍ଗି 88.07 ମିଟର ବର୍ଚ୍ଛା ଫିଙ୍ଗି ନିଜ ରେକର୍ଡ ଭାଙ୍ଗିଥିଲେ । 2021ରେ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏହା ବ୍ୟକ୍ତିଗତ ଭାବେ ଅଭିନବ ବିନ୍ଦ୍ରାଙ୍କ ପରେ ଭାରତ ପାଇଁ ଅଲିମ୍ପିକ୍ସରେ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଥିଲା । 7 ଅଗଷ୍ଟ 2021ରେ ଟୋକିଓ ଅଲମ୍ପିକ୍ସରେ 87.58 ମିଟର ଜାଭେଲିନ ଫିଙ୍ଗି ଭାରତର ପ୍ରଥମ ଗୋଲ୍ଡ ମେଡାଲ ବିଜେତା ବନିଥିଲେ ଯୁବ ଆଥଲେଟ୍‌ ନୀରଜ । ଏହି ଖବର ପ୍ରସାରିତ ହେବାପରେ ସାରାଦେଶରେ ଏକ ନିଆରା ଉନ୍ମାଦନା ଦେଖିବାକୁ ମିଳିଥିଲା ଓ ଦେଶବାସୀ ଖୁସିରେ ଝୁମି ଉଠିଥିଲେ । ଏବେ ପ୍ୟାରିସରେ 6 ଅଗଷ୍ଟରୁ ନୀରଜ ନିଜ ଜାଭେଲିନ ଧରି ମୈଦାନକୁ ଓହ୍ଲାଇବେ ।

Free Visa for everyone if Neeraj Chopra wins Gold
Free Visa for everyone if Neeraj Chopra wins Gold (Mohak Nahta LinkedIn)

ଏଟଲିଜ୍‌ କମ୍ପାନୀର ଏକ୍ସକ୍ଲୁଜିବ ଅଫର୍‌:-

ଏଟଲିଜ୍‌ ଭିସା କମ୍ପାନୀର ସିଇଓ ମୋହକ ନାହାଟା 'ଲିଙ୍କଡଇନ'ରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ଲୋକଙ୍କୁ ବହୁତ ଖୁସି କରିଛି ଓ ତାଙ୍କୁ ଏବେ ଚର୍ଚ୍ଚାରେ ରଖିଛି । ତାଙ୍କ ପୋଷ୍ଟରେ ସେ ଲେଖିଛନ୍ତି ଯେ, ଯଦି ନୀରଜ ଚୋପ୍ରା 2024 ପ୍ୟାରିସ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତନ୍ତି, ତେବେ ସେ ତାଙ୍କ ୟୁଜର୍ସଙ୍କୁ ଗୋଟିଏ ଦିନ ପାଇଁ ମାଗଣା ଭିସା ଦେବେ । ବ୍ୟକ୍ତିଗତ ଭାବେ ସେ ସମସ୍ତଙ୍କୁ ଭିସା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ, ଏହି ଭିସା ପାଇଁ ସେ ଗୋଟିଏ ଟଙ୍କା ମଧ୍ୟ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି । ସେ ପ୍ରଥମେ ଏକ ପୋଷ୍ଟରେ ଲେଖିଥିଲେ ଯେ ଯଦି ନୀରଜ ଚୋପ୍ରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତନ୍ତି, ତେବେ ମୁଁ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ମାଗଣା ଭିସା ପଠାଇବି । ଏହାପରେ ସେ ନିଜର ପୋଷ୍ଟ ସ୍ପଷ୍ଟ କରିବାକୁ ଯାଇ ଆଉ ଏକ ପୋଷ୍ଟ କରି ଲେଖିଛନ୍ତି, 'ଯଦି ନୀରଜ ଚୋପ୍ରା ସ୍ବର୍ଣ୍ଣ ଜିତନ୍ତି ତେବେ ମୁଁ ସମସ୍ତଙ୍କୁ ମାଗଣା ଭିସା ଦେବା ପାଇଁ ଜୁଲାଇ 30ରେ ପ୍ରତିଶୃତି ଦେଇଥିଲି । ଯେହେତୁ ଆପଣମାନଙ୍କ ମଧ୍ୟରୁ ଅନେକ ସବିଶେଷ ତଥ୍ୟ ମାଗିଛନ୍ତି, ମୁଁ ସ୍ପଷ୍ଟ କରୁଛି, ନୀରଜ ଚୋପ୍ରା ଅଗଷ୍ଟ 8ରେ ପଦକ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ । ଯଦି ସେ ସ୍ବର୍ଣ୍ଣ ଜିତନ୍ତି, ତେବେ ଆମେ ସମସ୍ତ ଉପଭୋକ୍ତାଙ୍କୁ ଗୋଟିଏ ଦିନ ପାଇଁ ମାଗଣା ଭିସା ଦେବୁ । ଭିସା ପାଇଁ ଲୋକଙ୍କୁ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ ।'

ଏଟଲିଜ୍‌ କମ୍ପାନୀ ବିଷୟରେ ଜାଣନ୍ତୁ:-

ଏହି କମ୍ପାନୀ 2020ରେ ଆମେରିକାର ସେନ ଫ୍ରାନ୍ସିସ୍କୋରେ ପ୍ରତିଷ୍ଠା ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା ବ୍ୟତୀତ ଏହାର ଭାରତରେ ଦୁଇଟି କାର୍ଯ୍ୟାଳୟ ଅଛି । ମୁମ୍ବାଇ ଏବଂ ଗୁରୁଗ୍ରାମରେ ଏହାର କାର୍ଯ୍ୟାଳୟ ରହିଛି । ଏହି କମ୍ପାନୀ ଉପଭୋକ୍ତାଙ୍କୁ ଭିସା ପାଇଁ ଆବେଦନ କରିବାରେ ସାହାଯ୍ୟ କରେ ।

ଏହା ମଧ୍ୟ ପଢ଼ନ୍ତୁ...ଅଲିମ୍ପିକ୍ସ ପାଇଁ କେତେ ପ୍ରସ୍ତୁତ ନୀରଜ ଚୋପ୍ରା ? ଗୋଲ୍ଡ ଆଣିବା ନେଇ 140 କୋଟି ଭାରତୀୟଙ୍କ ଆଶା - Paris Olympic 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.