ETV Bharat / sports

ମେଡାଲ ଆଣିବେ ମନୁ-ସର୍ବଜୋତ; ଡବଲ୍ସରେ ଖେଳିବେ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ - Paris Olympics 2024

author img

By ETV Bharat Sports Team

Published : Jul 29, 2024, 3:37 PM IST

Paris Olympics 2024 Shooting: ଆହୁରି ଗୋଟିଏ ବ୍ରୋଞ୍ଜ ପଦକ ନିକଟବର୍ତ୍ତୀ ହେଲେ ମନୁ ଭାକର । 10 ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ ବ୍ରୋଞ୍ଜ ପଦକ ମ୍ୟାଚ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କଲେ ମନୁ ଭାକର ଓ ସରବଜୋତ ସିଂହ । ଅଧିକ ପଢ଼ନ୍ତୁ

Paris Olympics 2024 Shooting
Paris Olympics 2024 Shooting (AP Photos)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍‌ ଅଲିମ୍ପିକ୍ସ 2024ର ତୃତୀୟ ଦିନରେ ଭାରତୀୟ ଶୁଟରଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି । ସୋମବାର ଦିନ ଭାରତର ଷ୍ଟାର ଶୁଟର ମନୁ ଭାକର ଏବଂ ସରବଜୋତ ସିଂହ 10 ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ ବ୍ରୋଞ୍ଜ ପଦକ ମ୍ୟାଚ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅର୍ଥାତ ଏହି ମ୍ଯାଚ୍‌ ଜିତିଲେ ଭାରତକୁ ଆଉ ଏକ ବ୍ରୋଞ୍ଜ ମେଡାଲ ଶୁଟିଂ ଇଭେଣ୍ଟରୁ ଆସିବ ।

କୋରିଆ ଶୁଟରଙ୍କୁ ପଛରେ ପକାଇଲେ ଭାରତୀୟ ଯୋଡ଼ି:-

ମନୁ ଭାକର ଏବଂ ସରବଜୋତ ସିଂହ ଚମତ୍କାର ପ୍ରଦର୍ଶନ କରି 3 ସିରିଜରେ 580 ପଏଣ୍ଟ ହାସଲ କରିବା ସହ ଯୋଗ୍ୟତା ପର୍ଯ୍ୟାୟରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚତୁର୍ଥ ସ୍ଥାନ ହାସଲ କରିଥିବା କୋରିଆ ରିପବ୍ଲିକର ଓହ୍‌ ୟେ ଜିନ୍ ଏବଂ ଲି ୱୋନହୋଙ୍କୁ ପଛରେ ପକାଇଛନ୍ତି ଏହି ଭାରତୀୟ ଯୋଡ଼ି ।

ମଙ୍ଗଳବାର ଖେଳାଯିବ ବ୍ରୋଞ୍ଜ ପଦକ ମ୍ୟାଚ୍‌:-

ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତୀୟ ଶୁଟରମାନଙ୍କୁ କୋରିଆନ ଯୋଡ଼ି ଓହ୍‌ ୟେ ଜିନ୍ ଏବଂ ଲି ୱୋହୋଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡିବ । ମଙ୍ଗଳବାର ଦିନ ଭାରତୀୟ ସମୟ ଅପରାହ୍ନ ଗୋଟାଏରେ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଉଭୟ ଦଳ ମୁହାଁମୁହିଁ ହେବେ । ରବିବାର ଦିନ ପ୍ୟାରିସ୍ ଅଲିମ୍ପିକ୍ସର ଭାରତକୁ ପ୍ରଥମ ପଦକ ପ୍ରଦାନ କରିଥିବା ମନୁ ଭାକର ଏହି ମ୍ୟାଚ୍‌ରେ ଦ୍ବିତୀୟ ବ୍ରୋଞ୍ଜ ପଦକ ଜିତିବାକୁ ଚେଷ୍ଟା କରିବେ ।

ତୁର୍କୀ ଓ ସର୍ବିୟା ମଧ୍ୟରେ ହେବ ସ୍ବର୍ଣ୍ଣ ପଦକ ମ୍ୟାଚ୍‌:-

ଏହି ଇଭେଣ୍ଟରେ ତୁର୍କୀର ସେଭଲ୍ ଇଲାଏଦା ତାରହାନ୍ ଏବଂ ୟୁସୁଫ୍ ଡିକେକ୍ ଦମଦାର ପ୍ରଦର୍ଶନ କରିଥିଲେ । ଟୋକିଓ 2020ରେ ଭାରତୀୟ ଶୁଟରଙ୍କ ଦ୍ବାରା ହୋଇଥିବା 582 ପଏଣ୍ଟ୍‌ର ଅଲିମ୍ପିକ୍ ରେକର୍ଡର ସମକକ୍ଷ ହୋଇଥିଲେ ଏହି ତୁର୍କୀ ଯୋଡ଼ି । ତୁର୍କୀ ଯୋଡ଼ି ସ୍ବର୍ଣ୍ଣ ପଦକ ପାଇଁ ସର୍ବିୟା ଯୋଡି ଜୋରାନା ଅରୁଣୋଭିକ୍ ଏବଂ ଦାମୀର ମାଇକେକ୍‌ଙ୍କୁ ଭେଟିବେ । ଉଲ୍ଲେଖଯୋଗ୍ୟ, ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଏହି ଦୁଇ ଯୋଡ଼ି ସେମାନଙ୍କର ପଦକ ନିଶ୍ଚିତ କରିସାରିଛନ୍ତି । ଆଗାମୀ ମ୍ୟାଚ୍‌ରେ ବିଜୟୀ ଯୋଡ଼ିକୁ ସ୍ବର୍ଣ୍ଣ ପଦକ ଓ ପରାଜିତ ଦଳକୁ ରୌପ୍ୟ ପଦକ ମିଳିବ ।

ଏହା ମଧ୍ୟ ପଢ଼ନ୍ତୁ...ଚୁରମାର ହୋଇଗଲା ପଦକ ଆଶା; ଫାଇନାଲ୍‌ରେ ହାରିଗଲେ ରମିତା ଜିନ୍ଦଲ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.