ETV Bharat / sports

ପ୍ୟାରିସ ଅଲିମ୍ପିକ୍ସରେ ଚମକିବେ ଓଡ଼ିଆ ପୁଅ କିଶୋର; ପ୍ରତିଯୋଗୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, 28ଜଣିଆ ଆଥଲେଟ୍ ଟିମ୍ ଲିଡ କରିବେ ନୀରଜ - paris olympics 2024

author img

By ETV Bharat Odisha Team

Published : Jul 5, 2024, 7:38 AM IST

Updated : Jul 5, 2024, 9:31 AM IST

Paris Olympics 2024: ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ଭାରତୀୟ ଅଥଲେଟ୍ସଙ୍କ କଥା ହେଲେ ପ୍ରଧାନମନ୍ତ୍ରୀ । ଆମର ଖେଳାଳି ଭଲ ପ୍ରଦର୍ଶନ କରିବେ ଏବଂ ଭାରତର ନାମକୁ ଗର୍ବିତ କରିବେ ବୋଲି ଆଶା ରଖିଛନ୍ତି ମୋଦି । ଅଧିକ ପଢନ୍ତୁ

Paris Olympics
Paris Olympics (@narendramodi)

ନୂଆଦିଲ୍ଲୀ: ଆସନ୍ତା 26 ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ । ଏହା ପୂର୍ବରୁ ଏହି ଅଲିମ୍ପିକ୍ସରେ ସାମିଲ ହେବାକୁ ଥିବା ଭାରତୀୟ ଖେଳାଳିଙ୍କୁ ଭେଟି ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟରରେ କଣ୍ଟିଜେଣ୍ଟଙ୍କ ସହ ସାକ୍ଷାତ ସମୟରେ ଫଟୋ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ । ଏକ୍ସରେ ମୋଦି ଲେଖିଛନ୍ତି, ଅଲିମ୍ପିକ୍ସ ପାଇଁ ପ୍ୟାରିସକୁ ଯାଉଥିବା ଆମର ଭାରତୀୟ ଦଳ ସହ କଥା ହୋଇଛି । ମୁଁ ନିଶ୍ଚିତ ଯେ ଆମର ଆଥଲେଟମାନେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିବେ ଏବଂ ଭାରତର ନାମକୁ ଗର୍ବିତ କରିବେ । ସେମାନଙ୍କର ଜୀବନ ଯାତ୍ରା ଏବଂ ସଫଳତା 140 କୋଟି ଭାରତୀୟଙ୍କୁ ପ୍ରେରଣା ଦେଇଥାଏ ।

ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ୍ (ଆଇଓଏ) ର ସଭାପତି ପି.ଟି ଉଷାଙ୍କ ସହ ବ୍ୟାଡମିଣ୍ଟନ୍ ମୁଖ୍ୟ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ, ପୁରୁଷ ହକି ଟିମ୍‌, ବ୍ୟାଡମିଣ୍ଟନ୍ ତାରାକା ପିଭି ସିନ୍ଧୁ, ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଏବଂ ପ୍ୟାରିସ୍ ଗେମ୍ସରେ ଅଂଶଗ୍ରହଣ କରୁଥିବା ଅନ୍ୟ ସମସ୍ତ ଆଥଲେଟଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ପି.ଟି ଉଷା କହିଛନ୍ତି ଯେ, 2020 ଟୋକିଓ ଅଲିମ୍ପିକ୍ସ ଅପେକ୍ଷା ଭାରତୀୟ ଆଥଲେଟ୍ସ ମାନେ ଏହି ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବେ । ଟୋକିଓରେ ଯେଉଁଠାରେ ଭାରତ ଗୋଟିଏ ସ୍ୱର୍ଣ୍ଣ ପଦକ ସମେତ ସାତୋଟି ପଦକ ଜିତିଥିଲା । ପ୍ୟାରିସ୍ ଅଲିମ୍ପିକ୍ସ 26 ଜୁଲାଇରୁ 11 ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଭାରତୀୟ ଆଥଲେଟ ମାନେ ସୁଟିଂ, ଜାଭେଲିନ, ବ୍ୟାଡମିଣ୍ଟନ୍, ରେସଲିଂ ଏବଂ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲମ୍ପିକ୍ସରେ ମଶାଲ ଧରିବେ ଅଭିନବ ବିନ୍ଦ୍ରା

ପ୍ୟାରିସରେ ଚମକିବେ ଓଡ଼ିଆ ପୁଅ କିଶୋର: ପ୍ୟାରିସ ଅଲିମ୍ପିକ୍ସ ଖେଳିବେ ଓଡ଼ିଶା ଜାଭେଲିନ ଫିଙ୍ଗାଳି କିଶୋର କୁମାର ଜେନା । କିଶୋର ଜାଭେଲିନ ଇଭେଣ୍ଟରେ ଭାଗ ନେବେ । ଏସିଆନ ଗେମ୍ସରେ କିଶୋର ରୌପ୍ୟ ପଦକ ହାସଲ କରିଥିବା ବେଳେ ଏହି ଇଭେଣ୍ଟରେ ମଧ୍ୟ ପଦ ଆଣିବା ଆଶା କରାଯାଉଛି ।ଏଏଫଆଇ ଚୟନ ପ୍ୟାନେଲ ପକ୍ଷରୁ ପ୍ରକାଶ ପାଇଥିବା 28 ଜଣିଆ ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଟିମରେ କିଶୋରଙ୍କ ନାମ ରହିଛି । ନୀରଜ ଚୋପ୍ରାଙ୍କ ନେତୃତ୍ବରେ ଭାରତୀୟ ଆଥଲେଟ୍ସ ଟିମ୍‌ ପ୍ୟାରିସ ଅଲିମ୍ପିକ୍ସ ଖେଳିବେ । କିଶୋରଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରିର କୋଠସାହିରେ ।

ଆସନ୍ତା 7 ତାରିଖ ସୁଦ୍ଧା କ୍ରୀଡାବିତଙ୍କ ତାଲିକା ଚୂଡାନ୍ତ ହେବ । ଚଳିତ ଥର 10ହଜାର 5ଶହ କ୍ରୀଡାବିତ ପ୍ରତିଯୋଗିତାରେ ସାମିଲ ହେବେ । ମେ 8 ତାରିଖରେ ଫ୍ରାନ୍ସରୁ ମଶାଲ ଯାତ୍ରା ଆରମ୍ଭ ହୋଇଥିବା ବେଳେ ।ଖୁବଶୀଘ୍ର ତାହା ଶେଷ ହେବ । ଏହା 5ଟି ଦେଶ ଓ 65 ଅଞ୍ଚଳ ପରିକ୍ରମା କରିବ । ପ୍ରାୟ 10 ହଜାର ମଶାଲ ବାହାକ ଏହି ରାଲିରେ ସାମିଲ ହୋଇଛନ୍ତି । 400 ସହ ସିଟି ପରିଦର୍ଶନ କରିବ ମଶାଲ। ପ୍ୟାରିସ ଅଲମ୍ପିକ୍ସ ଆୟୋଜିତ ସ୍ଥାନରେ ମଶାଲ ପ୍ରଜ୍ୱଳିତ କରାଯାଇ ପ୍ରାରମ୍ଭିକ ଯାତ୍ରା ହୋଇଥିଲା ପରେ ଅନ୍ୟ ଦେଶକୁ ମଶାଲ ଯାତ୍ରା ବାହାରିଥିଲା ।

Last Updated : Jul 5, 2024, 9:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.