ETV Bharat / sports

ଭାରୋତ୍ତୋଳନରେ ହାରିଲେ ଚାନୁ, ଚତୁର୍ଥ ସ୍ଥାନରେ ରହି ବ୍ରୋଞ୍ଜ ପଦକରୁ ବଞ୍ଚିତ - Paris Olympics 2024 - PARIS OLYMPICS 2024

Paris Olympics 2024: ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହେଲେ ମୀରାବାଈ ଚାନୁ । ଚତୁର୍ଥ ସ୍ଥାନରେ ରହି ଅଲିମ୍ପିକ୍ସ ଅଭିଯାନ ଶେଷ କଲେ । ଅଧିକ ପଢନ୍ତୁ

Mirabai Chanu
Mirabai Chanu ((AFP Photo))
author img

By ETV Bharat Odisha Team

Published : Aug 8, 2024, 9:56 AM IST

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସରେ ଭାରକୁ ଆଉ ଏକ ଝଟକା । ନିରାଶ କଲେ ଭାରୋଉତ୍ତୋଳନକାରୀ ମୀରାବାଈ ଚାନୁ । ପଦକ ପାଇଁ ଦାବିଦାର ଥିବା ଚାନୁ ମହିଳା 49 କିଲୋ ବର୍ଗରେ ପରାଜିତ ହୋଇଛନ୍ତି । ଚତୁର୍ଥ ସ୍ଥାନରେ ରହି ବ୍ରୋଞ୍ଜ ପଦକରୁ ସେ ବଞ୍ଚିତ ହୋଇଛନ୍ତି । ଫଳରେ ଦ୍ବିତୀୟ ଅଲିମ୍ପିକ୍ସ ପଦକ ଆଶା ଚାନୁଙ୍କ ଧୂଳିସାତ ହୋଇଛି । ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ ଚାନୁ ।

1 କିଲୋଗ୍ରାମ ପଛରେ ରହି ପଦକରୁ ବଞ୍ଚିତ ଚାନୁ :

ଟୋକିଓ ରୌପ୍ୟ ପଦକ ବିଜେତା ମୀରାବାଈ ଚାନୁ ପ୍ରଥମ ସ୍ନାଚରେ 85 କିଲୋ ଉଠାଇବାରେ ସଫଳ ହୋଇଥିଲେ । ଦ୍ବିତୀୟ ପ୍ରୟାସରେ 88 କିଲୋ ଉଠାଇବେ ବିଫଳ ହୋଇଥିଲେ । ତୃତୀୟ ପ୍ରାୟସରେ 88 କିଲୋ ଉଠାଇବାରେ ସଫଳ ହୋଇଥିଲେ । ଏହାପରେ କ୍ଲିନ ଆଣ୍ଡ ଜର୍କରେ ପ୍ରଥମେ 111 କେଜି ଓଜନ ଉଠାଇବାକୁ ନିଷ୍ପତ୍ତି ନେଇ ବିଫଳ ହୋଇଥିଲେ । ଦ୍ବିତୀୟ ପ୍ରୟାସରେ ସଫଳ ହୋଇଥିଲେ । ତୃତୀୟ ପ୍ରୟାସରେ 114 କେଜି ଉଠାଇବାରେ ବିଫଳ ହୋଇଥିବାରୁ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲେ । ବ୍ରୋଞ୍ଜ ଜିତିଥିବା ଥାଇଲାଣ୍ଡର ସୁରୋଦଚନାଙ୍କ ଠାରୁ ମାତ୍ର 1 କେଜି ପଛରେ ରହିଥିଲେ ଚାନୁ । ଏହି ଇଭେଣ୍ଟରେ ଚୀନର ଝିହୁଇ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ରୋମାନିଆକ ମିହାଏଲା ରୌପ୍ୟ ପଦକ ହାସଲ କରିଥିଲେ । ଚାନୁ 199 କେଜି (ସ୍ନାଚ 88, କ୍ଲିନ ଆଣ୍ଡ ଜର୍କ 111 କେଜି) ଓଜନ ଉଠାଇ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-'ମୁଁ ହାରିଗଲି...' ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ପରେ କୁସ୍ତିକୁ ଭିନେଶ ଫୋଗତଙ୍କ ଅଲବିଦା - Vinesh Phogat announces retirement

ଟୋକିଓରେ ରୌପ୍ୟ ପାଇଥିଲେ ଚାନୁ:

ଟୋକିଓ ଅଲମ୍ପିକରେ ମଣିପୁରର ଭାରୋତ୍ତୋଳନକାରୀ 49 କିଲୋଗ୍ରାମ ବର୍ଗରେ 202 କିଲୋଗ୍ରାମ(87+115) (ସ୍ନାଚ ଓ କ୍ଳିନ ଜର୍କ ବର୍ଗରେ) ଭାର ଉଠାଇ ପ୍ରଥମ ଦିନରେ ଭାରତକୁ ରୌପ୍ୟ ପଦକ ଭେଟି ଦେଇଥିଲେ । ମୀରାବାଇ ବିଶ୍ବ ଚାମ୍ପିୟନସିପ ସହିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ । ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଗ୍ରୁପ ବି ଆଇଡବ୍ଲୁ ବିଶ୍ବକପରେ ମୀରାବାଇ ଚାନୁ ତୃତୀୟ ସ୍ଥାନରେ ରହିଥିଲେ । 49 କିଲୋ ବର୍ଗରେ ସେ 184 କିଲୋ ଭାରୋତ୍ତୋଳନ କରି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଟିକେଟ ପାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.