ETV Bharat / sports

ଅଲିମ୍ପିକ୍ସ ବାଦଶାହଙ୍କୁ ଜାଣନ୍ତି କି ? ଏକା ଜିତିଛନ୍ତି 162 ଦେଶଠୁ ବି ଅଧିକା ଗୋଲ୍ଡ ମେଡାଲ - Paris Olympics 2024

author img

By ETV Bharat Sports Team

Published : Aug 5, 2024, 3:52 PM IST

ALL time Olympics Legend : ଅଲିମ୍ପିକ୍ସ ଇତିହାସର ସବୁଠାରୁ ଶ୍ରେଷ୍ଠ ଖେଳାଳି ହେଉଛନ୍ତି ଜଣେ ଆଥଲେଟ୍ ଯାହାଙ୍କୁ ଅଲିମ୍ପିକ୍ସର ବାଦଶାହ ବୋଲି କୁହାଯାଏ । ଏହି ଆଥଲେଟ୍ ଜଣଙ୍କ ଏକାକୀ 162 ଦେଶ ଜିତିଥିବା ସ୍ବର୍ଣ୍ଣ ପଦକଠାରୁ ଅଧିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଅଧିକ ପଢ଼ନ୍ତୁ

Michael Phelps
ALL time Olympics Legend (AP Photo and ETV Bharat)

ହାଇଦ୍ରାବାଦ: ଅଲିମ୍ପିକ୍ସ କ୍ରୀଡ଼ାର ଏପରି ଏକ ମହାକୁମ୍ଭ, ଯେଉଁଠାରେ ଆଥଲେଟ୍‌ମାନେ ବିଶ୍ବସ୍ତରରେ ନିଜର ଛାପ ଛାଡ଼ିବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତି । ତେବେ, ଏହି ମଞ୍ଚରେ ସମସ୍ତଙ୍କଠାରୁ ବହୁତ ଆଗକୁ ଯାଇପାରିଥିବା ଜଣେ ଆଥଲେଟ୍ ହେଉଛନ୍ତି ଆମେରିକାର ପୂର୍ବତନ ସନ୍ତରଣକାରୀ ମାଇକେଲ୍ ଫେଲପ୍ସ । ଯାହାଙ୍କ ନାମରେ ଏପରି ଏକ ବିଶ୍ବ ରେକର୍ଡ ଅଛି, ଯାହାକୁ ଭାଙ୍ଗିବା ଅସମ୍ଭବ ପରି ମନେହୁଏ । ତେବେ ସେହି ରେକର୍ଡ ହେଉଛି ସେ ଜିତିଥିବା 28 ଅଲିମ୍ପିକ୍ସ ପଦକ । ଏଥିରେ 23ଟି ସ୍ବର୍ଣ୍ଣ, 3ଟି ରୌପ୍ୟ ଏବଂ 2ଟି ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ । ଯାହା ଫେଲପ୍ସଙ୍କୁ ଇତିହାସର ସର୍ବଶ୍ରେଷ୍ଠ ଅଲିମ୍ପିଆନ୍ ଭାବେ ପରିଚିତ କରାଇପାରିଛି ।

Michael Phelps
ALL time Olympics Legend (IANS Photo)

ସର୍ବଶ୍ରେଷ୍ଠ ଅଲିମ୍ପିଆନ ମାଇକେଲ୍ ଫେଲପ୍ସ :-

ଆମେରିକୀୟ ସନ୍ତରଣକାରୀ ମାଇକେଲ ଫେଲପ୍ସ ବାସ୍ତବରେ ସର୍ବକାଳୀନ ଶ୍ରେଷ୍ଠ ଅଲିମ୍ପିଆନ୍ ଅଟନ୍ତି । କେହି କେହି ଯୁକ୍ତି କରିପାରନ୍ତି ଯେ ଉସେନ୍ ବୋଲ୍ଟ, କାର୍ଲ ଲୁଇସ୍ କିମ୍ବା ନାଡିଆଆ କମାନେସି ମଧ୍ୟ ଶ୍ରେଷ୍ଠ ଅଲିମ୍ପିଆନ ହୋଇପାରନ୍ତି, କିନ୍ତୁ ପଦକ ଗଣନା ଦୃଷ୍ଟିରୁ ଏହି ରେସ୍‌ରେ ସ୍ପଷ୍ଟ ବିଜେତା ହେଉଛନ୍ତି ମାଇକେଲ ଫେଲପ୍ସ ।

Michael Phelps
ALL time Olympics Legend (AFP Photo)

ଏକା ଜିତିଛନ୍ତି 162 ଦେଶରୁ ଅଧିକ ଗୋଲ୍ଡ :-

ଫେଲପ୍ସଙ୍କ ପାଖରେ 23ଟି ସ୍ବର୍ଣ୍ଣ ପଦକ ସମେତ ମୋଟ 28ଟି ପଦକ ରହିଛି । ତାଙ୍କ ପାଖରେ ଥିବା 23ଟି ସ୍ବର୍ଣ୍ଣ ପଦକ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ପାଖରେ ଥିବା ମେଡାଲ ସଂଖ୍ୟାଠାରୁ ଦୁଇଗୁଣ ଅଧିକ । ଏହା ସହିତ, ସେ ଏକା ଜିତିଥିବା ସ୍ବର୍ଣ୍ଣ ପଦକ ସଂଖ୍ୟା, 162ଟି ଦେଶ ଅଲିମ୍ପିକ୍ସରେ ଜିତିଥିବା ସ୍ବର୍ଣ୍ଣ ପଦକ ସଂଖ୍ୟାଠାରୁ ମଧ୍ୟ ଅଧିକ । ଉଦାହରଣ ସ୍ବରୂପ, ଅଲିମ୍ପିକ୍ସ ଇତିହାସରେ ଭାରତ ଏପର୍ଯ୍ୟନ୍ତ ମୋଟ 10ଟି ସ୍ବର୍ଣ୍ଣ ପଦକ ଜିତିଛି, ଯାହା ଫେଲପ୍ସ ଜିତିଥିବା 23ଟି ସ୍ବର୍ଣ୍ଣର ଅଧାରୁ ବି କମ୍ ଅଟେ ।

15 ବର୍ଷ ବୟସରୁ ଅଲିମ୍ପିକ୍ସ ଯାତ୍ରା ଆରମ୍ଭ :-

ମାଇକେଲ ଫେଲପ୍ସଙ୍କ ଅଲିମ୍ପିକ୍ସ ଯାତ୍ରା ସେ 15 ବର୍ଷ ବୟସର ହୋଇଥିବା ସମୟରେ ସିଡନୀରେ ଅନୁଷ୍ଠିତ 2000 ଅଲିମ୍ପିକ୍ସରୁ ଆରମ୍ଭ ହୋଇଥିଲା । ସେ ଏଥିରେ କୌଣସି ପଦକ ଜିତିପାରିନଥିଲେ । 200 ମିଟର ବଟରଫ୍ଲାଇ ଇଭେଣ୍ଟରେ 5ମ ସ୍ଥାନରେ ରହିଥିଲେ । କିନ୍ତୁ 2004ରେ ଆଥେନ୍ସରେ ଅନୁଷ୍ଠିତ ଅଲିମ୍ପିକ୍ସରେ ଦମଦାର ପ୍ରତ୍ୟାବର୍ତ୍ତନ ପରେ ଲଗାତାର ପରବର୍ତ୍ତୀ 4 ଅଲିମ୍ପିକ୍‌ ଗେମ୍ସରେ ସେ ଯେଉଁଭଳି ପ୍ରଦର୍ଶନ କରିଥିଲେ, ତାହା ତାଙ୍କୁ ଶ୍ରେଷ୍ଠ ଅଲିମ୍ପିଆନ ଭାବେ ପରିଚୟ ଦେଇଛି ।

Michael Phelps
ALL time Olympics Legend (AFP Photo)

ମାଇକେଲ ଫେଲପ୍ସ ଏତେ ଟଙ୍କାର ମାଲିକ :-

ମହାନ ଆଥଲେଟ୍ ଫେଲପ୍ସଙ୍କ ସଫଳତା କେବଳ ଅଲିମ୍ପିକ୍ସରେ ସୀମିତ ରହିନାହିଁ । ତାଙ୍କର ଅବିଶ୍ବସନୀୟ ସଫଳତା ପାଇଁ ସେ ବହୁ ଆର୍ଥିକ ପୁରସ୍କାର ମଧ୍ୟ ପାଇଛନ୍ତି । ଉଲ୍ଲେଖନୀୟ ଯେ ଫେଲପ୍ସଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ 100 ମିଲିୟନ୍ ଡଲାର୍ (ପ୍ରାୟ 837 କୋଟି ଟଙ୍କା) ହେବ ବୋଲି ଆକଳନ କରାଯାଇଛି । ଯାହା ତାଙ୍କୁ ଦୁନିଆର ସବୁଠାରୁ ଧନୀ ଆଥଲେଟ୍‌ମାନଙ୍କ ତାଲିକାରେ ସ୍ଥାନ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...Paris Olympics 2024; ପୁରୁଷ ଏକକ ଟେନିସ ଫାଇନାଲରେ ଗୋଲ୍ଡ ଜିତିଲେ ଜୋକୋଭିଚ, ବନିଲେ ସବୁଠୁ ବୟସ୍କ ଖେଳାଳି - Novak Djokovic Wins His Gold

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.