ETV Bharat / sports

Paris Olympics 2024; ପୁଣି ବିବାଦରେ ଆଉ ଜଣେ କୁସ୍ତିଯୋଦ୍ଧା, ରେସଲିଂରେ ଖାଲି ହାତରେ ଫେରିବ ଭାରତ, ଜାଣନ୍ତୁ ପୁରା ଘଟଣା - Indian wrestler Antim Panghal

author img

By ETV Bharat Sports Team

Published : Aug 8, 2024, 12:49 PM IST

Paris Olympics 2024 : 50 କେଜି ବର୍ଗ ଫ୍ରି-ଷ୍ଟାଇଲ ଫାଇନାଲରେ ପ୍ରବେଶ କରି ପଦକ ପକ୍କା କରିଥିବା ଭିନେଶ ଫୋଗତ ପରେ ଅଯୋଗ୍ୟ ଘୋଷିତ ହେବା ଖବର ମଧ୍ୟରେ ପୁଣି ଏକ ଖବର ଆସିଛି କି ରେସଲର ଅନ୍ତିମ ପଙ୍ଘଲ ଘରକୁ ଫେରିବେ ବିଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ । ଅଧିକ ପଢନ୍ତୁ

Antim Panghal lost against Turkey's Zeynep Yetgil in the Round of 16 match
Antim Panghal lost against Turkey's Zeynep Yetgil in the Round of 16 match ((AP))

ପ୍ୟାରିସ (ଫ୍ରାନ୍ସ): ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମକୁ ନେଇ ବାବିଦ ପିଛା ଛାଡୁନି । ଭିନେଶ ଫୋଗତଙ୍କ ମାମଲା ଶାନ୍ତ ନପଡୁଣୁ ପୁଣି ଜଣେ ରେସଲରଙ୍କ ବିବାଦୀୟ ଘଟଣା ସାମ୍ନାକୁ ଆସିଛି । କାରଣ ଏଥର ଏହି ରେସଲର ଖେଳ ପାଇଁ ନୁହେଁ ବରଂ ବିଶୃଙ୍ଖଳାଗତ ଆଚରଣ ପାଇଁ ଫସିଛନ୍ତି । ଜାଣନ୍ତୁ ପୁରା ଘଟଣା ।

ଏହା ବି ପଢନ୍ତୁ- 'ମୁଁ ହାରିଗଲି...' ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ପରେ କୁସ୍ତିକୁ ଭିନେଶ ଫୋଗତଙ୍କ ଅଲବିଦା - Vinesh Phogat announces retirement

ଅଲମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ପଦକ ଜିତିବାକୁ ଅନେଇ ବସିଥିବା ଫ୍ୟାନ୍ସଙ୍କୁ ପ୍ରତିଦିନ କିଛି ନା କିଛି ଝଟକା ମିଳୁଛି । ଆଜି ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି କି ଜଣେ ରେସଲରଙ୍କୁ ଖେଳ ଛାଡି ଘରକୁ ଆସିବାକୁ ପଡିବ । ମହିଳା ଏକକ 50 କେଜି ବର୍ଗ ଫ୍ରି-ଷ୍ଟାଇଲ ଫାଇନାଲରେ ପ୍ରବେଶ କରି ପଦକ ପକ୍କା କରିଥିବା ଭିନେଶ ଫୋଗତ ପରେ ଅଯୋଗ୍ୟ ଘୋଷିତ ହେବା ଖବର ମଧ୍ୟରେ ପୁଣି ଏକ ଖବର ଆସିଛି କି ରେସଲର ଅନ୍ତିମ ପଙ୍ଘଲ ଘରକୁ ଫେରିବେ ବିଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ । ଅନ୍ତିମଙ୍କ ସହିତ ତାଙ୍କର ସମସ୍ତ ସପୋର୍ଟ ଷ୍ଟାଫ୍ ମଧ୍ୟ ଘରକୁ ଫେରିବେ ।

ଏହା ବି ପଢନ୍ତୁ- ଭିନେଶ ଫୋଗତଙ୍କୁ ଏବେ ବି ମିଳିପାରେ ରୌପ୍ୟ ପଦକ, ଆଜି CASରେ ଶୁଣାଣି - Paris Olympics 2024

ପ୍ୟାରିସ ଅଲିମ୍ପିକ୍ସ ଆୟୋଜନକାରୀ ଫ୍ରାନ୍ସ ଅଧିକାରୀଙ୍କ ରିପୋର୍ଟ ମୁତାବକ, ଅନ୍ତିମଙ୍କ ଭଉଣୀ ନିଶା ତାଙ୍କ ଆଇଡି କାର୍ଡ ଦେଖାଇ ଅଲିମ୍ପିକ୍ସ କ୍ରିଡା ଗ୍ରାମକୁ ପ୍ରବେଶ କରିବା ବେଳେ ଧରା ପଡିଛନ୍ତି । ଏହି ସମୟରେ ଅନ୍ତିମ ହୋଟେଲରେ ଥିଲେ । ଏପରିକି ଅନ୍ତିମଙ୍କ ଗ୍ରାମର ଦୁଇ ଜଣ ବ୍ୟକ୍ତି ମିଡିଆ ଏକ୍ରିଡିଏସନ୍ କାର୍ଡ ପ୍ୟାରିସ ଅଲମ୍ପିକ୍ସରେ ବ୍ୟବହାର କରୁଥିବା ଖବର ଆସିଛି । ତେବେ ଅନ୍ତିମ ତାଙ୍କ ଏକ୍ରିଡିଏସନ୍ କାର୍ଡକୁ ତାଙ୍କ ଭଉଣୀଙ୍କୁ ଦେଇଥିବା ଖବର ମଧ୍ୟ ଅଛି ।

ଏହା ବି ପଢନ୍ତୁ- ଭିନେଶ ଫୋଗତଙ୍କ ଅବସର ଘୋଷଣା; ସମର୍ଥନରେ ଫିଲ୍ମ ତାରକା, କହିଲେ- 'ତୁମେ ଆମ ଗର୍ବ' - Celebs On Vinesh Phogat Retirement

"ଅନ୍ତିମ ପଙ୍ଘଲ ତାଙ୍କ ଏକ୍ରିଡିଏସନ୍ କାର୍ଡକୁ ତାଙ୍କ ଭଉଣୀଙ୍କୁ ଦେଇଥିଲେ । ଏହି କାର୍ଡ ଦେଖାଇ ସେ ଅଲିମ୍ପିକ୍ସ କ୍ରୀଡା ଗ୍ରାମରେ ଏଣ୍ଟ୍ରି କରିଥାନ୍ତେ । ଏହା ଜାଣି ପାରି ଫ୍ରାନ୍ସ ଅଧିକାରୀ ଭାରତୀୟ ଅଲମ୍ପିକ୍ସ ଆସୋସିଏନକୁ ସୂଚନା ଦେଇଥିଲେ । ତେବେ ଏହି କାରଣରୁ ଅନ୍ତିମଙ୍କୁ ଘରକୁ ପଠାଇ ଦିଆଯିବ," ବୋଲି ଭାରତୀୟ ଅଲମ୍ପିକ୍ସ ଆସୋସିଏନ ରିପୋର୍ଟରେ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.