ETV Bharat / sports

ଶୁଟିଂ ଫାଇନାଲ୍‌ରେ ରମିତା; ଶେଷ ପର୍ଯ୍ୟାୟରେ ଫେଲ ମାରିଲେ ଏଲାଭେନିଲ - Paris Olympics 2024

author img

By ETV Bharat Sports Team

Published : Jul 28, 2024, 3:50 PM IST

Paris Olympics 2024 Shooting : 10 ମିଟର ଏୟାର ରାଇଫଲ ଶୁଟିଂ ଇଭେଣ୍ଟ ଫାଇନାଲରେ ଏଣ୍ଟ୍ରି ମାରିଲେ ଭାରତୀୟ ଶୁଟର ରମିତା ଜିନ୍ଦ । ଆରମ୍ଭରୁ ଚମତ୍କାର ପ୍ରଦର୍ଶନ ସତ୍ତ୍ବେ ଶେଷ ପର୍ଯ୍ୟାୟରେ ଫେଲ ମାରିଲେ ଏଲାଭେନିଲ । ଅଧିକ ପଢ଼ନ୍ତୁ

Paris Olympics 2024 Shooting
Paris Olympics 2024 Shooting (AP Photos)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସରେ 10 ମିଟର ଏୟାର ରାଇଫଲ ଶୁଟିଂ ଇଭେଣ୍ଟରେ ଭାରତୀୟ ଶୁଟର ରମିତା ଜିନ୍ଦଲ ଫାଇନାଲରେ ପ୍ରବେଶ କରିଛନ୍ତି । ଅନ୍ୟପଟେ ଯୋଗ୍ୟତା ପର୍ଯ୍ୟାୟରେ ଟପ 8 ଶୁଟର ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି କାରଣରୁ 10ମ ସ୍ଥାନରେ ରହିଖଥିବା ଭାରତୀୟ ମହିଳା ଶୁଟର ଏଲାଭେନିଲ ଭଲାରିବନ ଇଭେଣ୍ଟରୁ ବାଦ ପଡ଼ିଛନ୍ତି । ଅନ୍ୟପଟେ ଶେଷ ସିରିଜ ପର୍ଯ୍ୟନ୍ତ ରମିତା ତାଙ୍କର 5ମ ସ୍ଥାନ ବଜାୟ ରଖିଥିଲେ ।

ପ୍ରଥମ ସିରିଜ୍‌ରେ ଆଗୁଆ ଥିଲେ ଏଲାଭେନିଲ:-

ଯୋଗ୍ୟତା ପର୍ଯ୍ୟାୟରେ ଉଭୟ ଭାରତୀୟ ଶୁଟର (ରମିତା ଓ ଏଲାଭେନିଲ) ପ୍ରଥମ ସିରିଜରେ ଭଲ ଆରମ୍ଭ କରିଥିଲେ । କିନ୍ତୁ ରମିତା ନିଜର ଲୟ ବଜାୟ ରଖିପାରିନଥିଲେ ଏବଂ ପ୍ରଥମ ସିରିଜର ଶେଷ ପର୍ଯ୍ୟାୟରେ ଏକାଧିକ ଥର ନିଜ ଟାର୍ଗେଟରୁ ଦୂରେଇ ଯାଇଥିଲେ । ଅନ୍ୟପଟେ ଏଲାଭେନିଲ୍ ଆରମ୍ଭରୁ କ୍ରମାଗତ ଭଲ ପ୍ରଦର୍ଶନ କରୁଥିଲେ ଏବଂ ପ୍ରଥମ ସିରିଜ୍‌ରେ ନିଜର ଲୟ ବଜାୟ ରଖିଥିଲେ । ପ୍ରଥମ ସିରିଜ ଶେଷ ହେବା ବେଳକୁ ରମିତା 104.3 ସ୍କୋର ସହିତ 22 ତମ ସ୍ଥାନରେ ଥିବାବେଳେ ଏଲାଭେନିଲ ମୋଟ 105.8 ସ୍କୋର ସହିତ ଚତୁର୍ଥ ସ୍ଥାନରେ ରହିଥିଲେ ।

2-3 ସିରିଜ୍‌ରେ ବି ଥିଲା ଭଲ ପ୍ରଦର୍ଶନ:-

ଦ୍ବିତୀୟ ସିରିଜରେ ରମିତା ଚମତ୍କାର ପ୍ରତ୍ୟାବର୍ତ୍ତନ କରି 106 ପଏଣ୍ଟ ହାସଲ କରିଥିଲେ । ଏହା ସହିତ ମୋଟ 210 ସ୍କୋର ସହିତ ଅଷ୍ଟମ ସ୍ଥାନରେ ପହଞ୍ଚିଥିଲେ । ଦ୍ବିତୀୟ ସିରିଜରେ ଏଲାଭେନିଲ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖିବା ସହ 106.1 ପଏଣ୍ଟ ହାସଲ କରିଥିଲେ ଏବଂ ତାଙ୍କର ମୋଟ ସ୍କୋର 211.9 ଥିଲା । ଏହା ପରବର୍ତ୍ତୀ ତୃତୀୟ ସିରିଜରେ ରମିତା ମୋଟ 104.9 ପଏଣ୍ଟ ହାସଲ କରିବାରେ ସଫଳ ହୋଇଥିଲେ ଏବଂ ଫଳସ୍ବରୂପ ଦୁଇଟି ସ୍ଥାନ ତଳକୁ ଖସିଯାଇଥିଲେ । ଅନ୍ୟପଟେ ଏଲାଭେନିଲ୍‌ 104.4 ସ୍କୋର ସହିତ ତୃତୀୟ ସିରିଜ୍ ଶେଷ କରିଥିଲେ ଏବଂ ତୃତୀୟ ସ୍ଥାନକୁ ଖସିଗଲେ ।

ଶେଷ ସେଟ୍‌ରେ ପଛେଇଗଲେ ଏଲାଭେନିଲ, ରମିତାଙ୍କ ପ୍ରତ୍ୟାବର୍ତ୍ତନ:-

ପରବର୍ତ୍ତୀ ସେଟ୍‌ରେ ଏକ ମୋଡ଼ ଆସିଥିଲା ​​ଏବଂ ଅବଶିଷ୍ଟ ସିରିଜ୍‌ରେ ରମିତା ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରାରମ୍ଭରେ ଏକ ଶକ୍ତିଶାଳୀ ପ୍ରଦର୍ଶନ କରିଥିବା ଏଲାଭେନିଲ୍‌ କିନ୍ତୁ ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ ବିଫଳ ହୋଇଥିଲେ । ସେ ତାଙ୍କର ଶେଷ ପାଞ୍ଚଟି ସଟ୍‌ରେ ଥରେ ମାତ୍ର 10.5ରୁ ଅଧିକ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ଏଥିସହ 103.8 ସ୍କୋର ସହିତ ସେ ତାଙ୍କର ଶେଷ ସିରିଜରେ ସର୍ବନିମ୍ନ ସ୍କୋର କରିଥିଲେ । ଅନ୍ୟପଟେ ରମିତାଙ୍କ ସ୍କୋର ଥିଲା 105.3, 105.3 ଏବଂ 105.7 ।

ଏହା ମଧ୍ୟ ପଢ଼ନ୍ତୁ...ଦମଦାର ବିଜୟରୁ ପିଭି ସିନ୍ଧୁଙ୍କ ଅଭିଯାନ ଆରମ୍ଭ; ପ୍ରଥମ ମ୍ୟାଚ୍‌ରେ ପ୍ରତିଦ୍ବନ୍ଦ୍ବୀଙ୍କୁ ଚଟାଇଲେ ଧୂଳି - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.