ETV Bharat / sports

ରୋଇଂରେ ଭାରତର ପଦକ ଆଶା ଉଜ୍ଜଳ, ବଲରାଜ ପନୱର ଆଣିବେ ପ୍ରଥମ ମେଡାଲ ! - Paris Olympics 2024

author img

By ETV Bharat Sports Team

Published : Jul 27, 2024, 2:29 PM IST

Updated : Jul 27, 2024, 4:46 PM IST

Paris Olympics 2024: ରୋଇଂରେ ଭାରତକୁ ପଦକ ଆଶା ଉଜ୍ଜୀବିତ କଲେ ରୋଅର ବଲରାଜ ପନୱର । ପୁରୁଷ ସିଙ୍ଗିଲ ସ୍କଲ୍ସ ହିଟ୍ସରେ ଚତୁର୍ଥ ସ୍ଥାନରେ ରହି ରିପଚେଜ ରାଉଣ୍ଡଙ୍କୁ ଉନ୍ନିତ ହୋଇଛନ୍ତି । ଅଧିକ ପଢନ୍ତୁ

Paris Olympics 2024
Paris Olympics 2024 (IANS Photos)

ପ୍ୟାରିସ: ଅଲିମ୍ପିକ୍ସରେ ଦ୍ବିତୀୟ ଦିନରେ ଅଭିଯାନ ଆରମ୍ଭ କରିଛି ଭାରତ । ରୋଇଂ ମେନ୍ସ ସିଙ୍ଗିଲ ଇଭେଣ୍ଟରେ ପଦକ ଆଶା ଉଜ୍ଜୀବିତ । ପୁରୁଷ ସିଙ୍ଗିଲ ସ୍କଲ୍ସ ହିଟ୍ସରେ ଚତୁର୍ଥ ସ୍ଥାନରେ ଭାରତର ରୋଅର ବଲରାଜ ପନୱର । କ୍ବାର୍ଟର ଫାଇନାଲ ପ୍ରବେଶ କରିନଥିଲେ ମଧ୍ୟ ରିପଚେଜ ରାଉଣ୍ଡଙ୍କୁ ଉନ୍ନୀତ ହୋଇଛନ୍ତି । ଆସନ୍ତାକାଲି ସେ ରିପଚେଜ ରାଉଣ୍ଡରେ ସେମି ବା ଫାଇନାଲକୁ ପ୍ରବେଶ କରିବା ପାଇଁ ଖେଳିବେ । ପୁରୁଷ ସିଙ୍ଗଲ୍ସ ସ୍କଲ୍ସ ହିଟ୍ସ ପ୍ରଥମ ତିନୋଟି ସ୍ଥାନରେ ଥିବା ପ୍ରତିଯୋଗୀ କ୍ବାର୍ଟର ଫାଇନାଲ ଖେଳିବେ ।

ଅଲିମ୍ପିକ୍ସରେ ଡେବ୍ୟୁ କରିଛନ୍ତି ବଲରାଜ: ଆଜି ଅଲିମ୍ପିକ୍ସରେ ଡେବ୍ୟୁ କରିଛନ୍ତି ବଲରାଜ ପନୱର । ରୋଇଂ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସେ ଏକମାତ୍ର ଭାରତୀୟ ଭାବେ ଭାଗ ନେଇଛନ୍ତି । ପ୍ରଥମ ଥର ପାଇଁ ସେ ଅଲିମ୍ପିକ୍ସ ଖେଳି ଚମତ୍କାର ପ୍ରଦର୍ଶନ କରିଛନ୍ତି । ତାଙ୍କ ଠାରୁ ଭାରତର ପଦକ ଆଶା ରହିଛି । ରୋଇଂ ମେନ୍ସ ସିଙ୍ଗିଲ ଇଭେଣ୍ଟରେ ସେ ପଦକ ହାସଲ କରିପାରନ୍ତି ।

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ସମ୍ପୂର୍ଣ୍ଣ କ୍ରୀଡାସୂଚୀ, ଦେଖନ୍ତୁ କେଉଁ ଦିନ ଅଛି କେଉଁ ଇଭେଣ୍ଟ - PARIS OLYMPICS 2024

ବଲରାଜ ପନୱର ରୋଇଂରେ ଚତୁର୍ଥ ସ୍ଥାନ ହାସଲ କରି ରିପେଚଜରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି । ଆସନ୍ତାକାଲି ବ୍ରୋଞ୍ଜ ପଦକ ପାଇଁ ପ୍ରତିଯୋଗିତା କରିବେ । 25 ବର୍ଷୀୟ ବଲରାଜ ପନୱର 7.7.11 ମିନିଟ ସମୟ ନେଇଥିଲେ । ସେ ମିଶରର ଅବଦେଲଖାଲକ ଏଲବାନାଙ୍କ ପଛରେ ଥିଲେ । ସେ 7.05.06 ମିନିଟ୍ ସମୟରେ ତୃତୀୟ ସ୍ଥାନରେ ରହି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଥିଲେ । ଚୀନରେ ଆୟୋଜିତ ଏସୀୟ ଗେମ୍ସରେ ବଲରାଜ ପନୱର ଚତୁର୍ଥ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ଅନ୍ୟପଟେ 10 ମିଟର ଏୟାର ରାଇଫଲ ମିକ୍ସଡରେ ଭାରତକୁ ନିରାଶ ହେବାକୁ ପଡିଛି । ଏହି ଇଭେଣ୍ଟରେ 628.7 ସ୍କୋର କରି ଷଷ୍ଠ ସ୍ଥାନରେ ରହିଛନ୍ତି ରମିତା ଜିନ୍ଦଲ ଓ ଅର୍ଜୁଲବାବୁଟାଙ୍କ ଜୋଡି । ସେହିପରି ଏଲାଭେନିଲ ଓ ସନ୍ଦୀପ ସିଂଙ୍କ ଯୋଡି 626.3 ସ୍କୋର କରି 12ତମ ସ୍ଥାନରେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2024, 4:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.