ETV Bharat / sports

ବିଶ୍ବ ଦେଖିବ ଭାରତୀୟ ସେନା ଶକ୍ତି; ପ୍ୟାରିସ ସୁରକ୍ଷା ଦାୟିତ୍ବରେ ସ୍ପେଶାଲ କମାଣ୍ଡୋ ଗ୍ରୁପ୍, ତୁର୍କିରେ ବଞ୍ଚାଇ ଥିଲେ ହଜାର ହଜାର ଜୀବନ - Paris Olympics 2024

author img

By ETV Bharat Odisha Team

Published : Jul 25, 2024, 12:24 PM IST

Paris Olympics 2024: ଅଲିମ୍ପିକ୍ସ ସୁରକ୍ଷାରେ ଇଣ୍ଡିଆନ କେ 9 ୟୁନିଟ । ଷ୍ଡାଡିୟମରେ ନିୟୋଜିତ ହେବେ 10 ତାଲିମ ପ୍ରାପ୍ତ କୁକୁର । ଅଧିକ ପଢନ୍ତୁ

Paris Olympics
Paris Olympics (@JawedAshraf5)

ହାଇଦ୍ରାବାଦ: ଅଲିମ୍ପିକ୍ସରେ କମ୍ପିବ, ଝୁମିବ ପ୍ୟାରିସ । ଅଲିମ୍ପିଆନ୍ସଙ୍କ ଉପରେ ହେବ ମେଡାଲ ବର୍ଷା । ରାତି ପାହିଲେ ହେବ ରଙ୍ଗା ରଙ୍ଗ ଉଦଘାଟନୀ ସମାରୋହ । ପ୍ରାୟ 12 ମିଲିୟନ ଦର୍ଶକ ଉତ୍ସବ ଦେଖିବାକୁ ଆସିବାକୁ ଥିବା ବେଳେ ପ୍ୟାରିସରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 45 ହଜାର ପୋଲିସ କର୍ମଚାରୀ ପ୍ୟାରିସ ଜଗିବେ । ସବୁଠାରୁ ବଡ କଥା ହେଉଛି ପ୍ରଥମ ଥର ପାଇଁ ସୁରକ୍ଷାରେ ଭାରତର ଅର୍ଦ୍ଧସାମରିକ ବଳର ଏକ ଟିମ୍‌ ବା ଏଲିଟ ଇଣ୍ଡିଆନ କେ 9 ୟୁନିଟକୁ ନିୟୋଜିତ କରାଯାଇଛି । ପ୍ୟାରିସ ଅଲିମ୍ପିକ୍ସ ସୁରକ୍ଷା ଦାୟିତ୍ବରେ ରହିଛନ୍ତି ଭାରତୀୟ ସେନା । ଅନ୍ତର୍ଜାତୀୟ ସ୍ତରରେ ବିପର୍ଯ୍ୟୟ ସମୟରେ କେ-9 ନିୟୋଜିତ ହେଉଥିବା ବେଳେ ଏବେ ସୁରକ୍ଷା ପାଇଁ ନିଯୋଜିତ ହେବେ ।

Paris Olympics
Paris Olympics (@JawedAshraf5)

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସରେ ଭାରତ ପାଇଁ ଡେବ୍ୟୁ କରିବେ ଏହି ଖେଳାଳି; ଓଡ଼ିଆ ପୁଅ ଉପରେ ମଧ୍ୟ ସମସ୍ତଙ୍କ ନଜର - Paris Olympics 2024

ଏଲିଟ ଇଣ୍ଡିଆନ୍ସ କେ 9 ୟୁନିଟର ଭୂମିକା: ଭାରତୀୟ କେ 9 ୟୁନିଟ୍ ହେଉଛି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ଏବଂ ଭାରତୀୟ କମାଣ୍ଡୋ ସ୍ୱତନ୍ତ୍ର ବାହିନୀର ଏକ କେନ୍ଦ୍ରୀୟ କମ୍ପୋନେଟ । ବେଲଜିୟମ ଶେଫଡ, ଜର୍ମାନ ଶେଫଡ ଏବଂ ଏବଂ ଲାବ୍ରାଡୋର ପରି କୁଶଳୀ କୁକୁରଙ୍କୁ ବିଭିନ୍ନ ସୁରକ୍ଷା କାର୍ଯ୍ୟ ପାଇଁ ତାଲିମ ଦିଆଯାଇଥାଏ। 17 ଜଣ ଅଭିଜ୍ଞ ସଞ୍ଚାଳକ ସହିତ ଏହି 10 ସଦସ୍ୟ ବିଶିଷ୍ଟ ଦଳ ବିଭିନ୍ନ ଅଲିମ୍ପିକ୍ସ ସ୍ଥାନ ଗୁଡିକରେ ସୁଙ୍ଗିବା ଏବଂ ପାଟ୍ରୋଲିଂ କାର୍ଯ୍ୟ କରିବେ । ତେବେ ଭାରତୀୟ ସେନାର ଏହି ଟିମ୍ ତୁର୍କିରେ ଭୟଙ୍କର ଭୂକମ୍ପ ସମୟରେ ବଞ୍ଚାଇ ଥିଲେ ହଜାର ହଜାର ଜୀବନ ।

ଦେଶରେ ଆୟୋଜିତ ବଡ ବଡ କାର୍ଯ୍ୟକ୍ରମ ଯେମିତିକି ସ୍ବାଧିନତା ଦିବସ, ଗଣତନ୍ତ୍ର ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏହି ଦଳ ନିୟୋଜିତ ହୋଇଥାନ୍ତି । ପ୍ରାନ୍ସରେ ଇଣ୍ଡିଆନ୍ସ କେ 9 ୟୁନିଟକୁ ନିଯୋଜିତ କରିବା ସେମାନଙ୍କ ସାମର୍ଥ୍ୟର ପ୍ରମାଣ ନୁହେଁ ବରଂ ଜନସାଧାରଣଙ୍କ ସୁରକ୍ଷା କ୍ଷେତ୍ରରେ ଆନ୍ତର୍ଜାତୀୟ ସହଯୋଗ ଦିଗରେ ଏକ ପଦକ୍ଷେପ । ଭାରତୀୟ କେ- 9 ୟୁନିଟ୍ ଫ୍ରାନ୍ସ କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟ କରିବ ଏବଂ ଏଥିରେ ସମ୍ପୃକ୍ତ ସୋଲକଙ୍କ ନିରାପଦ ପରିବେଶ ସୃଷ୍ଟି କରିବ ।

Paris Olympics
Paris Olympics (@JawedAshraf5)

ଏହା ମଧ୍ୟ ପଢନ୍ତୁ-ୟୁନିକ୍ ଷ୍ଟାଇଲରେ ଅଲିମ୍ପିକ୍ସ ଉଦଘାଟନ; ନଦୀ ଗର୍ଭରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, 6ଘଣ୍ଟା ଚାଲିବ ପରେଡ୍ ଅଫ୍ ନେସନ୍ସ, ପ୍ରଥମ ଥର ଖୋଲା ଆକାଶ ତଳେ ଦେଖିବାକୁ ମିଳିବ... - Paris Olympic 2024

Paris Olympics
Paris Olympics (@JawedAshraf5)

ଫ୍ରାନ୍ସରେ କେ 9 ଟିମ୍‌କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ: ଫ୍ରାନ୍ସରେ ଭାରତୀୟ ରାଷ୍ଟ୍ରଦୂତ ଜାଭେଦ୍ ଆଶ୍ରଫ ପ୍ୟାରିସରେ ପହଞ୍ଚିବା ପରେ କେ 9 ଟିମ୍‌କୁ ସ୍ୱାଗତ କରିଥିଲେ। ସୋସିଆଲ ମିଡିଆରେ ଏନେଇ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଅଲିମ୍ପିକ୍ସରେ ସୁରକ୍ଷାକୁ ନେଇ ଆଲୋଚନା କରିଥିଲେ ।

Paris Olympics
Paris Olympics (@JawedAshraf5)

CRPF, NSG, SSB, ଏବଂ ITBP ପରି ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ (CAPF) ର ମିଶ୍ରଣ ଥିବା ଏହି 10 କୁକୁର ଯେଉଁ ମାନେ ଏକ ମାସ ପର୍ଯ୍ୟନ୍ତ ପ୍ୟାରିସରେ ରହିବେ । ସେହି ସମୟ ମଧ୍ୟରେ, ସେମାନେ ଅଲିମ୍ପିକ୍ ସ୍ଥାନ ଏବଂ ଇଭେଣ୍ଟଗୁଡିକର ସୁରକ୍ଷା ଦାୟିତ୍ ରେ ଥିବା ଫ୍ରାନ୍ସ କର୍ତ୍ତୃପକ୍ଷଙ୍କ ସାଧାରଣ ତତ୍ତ୍ବାବଧାନରେ ପାଟ୍ରୋଲିଂ କାର୍ଯ୍ୟ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.