ETV Bharat / sports

ଅଲିମ୍ପିକ୍ସ ପ୍ରି-କ୍ବାର୍ଟରରେ ପ୍ରୀତି ପାୱାର; ବକ୍ସିଂରେ ପଦକ ଆଶା ଉଦ୍‌ଜୀବୀତ - Paris Olympics 2024

author img

By ETV Bharat Sports Team

Published : Jul 28, 2024, 12:44 PM IST

Paris Olympics 2024 Boxing : ପ୍ୟାରିସ୍‌ ଅଲିମ୍ପିକ୍ସର ପ୍ରି-କ୍ବାର୍ଟର ଫାଇନାଲ୍‌ରେ ଭାରତୀୟ ବକ୍ସର ପ୍ରୀତି ପାୱାର । ନିଜ ପ୍ରଥମ ମ୍ୟାଚ୍‌ରେ 54 କିଲୋଗ୍ରାମ ବର୍ଗରେ ନିଜ ପ୍ରତିଦ୍ବନ୍ଦ୍ବୀ ଭିଏତନାମ ବକ୍ସରଙ୍କୁ 5-0ରେ ପରାସ୍ତ କରି ପ୍ରି-କ୍ବାର୍ଟର ପର୍ଯ୍ଯାୟକୁ ପହଞ୍ଚିଛନ୍ତି ପ୍ରୀତି । ଅଧିକ ପଢ଼ନ୍ତୁ

Paris Olympics 2024 Boxing
Paris Olympics 2024 Boxing (AP PHOTOS)

ପ୍ୟାରିସ (ଫ୍ରାନ୍ସ): ଭାରତୀୟ ବକ୍ସର ପ୍ରୀତି ପାୱାର ଚମତ୍କାର ପ୍ରଦର୍ଶନ କରି ବିଜୟରୁ ପ୍ୟାରିସ୍ ଅଲିମ୍ପିକ୍ସ 2024 ଅଭିଯାନ ଆରମ୍ଭ କରିଛନ୍ତି । ମହିଳା 54 କିଲୋଗ୍ରାମ ବର୍ଗରେ ଭିଏତନାମର ଭୋ ଥି କିମ୍‌ ଆନ୍‌ଙ୍କ ବିପକ୍ଷରେ ଦମଦାର ବିଜୟ ହାସଲ କରିଛନ୍ତି ପ୍ରୀତି । ଏହା ସହିତ ସେ ପ୍ରି-କ୍ବାର୍ଟର ଫାଇନାଲରେ ମଧ୍ୟ ପ୍ରବେଶ କରିଛନ୍ତି । ଶନିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରୀତି ପ୍ରଥମ ଥର ପାଇଁ ଅଲିମ୍ପିକ୍‌ ମୈଦାନକୁ ଓହ୍ଲାଇଥିଲେ । ଯେଉଁଠାରେ ସେ ଓପନିଂ ମ୍ୟାଚ୍‌ରେ ଭାରତକୁ ପ୍ରତିନିଧିତ୍ବ କରି ନିଜ ପ୍ରତିଦ୍ବନ୍ଦ୍ବୀଙ୍କୁ 5-0 ପଏଣ୍ଟରେ ମାତ ଦେଇଥିଲେ ।

ପ୍ରଥମେ ଝୁଣ୍ଟିଲେ, ଶେଷରେ ଜିତିଲେ:-

ହରିୟାଣାର 20 ବର୍ଷୀୟ ଆଥଲେଟ୍‌ ତଥା ଏସୀୟ କ୍ରୀଡ଼ାର ବ୍ରୋଞ୍ଜ ପଦକ ବିଜେତା ପ୍ରୀତି ପାୱାର ପ୍ରାରମ୍ଭିକ ରାଉଣ୍ଡରେ ବିଶେଷ ପ୍ରଭାବ ପକାଇ ପାରିନଥିଲେ, କାରଣ ତାଙ୍କ ଭିଏତନାମ ପ୍ରତିଦ୍ବନ୍ଦ୍ବୀ ଏହି ପ୍ରତିଯୋଗିତାରେ ଅଗ୍ରଣୀ ହୋଇଥିଲେ । ହେଲେ ପ୍ରୀତି ପରବର୍ତ୍ତୀ ରାଉଣ୍ଡରେ ଆକ୍ରମଣାତ୍ମକ କୌଶଳ ଆପଣାଇ ପରିସ୍ଥିତିକୁ ବଦଳାଇଥିଲେ ଏବଂ ସଫଳତାର ସହିତ ପ୍ରତିଦ୍ବନ୍ଦ୍ବୀଙ୍କୁ ସ୍ପଷ୍ଟ ପ୍ରହାର କରିଥିଲେ, ଯାହାଦ୍ବାରା ତାଙ୍କ ବିଜୟ ନିଶ୍ଚିତ ହୋଇଥିଲା ।

ପରବର୍ତ୍ତୀ ଚ୍ୟାଲେଞ୍ଜ ହେବ ନିର୍ଣ୍ଣାୟକ:-

ଏହି ବିଜୟ ପରେ ପ୍ରୀତି ପାୱାର ପ୍ରି-କ୍ବାର୍ଟର, ଅର୍ଥାତ ରାଉଣ୍ଡ ଅଫ୍‌ 16ରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଯେଉଁଠାରେ ସେ କଲମ୍ବିଆର ମାର୍ସେଲା ୟେନି ଆରିଅସଙ୍କୁ ଭେଟିବେ । ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଏବଂ ବିଶ୍ବ ଚମ୍ପିଆନସିପ୍‌ରେ ରୌପ୍ୟ ପଦକ ଜିତିଥିବା ଆରିଅସ୍‌ ପ୍ରୀତିଙ୍କ ପାଇଁ କଡ଼ା ଚ୍ୟାଲେଞ୍ଜ ସାଜି ପାରନ୍ତି ।

ତେବେ ଏହି ମ୍ୟାଚ୍‌ରେ ଆରମ୍ଭରୁ ପଛରେ ପଡ଼ିବା ପରେ ଭାରତୀୟ ବସ୍କର ପ୍ରୀତି ପାୱାର ଯେଭଳି ପ୍ରତ୍ୟାବର୍ତ୍ତନ କଲେ, ତାହା ବେଶ ପ୍ରଶଂସନୀୟ । ଅସଫଳତାକୁ ଦୂର କରି ବିଜୟୀ ହେବା ପାଇଁ ଯେଉଁଭଳି ଭାବରେ ସେ ରଣନୀତିକ ଦକ୍ଷତା ପ୍ରଦର୍ଶନ କଲେ, ତାହା ଆଗାମୀ ମ୍ୟାଚ୍‌ରେ ମଧ୍ୟ ତାଙ୍କୁ ମାନସିକ ସ୍ତରରେ ଶକ୍ତିଶାଳୀ କରିବ । ଯଦି ସେ ପରବର୍ତ୍ତୀ ମ୍ୟାଚରେ ଆରିଅସଙ୍କୁ ପରାସ୍ତ କରନ୍ତି, ତେବେ ସେ ଅଲିମ୍ପିକ୍ସରେ ବିଜୟର ପଥରେ ଏକ ବଡ଼ ବାଧା ଦୂର କରିବେ ବୋଲି କୁହାଯାଇପାରେ । ଏହାପରେ ତାଙ୍କ ମେଡାଲ ରାସ୍ତା କିଛି ମାତ୍ରାରେ ସୁଗମ ହୋଇପାରେ । ମଙ୍ଗଳବାର କଲମ୍ବିଆ ବିପକ୍ଷ ମ୍ୟାଚ୍‌ ଅନ୍ତର୍ଜାତୀୟସ୍ତରରେ ପ୍ରୀତିଙ୍କ ଦକ୍ଷତାକୁ ଆହୁରି ବୃଦ୍ଧି କରିବ ।

ଏହା ମଧ୍ୟ ପଢ଼ନ୍ତୁ...ହକିରେ ଭାରତର ବିଜୟ ଅଭିଯାନ; ବିଜୟୀ ଗୋଲ ଦେଲେ ହର୍ମନପ୍ରୀତ, 3-2 ଗୋଲରେ ହାରିଲା ନ୍ୟୁଜିଲାଣ୍ଡ - India vs New Zealand

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.