ETV Bharat / sports

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଧୋକ୍କା ! ନିଶାନ୍ତ ଦେବଙ୍କ ପରାଜୟ ପରେ ନିଆଁବାଣ ଭାରତୀୟ - Paris Olympics 2024

author img

By ETV Bharat Sports Team

Published : Aug 4, 2024, 4:19 PM IST

Paris Olympics 2024 Indian Boxer Nishant Dev Controversial Defeat : ଭାରତୀୟ ବକ୍ସର ନିଶାନ୍ତ ଦେବଙ୍କ ବିବାଦୀୟ ପରାଜୟ ପରେ ସୋସିଆଲ ମିଡିଆରେ ହଙ୍ଗାମା । ବିଚାରପତିଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ପୂର୍ବତନ ବକ୍ସର । ଅଧିକ ପଢ଼ନ୍ତୁ

Paris Olympics 2024
Paris Olympics 2024 (IANS Photo)

ହାଇଦ୍ରାବାଦ: ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତର ପଦକ ଆଶା ନେଇ ଯାଇଥିବା ବକ୍ସର ନିଶାନ୍ତ ଦେବ କ୍ବାର୍ଟର ଫାଇନାଲରୁ ବାଦ ପଡିଛନ୍ତି । ଶନିବାର ରାତିରେ ମେକ୍ସିକୋ ବକ୍ସରଙ୍କ ବିପକ୍ଷରେ ପରାଜୟ ପରେ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି ନିଶାନ୍ତ ଦେବ । ହେଲେ ଏହି ପରାଜୟକୁ ଗ୍ରହଣ କରିପାରିନାହାନ୍ତି ଦେଶବାସୀ । ଅନେକ ଭାରତୀୟ ସୋସିଆଲ ମିଡିଆରେ ନିଶାନ୍ତଙ୍କ ପ୍ରଦର୍ଶନକୁ ପ୍ରଶଂସା କରିବା ସହିତ ବିଚାରପତିଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ଏପରିକି ପୂର୍ବତନ ବକ୍ସର ବିଜେନ୍ଦର ସିଂହ ଏବଂ ଅଭିନେତା ରଣଦୀପ ହୁଡ୍ଡା ମଧ୍ୟ ମ୍ୟାଚରେ ସ୍କୋରିଂ ସିଷ୍ଟମ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଏହି ମ୍ୟାଚରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା ଯେ ନିଶାନ୍ତ ପ୍ରଥମ ଦୁଇ ରାଉଣ୍ଡରେ ଅଧିକ ପ୍ରଭାବଶାଳୀ ଥିଲେ । 23 ବର୍ଷୀୟ ନିଶାନ୍ତ ପ୍ରଥମ ରାଉଣ୍ଡରେ ଜବରଦସ୍ତ ପ୍ରଦର୍ଶନ କରି ଜିତିଥିଲେ । କିନ୍ତୁ ପରବର୍ତ୍ତୀ ଦୁଇ ରାଉଣ୍ଡରେ ବିଚାରପତିମାନେ ମେକ୍ସିକୋ ବକ୍ସରଙ୍କୁ ବିଜେତା ଘୋଷଣା କରିଥିଲେ । ଏହା ଦେଖି ଖୋଦ ନିଶାନ୍ତ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ସେ ତାଙ୍କ ପ୍ରଦର୍ଶନରୁ ବିଜୟ ଆଶା କରିଥିଲେ । ସେ ବିଚାରପତିଙ୍କ ଫଳାଫଳ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

2008 ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ବିଜେନ୍ଦର ନିଶାନ୍ତଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ପ୍ରଶଂସା କରିବା ସହିତ ମ୍ୟାଚର ସ୍କୋରିଂ ସିଷ୍ଟମ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, 'ସ୍କୋରିଂ ସିଷ୍ଟମ୍ କ’ଣ ମୁଁ ଜାଣେନାହିଁ, କିନ୍ତୁ ମୁଁ ଭାବୁଛି ଏହା ଏକ କଡ଼ା ମ୍ୟାଚ୍ ଥିଲା... ସେ (ନିଶାନ୍ତ) ବହୁତ ଭଲ ଖେଳିଥିଲେ... କିଛି କଥା ନାହିଁ ଭାଇ ନିଶାନ୍ତ ଦେବ...।' ଅନ୍ୟପଟେ ଅଭିନେତା ରଣଦୀପ ହୁଡ୍ଡାଙ୍କ କହିବା କଥା ହେଉଛି, ନିଶାନ୍ତଙ୍କୁ ହରାଇ ତାଙ୍କଠାରୁ ଅଲିମ୍ପିକ୍ସ ପଦକ ଛଡ଼ାଇ ନିଆଯାଇଛି । ସେ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, 'ନିଶାନ୍ତ ଜିତି ସାରିଥିଲେ, ଏ କି ପ୍ରକାର ସ୍କୋରିଂ ? ପଦକ ଛଡ଼ାଇ ନିଆଗଲା କିନ୍ତୁ ହୃଦୟ ଜିତିଗଲେ ନିଶାନ୍ତ । ଦୁଃଖର ବିଷୟ, ତଥାପି ବହୁତ କିଛି କରିବାକୁ ବାକି ଅଛି ଭାଇ...।'

ସୋସିଆଲ ମିଡିଆରେ ଅନ୍ୟଜଣେ ୟୁଜର ଲେଖିଛନ୍ତି, "ଏହା ଏକ ଲୁଟ୍ । ନିଶାନ୍ତ ଦେବ ସ୍ପଷ୍ଟ ବିଜେତା ହୋଇଥିଲେ । ବକ୍ସିଂରେ ଏତେ ରିଗିଂ ଅଛି ଯେ ବିଚାରପତିମାନେ କିପରି ସ୍କୋର କରୁଛନ୍ତି ତାହା କେହି ଜାଣନ୍ତି ନାହିଁ । କୌଣସି ସ୍ବଚ୍ଛତା ନାହିଁ, କେବଳ ଅସଂଗଠିତ ଏବଂ ପକ୍ଷପାତିତା ଏବଂ ଭାଗ୍ୟ ଉପରେ ଆଧାରିତ ଖେଳ । WWE ମ୍ୟାଚ୍ ଗୁଡିକ ମଧ୍ୟ ବକ୍ସିଂ ଅପେକ୍ଷା ଅଧିକ ଭଲରେ ବୁଝିହୁଏ ।" ଆଉ ଜଣେ ଲେଖିଛନ୍ତି, "କଳ୍ପନା କରନ୍ତୁ ଗୋଟିଏ ଦେଶ ଏବଂ ଏହାର ପ୍ରଶଂସକମାନେ ପ୍ରତ୍ୟେକ ପଦକ ପାଇଁ ଚାହିଁ ରହିଛନ୍ତି, ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନଙ୍କ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଚାହିଁ ରହିଛନ୍ତି । ହେଲେ ତା’ପରେ ଏକ ହାସ୍ୟାସ୍ପଦ ନିଷ୍ପତ୍ତି ମାଧ୍ୟମରେ ଆମ ଖେଳାଳିଙ୍କଠାରୁ ପଦକ ଛଡ଼ାଇ ନିଆଯାଉଛି । ନିଶାନ୍ତ ଦେବ ଆଜି ବିଜେତା ବକ୍ସର ଥିଲେ । ଆୟୋଜକ ଏବଂ ରେଫରିମାନଙ୍କୁ ଲଜ୍ଜ୍ୟା ଲାଗିବା ଉଚିତ । ପ୍ରତ୍ୟେକ ଭାରତୀୟ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ଉଚିତ୍, ଯେମିତି ପ୍ରତିବାଦର ସ୍ବର ପ୍ୟାରିସ ପର୍ଯ୍ୟନ୍ତ ଶୁଣାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ବକ୍ସିଂରେ ପଦକ ଆଣିପାରିଲେନି ନିଶାନ୍ତ, ଏବେ ଏକମାତ୍ର ଭରସା ଲୋଭଲିନା - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.