ETV Bharat / sports

ଅଲିମ୍ପିକ୍ସରେ ମେଡାଲ ଜିତିଲେ କୋଟିପତି ହେବେ ଖେଳାଳି; ଜାଣନ୍ତୁ କେଉଁ ଦେଶରେ କେତେ ମିଳେ ପୁରସ୍କାର - Paris Olympics 2024 - PARIS OLYMPICS 2024

Paris Olympics 2024: ଆଉ ଦିନକ ପରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ପ୍ୟାରିସ ଅଲିମ୍ପିକ୍ସ 2024 । ତେବେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ମେଡାଲ ଜିତିଲେ ଖେଳାଳିଙ୍କୁ କେତେ ମିଳିବ ପୁରସ୍କାର ? ଜାଣନ୍ତୁ

Paris Olympics 2024
Paris Olympics 2024 (ETV Bharat Odisha)
author img

By ETV Bharat Odisha Team

Published : Jul 24, 2024, 5:03 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (IOC) ବିଜେତାମାନଙ୍କୁ ଆର୍ଥିକ ପୁରସ୍କାର ଦିଏ ନାହିଁ । ତେବେ ବିଭିନ୍ନ ଦେଶର ସରକାର କିମ୍ବା ସଂଗଠନ ବା କ୍ରୀଡା ସଂଘମାନେ ଆଥଲେଟ୍‌ ମାନଙ୍କୁ ଅର୍ଥ ରାଶି କିମ୍ବା ଅନ୍ୟାନ୍ୟ ପୁରସ୍କାର ସହିତ ଉତ୍ସାହିତ କରିଥାଆନ୍ତି । ଏଥିରେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି କୌଣସି ପ୍ରତିବନ୍ଧକ ଲଗାଇନଥାଏ । ବ୍ୟକ୍ତିଗତ ଭାବେ ସରକାର ଏବଂ ବେସରକାରୀ ସଂଗଠନ ମାନେ ପ୍ରାୟତଃ ଆଥଲେଟମାନଙ୍କୁ ନଗଦ ଅର୍ଥ, ସରକାରୀ ଚାକିରି ଓ ଜାତୀୟ ପୁରସ୍କାର ଭଳି ଅସାଧାରଣ ସମ୍ମାନରେ ସମ୍ମାନିତ କରିଥାଆନ୍ତି । କେତେକ ଦେଶରେ ଅର୍ଥରାଶି ବ୍ୟତୀତ, ଅଲିମ୍ପିକ ବିଜେତା ଆଥଲେଟଙ୍କୁ ବିଳାସପୂର୍ଣ୍ଣ କାର ଠାରୁ ଆପାର୍ଟମେଣ୍ଟ ଭଳି ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥାଏ ।

Paris Olympics 2024
Paris Olympics 2024 (AP Photos)

ଅଲିମ୍ପିଆନମାନେ ସାଧାରଣତଃ ପଦକ ଜିତି ଫେରିବା ପରେ ନିଜ ଦେଶରେ ଆର୍ଥିକ ଏବଂ ବେଳେବେଳେ ଅଣ-ଆର୍ଥିକ ପୁରସ୍କାର ଗ୍ରହଣ କରନ୍ତି । ଉଦାହରଣ ସ୍ବରୂପ, ଟିମ୍‌ ୟୁଏସ୍‌ ପାଇଁ ସ୍ବର୍ଣ୍ଣ ପଦକ ବିଜେତାମାନେ ସେମାନଙ୍କ ସଫଳତା ପାଇଁ 37,500 ୟୁଏସ୍‌ ଡଲାର୍‌ ମିଳିଥାଏ । ସେହିପରି ସିଙ୍ଗାପୁରରେ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ 737,000 ୟୁଏସ୍‌ ଡଲାର୍‌ ପୁରସ୍କାର ମିଳିଥାଏ । ଯାହା, ଆମେରିକା ସ୍ବର୍ଣ୍ଣପଦକ ବିଜେତାଙ୍କ ପୁରସ୍କାରର ପ୍ରାୟ 20 ଗୁଣ । ଏହା ବ୍ୟତୀତ ଅଲିମ୍ପିଆନମାନେ ସେମାନଙ୍କର କ୍ରୀଡ଼ା ଅଭ୍ୟାସ ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ବିଜ୍ଞାପନ ଭଳି ଅନ୍ୟ ଉପାୟରେ ମଧ୍ୟ ପାଣ୍ଠି ସଂଗ୍ରହ କରିଥାନ୍ତି ।

Paris Olympics 2024
Paris Olympics 2024 (AP Photos)

ନଜର ପକାନ୍ତୁ ବିଭିନ୍ନ ଦେଶ ନିଜ ଶ୍ରେଷ୍ଠ ଅଲିମ୍ପିଆନଙ୍କୁ କିଭଳି ପୁରସ୍କୃତ କରନ୍ତି:-

ଭାରତ: ଭାରତ ସରକାର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତାମାନଙ୍କୁ 75 ଲକ୍ଷ ଟଙ୍କା (ପ୍ରାୟ 90,000 ୟୁଏସ୍‌ ଡଲାର) ଆର୍ଥିକ ପୁରସ୍କାର ପ୍ରଦାନ କରିଥାନ୍ତି । ସେହିଭଳି ରୌପ୍ୟ ପଦକ ବିଜେତାଙ୍କୁ 50 ଲକ୍ଷ ଟଙ୍କା ଓ କାଂସ୍ୟ ପଦକ ବିଜେତାଙ୍କୁ 10 ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ । ଏହା ସହିତ ଭାରତୀୟ ଅଲିମ୍ପିକ ସଂଘ ଭାରତୀୟ ଅଲିମ୍ପିକ ବିଜେତାମାନଙ୍କୁ ଅଲଗା ଭାବେ 1 କୋଟି ଟଙ୍କା (ପ୍ରାୟ 120,000 ୟୁଏସ୍‌ ଡଲାର) ପୁରସ୍କାର ରାଶି ପ୍ରଦାନ କରିଥାଏ ।

ୟୁଏସ୍‌ଏ: US ଅଲିମ୍ପିକ୍‌ ଏବଂ ପାରାଲିମ୍ପିକ୍‌ କମିଟିର 'ଅପରେସନ୍ ଗୋଲ୍ଡ' କାର୍ଯ୍ୟକ୍ରମ ଅଧୀନରେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତାମାନଙ୍କୁ 37,500 ୟୁଏସ୍‌ ଡଲାର୍‌ ଦେଇ ପୁରସ୍କୃତ କରାଯାଇଥାଏ । ସେହିଭଳି ରୌପ୍ୟ ଓ କାଂସ୍ୟ ପଦକ ବିଜେତାମାନଙ୍କୁ ଯଥାକ୍ରମେ 22,500 ଓ 15,000 ୟୁଏସ୍‌ ଡଲାର ମିଳିଥାଏ । ଆଥଲେଟମାନଙ୍କୁ ପୁରସ୍କୃତ କରିବା ପାଇଁ ଆମେରିକା ଜାତୀୟ କ୍ରୀଡ଼ା ସଂଗଠନର ନିଜସ୍ବ କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ଆମେରିକାର ରେସଲିଂର 'ଲିଭିଙ୍ଗ୍ ଦ ଡ୍ରିମ୍ ମେଡାଲ୍ ଫଣ୍ଡ' ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ 250,000 ୟୁଏସ୍‌ ଡଲାର ଏବଂ 'ୟୁଏସ୍ଏ ସୁଇମିଂ' ସ୍ବର୍ଣ୍ଣ ପଦକ ବିଜେତାଙ୍କୁ 75,000 ଡଲାର୍ ପୁରସ୍କାର ପ୍ରଦାନ କରିଥାନ୍ତି ।

ଇଣ୍ଡୋନେସିଆ: ଏକ ରିପୋର୍ଟ ଅନୁଯାୟୀ, 2021 ମସିହାରେ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଇଣ୍ଡୋନେସିଆର ବ୍ୟାଡମିଣ୍ଟନ ଆଥଲେଟ୍ ଗ୍ରାସିଆ ପୋଲି ଏବଂ ଆପ୍ରିୟାନି ରାହାୟୁଙ୍କୁ 5 ଗାଇ, ଗୋଟିଏ ରେଷ୍ଟୁରାଣ୍ଟ ଏବଂ ଏକ ନୂଆ ଘର ପୁରସ୍କାର ଦେବାକୁ ପ୍ରତିଶୃତି ଦିଆଯାଇଥିଲା । ସରକାର ଏହି ଯୋଡିଙ୍କୁ ପ୍ରାୟ 350,000 ଡଲାରର ନଗଦ ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି । ଏହା ବ୍ୟତୀତ, ରିପୋର୍ଟ ଅନୁଯାୟୀ, ସୁଲାୱେସି ଦ୍ବୀପର ରାହାୟୁଙ୍କୁ ଜିଲ୍ଲା ମୁଖ୍ୟଙ୍କ ଦ୍ବାରା 5ଟି ଗାଇ ଏବଂ ଗୋଟିଏ ଘର ଦିଆଯାଇଥିଲା ।

Paris Olympics 2024
Paris Olympics 2024 (AP Photos)

ହଂକଂ: ହଂକଂ ସ୍ପୋର୍ଟସ୍ ଇନଷ୍ଟିଚ୍ୟୁଟ୍ ମଧ୍ୟ ଏହାର ଆଥଲେଟ ମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥାଏ । ଖେଳାଳିମାନଙ୍କ ପ୍ରତିଯୋଗିତାରେ ପ୍ରଦର୍ଶନ ଉପରେ ଆଧାର କରି ଆର୍ଥିକ ପୁରସ୍କାର ରାଶି ଘୋଷଣା କରିଥାଏ ହଂକଂ ସ୍ପୋର୍ଟସ୍ ଇନଷ୍ଟିଚ୍ୟୁଟ୍ । ପ୍ୟାରିସ୍ 2024 ଅଲିମ୍ପିକ୍ ଗେମ୍ସରେ ହଂକଂର ବ୍ୟକ୍ତିଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ବିଜେତା 768,000 ଡଲାର ପାଇବେ ।

ମାଲେସିଆ: ମାଲେସିଆ ଏକ ଖବରକାଗଜ 'ମଲୟ ମେଲ୍' ରିପୋର୍ଟ ଅନୁଯାୟୀ ମାଲେସିଆର ଯୁବ ଓ କ୍ରୀଡା ମନ୍ତ୍ରୀ ହନ୍ନା ୟୋହ ଫେବୃଆରୀରେ କହିଛନ୍ତି ଯେ ଅଲିମ୍ପିକ୍ ପୋଡିୟମରେ ପହଞ୍ଚୁଥିବା ଜାତୀୟ ଆଥଲେଟମାନଙ୍କୁ ଏକ ବିଦେଶୀ ନିର୍ମିତ ଦାମୀ କାର୍ ଦେଇ ପୁରସ୍କୃତ କରାଯିବ । ଦେଶର 'ରୋଡ୍ ଟୁ ଗୋଲ୍ଡ' (RTG) କମିଟି ଗୋଟିଏ କାର କମ୍ପାନୀରୁ ଏକ ପ୍ରସ୍ତାବ ଗ୍ରହଣ କରିଛି, ଯାହା ଆଥଲେଟ ମାନଙ୍କୁ ଏହାର ଯାନ ଯୋଗାଇବ ବୋଲି ରିପୋର୍ଟରେ ପ୍ରକାଶ ।

କାର୍ଜିଗିସ୍ତାନ ଗଣରାଜ୍ୟ: ଯଦି କାର୍ଜିଗିସ୍ତାନର ଜଣେ ଆଥଲେଟ୍ ସେମାନଙ୍କ ଇଭେଣ୍ଟରେ କୌଣସି ପଦକ ଜିତନ୍ତି, ତେବେ ଗଣରାଜ୍ୟର ସଂସ୍କୃତି ଓ କ୍ରୀଡ଼ା ମନ୍ତ୍ରଣାଳୟ ସେମାନଙ୍କୁ ଏକ ଆପାର୍ଟମେଣ୍ଟ ପୁରସ୍କାର ସ୍ବରୂପ ଯୋଗାଇଥାଏ । ତେବେ ଆପାର୍ଟମେଣ୍ଟର ଆକାର, ପୁରସ୍କାର ବିଜେତାଙ୍କ ଅଲିମ୍ପିକ୍‌ ପ୍ରଦର୍ଶନ ଉପରେ ନିର୍ଭର କରେ । ସ୍ବର୍ଣ୍ଣ ପଦକ ବିଜେତାମାନଙ୍କୁ 3 ରୁମ୍ ବିଶିଷ୍ଟ ଆପାର୍ଟମେଣ୍ଟ ମିଳିଥାଏ । ସେହିଭଳି ରୌପ୍ୟ ପଦକ ବିଜେତାଙ୍କୁ 2 ରୁମ୍ ବିଶିଷ୍ଟ ଆପାର୍ଟମେଣ୍ଟ ଏବଂ ବ୍ରୋଞ୍ଜ ପଦକ ବିଜେତାଙ୍କୁ ଗୋଟିଏ ରୁମ୍ ଥିବା ଆପାର୍ଟମେଣ୍ଟ ମିଳିଥାଏ ।

Paris Olympics 2024
Paris Olympics 2024 (AP Photos)

ସିଙ୍ଗାପୁର: ଅଲିମ୍ପିକ୍‌ ପଦକ ବିଜେତାମାନଙ୍କୁ ପୁରସ୍କୃତ କରିବା ପାଇଁ ସିଙ୍ଗାପୁରର 'ଜାତୀୟ ଅଲିମ୍ପିକ୍‌ କାଉନସିଲ୍‌'ର ନିଜସ୍ବ 'ପ୍ରୋତ୍ସାହନ ଯୋଜନା' ମଧ୍ୟ ଅଛି । ଏହି ଯୋଜନାରେ ବ୍ୟକ୍ତିଗତ କ୍ରୀଡ଼ାରେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ 1,000,000 ସିଙ୍ଗାପୁର ଡଲାର ପ୍ରଦାନ କରାଯାଇଥାଏ, ଯାହା ପ୍ରାୟ 744,000 ଆମେରିକୀୟ ଡଲାର ସହିତ ସମାନ । ରୌପ୍ୟ ପଦକ ବିଜେତାଙ୍କୁ ପ୍ରାୟ 372,000 ଡଲାର୍ ଏବଂ ବ୍ରୋଞ୍ଜ ପଦକ ବିଜେତାଙ୍କୁ ପ୍ରାୟ 186,000 ଡଲାର୍ ପୁରସ୍କାର ରାଶି ମିଳିଥାଏ ।

ସାଉଦି ଆରବ: ସାଉଦି ଆରବର କରାଟେ ଆଥଲେଟ୍ ତାରେଗ ହମିଦ୍‌ 2021 ଟୋକିଓ ଅଲିମ୍ପିକ୍ସରେ ପ୍ରତିପକ୍ଷଙ୍କୁ ଏକ ଅବୈଦ୍ଧ ଗୋଇଠା ମାରି ଅଯୋଗ୍ୟ ଘୋଷିତ ହୋଇଥିଲେ । ଫଳରେ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ତାରେଗ ହମିଦ୍‌ । ତେବେ ଏହାପରେ ତାଙ୍କୁ ସାଉଦୀ ସରକାରଙ୍କ ପକ୍ଷରୁ 5 ମିଲିୟନ୍‌ ରିୟାଲ୍ (ପ୍ରାୟ 1.33 ମିଲିୟନ୍ ଡଲାର) ପୁରସ୍କାର ପ୍ରଦାନ କରାଯାଇଥିଲା ।

Paris Olympics 2024
Paris Olympics 2024 (AP Photos)

କତାର: 2005ରେ ଦକ୍ଷିଣ ଆଫ୍ରିକାର ଶ୍ରେଷ୍ଠ ସନ୍ତରଣକାରୀ ରୋଲାଣ୍ଡ ଶୋମାନଙ୍କୁ ଏକ ମିଲିୟନ୍ ଡଲାରର ଚୁକ୍ତିନାମା ଅଫର କରିଥିଲା କତାର । ଯେଉଁଥିରେ ସେ ଜିତିଥିବା ପ୍ରତ୍ୟେକ ଅଲିମ୍ପିକ୍ ପଦକ କିମ୍ବା ବିଶ୍ବ ଟାଇଟଲ୍ ପାଇଁ ଏକ ମିଲିୟନ୍ ରେଣ୍ଡ (50,000 ଡଲାରରୁ ଅଧିକ) ବୋନସ୍ ଅନ୍ତର୍ଭୁକ୍ତ ଥିଲା । ତେବେ ଶୋମାନ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ତାଇୱାନ: ସରକାରୀ ପଦକ କାର୍ଯ୍ୟକ୍ରମ ଅଧୀନରେ ତାଇୱାନର ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତାମାନେ 20 ନିୟୁତ NT ଡଲାର (600,000ରୁ ଅଧିକ ୟୁଏସ୍‌ ଡଲାର) ଏବଂ 125,000 NT ଡଲାର (ପ୍ରାୟ 4,000 ୟୁଏସ୍‌ ଡଲାର)ର ଆଜୀବନ ମାସିକ ଷ୍ଟାଇପେଣ୍ଡ ପାଉଛନ୍ତି ।

ଋଷ: ଋଷରେ ଅଲିମ୍ପିକ ବିଜେତାମାନଙ୍କୁ ସାଧାରଣତଃ 4 ମିଲିୟନ୍ ରୁବେଲ୍ (45,300 ୟୁଏସ୍‌ ଡଲାର) ପ୍ରଦାନ କରାଯାଏ । ଏହା ସହିତ ଦାମୀ ବିଦେଶୀ କାର, ଆପାର୍ଟମେଣ୍ଟ, ସମ୍ମାନଜନକ ପୁରସ୍କାର ଓ ଆଜୀବନ ଷ୍ଟାଇପେଣ୍ଡ ମଧ୍ୟ ମିଳିଥାଏ ।

ଏହା ବ୍ୟତୀତ ଅନେକ ଦେଶର ସରକାର, ଯିଏ ନିଜ ଦେଶର ଅଲିମ୍ପିକ୍ ବିଜେତାଙ୍କୁ 6 ଅଙ୍କ ବିଶିଷ୍ଟ ନଗଦ ପୁରସ୍କାର ରାଶି ପ୍ରଦାନ କରିଛନ୍ତି କିମ୍ବା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି, ଇଣ୍ଡୋନେସିଆ, କାର୍ଜିଗିସ୍ତାନ, ମାଲେସିଆ, ମରୋକ୍କୋ, ଇଟାଲୀ, ଫିଲିପାଇନ୍ସ, ହଙ୍ଗେରୀ, କୋସୋଭୋ, ଇଷ୍ଟୋନିଆ ଏବଂ ଇଜିପ୍ଟ ।

ନରୱେ ଏବଂ ସ୍ବିଡେନ ଭଳି ଦେଶ ସମେତ ୟୁକେ ମଧ୍ୟ ନିଜ ଦେଶର ଅଲିମ୍ପିକ ବିଜେତା ଖେଳାଳିଙ୍କୁ କୌଣସି ନଗଦ ପୁରସ୍କାର ରାଶି ପ୍ରଦାନ କରିନଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.