ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ଗୋଲ୍ଡ ଜିତି ପାକିସ୍ତାନ ଖେଳାଳି ହେଲେ କୋଟିପତି; ନୀରଜଙ୍କୁ ମଳିଲା କେତେ ? - Paris Olympics 2024

author img

By ETV Bharat Sports Team

Published : Aug 9, 2024, 1:22 PM IST

Paris Olympics 2024 Javelin Throw Prize Money : ପ୍ୟାରିସ ଅଲିମ୍ପିକ୍ସ 2024ରେ ଜାଭେଲିନ ଥ୍ରୋ ଫାଇନାଲ୍‌ରେ ସ୍ବର୍ଣ୍ଣ ଜିତିଛନ୍ତି ପାକିସ୍ତାନର ଆଥଲେଟ୍‌ ଅର୍ଶଦ ନଦିମ । ଅନ୍ୟପଟେ ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କୁ କେବଳ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏଠାରେ ନଜର ପକାନ୍ତୁ ଉଭୟ ଖେଳାଳିଙ୍କୁ କେତେ ଟଙ୍କା ପୁରସ୍କାର ରାଶି ଦେଇଛି ବିଶ୍ବ ଆଥଲେଟିକ୍ସ । ଅଧିକ ପଢ଼ନ୍ତୁ

Paris Olympics 2024 Javelin Throw Prize Money
Paris Olympics 2024 Javelin Throw Prize Money (AP Photos)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଜାଭେଲିନ୍ ଥ୍ରୋ ଫାଇନାଲରେ ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଲା । ତେବେ 26 ବର୍ଷୀୟ ଭାରତୀୟ ଆଥଲେଟ୍ କ୍ରମାଗତ ଦ୍ବିତୀୟ ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ସେ ପ୍ରଥମ ଭାରତୀୟ ଖେଳାଳି ଭାବରେ ଟ୍ରାକ ଏବଂ ଫିଲ୍ଡରେ ଦୁଇଟି ବ୍ୟକ୍ତିଗତ ଅଲିମ୍ପିକ୍ସ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ ଗତକାଲି ପାକିସ୍ତାନର ଜାଭେଲିନ୍ ଥ୍ରୋୟର୍ ଅର୍ଶଦ ନଦିମ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିଥିଲେ । ସେ 92.97 ମିଟର ଫିଙ୍ଗି ଏକ ନୂତନ ଅଲିମ୍ପିକ୍‌ ରେକର୍ଡ ସୃଷ୍ଟି କରିବା ସହ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏହା ସହିତ 32 ବର୍ଷ ପରେ ନଦିମ ପାକିସ୍ତାନକୁ ଏକ ଅଲିମ୍ପିକ ପଦକ ଭେଟି ଦେଇଛନ୍ତି । ତେବେ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ବିଜେତାଙ୍କୁ କେତେ ଟଙ୍କା ପୁରସ୍କାର ରାଶି ମିଳିଲା, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ସ୍ବର୍ଣ୍ଣ ପଦକ ବିଜେତା ପାକିସ୍ତାନୀ ଖେଳାଳି ହେଲେ କୋଟିପତି :-

ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ କୌଣସି ପଦକ ବିଜେତାଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଉନଥିଲା । କିନ୍ତୁ ପ୍ୟାରିସ୍ ଅଲିମ୍ପିକ୍ସ 2024ରୁ ବିଶ୍ବ ଆଥଲେଟିକ୍ସ ପୁରସ୍କାର ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲା । ଏହି ଅନୁଯାୟୀ ସ୍ବର୍ଣ୍ଣ ପଦକ ଜିତିଥିବା ପାକିସ୍ତାନର ଜାଭେଲିନ୍ ଥ୍ରୋୟର ଅର୍ଶଦ ନଦିମଙ୍କୁ 50 ହଜାର ଡଲାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ପାକିସ୍ତାନୀ ଟଙ୍କାରେ ଏହାର ପରିମାଣ ପ୍ରାୟ 1 କୋଟି 40 ଲକ୍ଷ ଟଙ୍କା । ପ୍ରକାଶ ଥାଉ, କେବଳ ଏକ ଆଥଲେଟିକ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଲେ ଏହି ପୁରସ୍କାର ରାଶି ଦିଆଯିବା ନେଇ ଘୋଷଣା ହୋଇଥିଲା । ଆଥଲେଟିକ୍ସ ବ୍ୟତୀତ ପ୍ୟାରିସ ଅଲିମ୍ପିକ୍ସର ଅନ୍ୟ କୌଣସି ଇଭେଣ୍ଟରେ ବିଜେତାମାନଙ୍କୁ କୌଣସି ପୁରସ୍କାର ରାଶି ପ୍ରଦାନ କରାଯାଇନାହିଁ ।

ରୌପ୍ୟ ବିଜେତା ନୀରଜ ଚୋପ୍ରାଙ୍କୁ ମିଳିଲା କେତେ ? :-

ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ରୌପ୍ୟ ପଦକ ବିଜେତା ତଥା ଭାରତର ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ବିଶ୍ବ ଆଥଲେଟିକ୍ସ ପକ୍ଷରୁ କୌଣସି ପୁରସ୍କାର ରାଶି ମିଳିନାହିଁ । କାରଣ ଏହି ଅଲିମ୍ପିକ୍ସ ପୂର୍ବରୁ ବିଶ୍ବ ଆଥଲେଟିକ୍ସ କେବଳ ସ୍ବର୍ଣ୍ଣ ପଦକ ବିଜେତାମାନଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା । ତେବେ ବିଶ୍ବ ଆଥଲେଟିକ୍ସ ମଧ୍ୟ 2028 ମସିହାରେ ଲସ୍ ଆଞ୍ଜେଲସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସରୁ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ବିଜେତାମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରିବ ବୋଲି ଘୋଷଣା କରିଛି ।

ଏହା ମଧ୍ଯ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ହାତରୁ ଖସିଗଲା ସ୍ବର୍ଣ୍ଣ; ତଥାପି ଏହି ଦମଦାର ରେକର୍ଡ କଲେ ନୀରଜ ଚୋପ୍ରା - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.