ETV Bharat / sports

ଭାରତ ପାଇଁ ‘ଅନଲକି’ 4ର୍ଥ ସ୍ଥାନ, ଟିକେ ଟିକେରେ ହାତରୁ ଖସିଗଲା ଅଲିମ୍ପିକ୍ସ ପଦକ; ଜାଣନ୍ତୁ କେଉଁ ଇଭେଣ୍ଟର କେଉଁ ମେଡାଲ ? - 4th place finish at Olympics

author img

By ETV Bharat Sports Team

Published : Aug 12, 2024, 11:05 AM IST

Updated : Aug 12, 2024, 1:17 PM IST

Heartbreaking 4th place finishes for India at Paris Olympics: ସଦ୍ୟତମ ସମାପ୍ତ ପ୍ୟାରିିସ ଅଲିମ୍ପିକ୍ସରେ ଭାରତ 5ଟି ବ୍ରୋଞ୍ଜ ପଦକ ହାତରୁ ଖସାଇଛି । ଅଧିକ ପଢନ୍ତୁ

ଭାରତ ପାଇଁ ‘ଅନଲକି’ 4ର୍ଥ ସ୍ଥାନ
ଭାରତ ପାଇଁ ‘ଅନଲକି’ 4ର୍ଥ ସ୍ଥାନ (ETV Bharat Odisha)

ପ୍ୟାରିସ (ଫ୍ରାନ୍ସ): ସଦ୍ୟତମ ସମାପ୍ତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତ ସର୍ବମୋଟ 6ଟି ପଦକ ଜିତିଛି । 117 ଖେଳାଳି ଭାରତ ପକ୍ଷରୁ ଏହି ମେଗା କ୍ରୀଡା ପ୍ରତିଯୋଗତିତାରେ ସାମିଲ ହୋଇଥିଲେ । ସୁଟିଂ, ରେସଲିଂ, ହକି, ଜାଭଲିନରେ ଭାରତ ଗୋଟିଏ ରୌପ୍ୟ ଏବଂ 5ଟି ବ୍ରୋଞ୍ଜ ଜିତିଛି । ତେବେ ଆପଣ ଜାଣିଛନ୍ତି କି ଭାରତ ଟିକିଏ ଟିକିଏରେ ହାତରୁ ପାଞ୍ଚ ପାଞ୍ଚଟି ପଦକ ଖସାଇଛି । ଖେଳାଳି ମାନେ ଦମଦାର ପ୍ରଦର୍ଶନ କରି 4ର୍ଥ ସ୍ଥାନରେ ରହିଛନ୍ତି । ଯାହା ଦେଶ ପାଇଁ ଗମ୍ଭୀର ଚିନ୍ତାର ବିଷୟ ।

ଏହା ମଧ୍ୟ ପଢନ୍ତୁ- ଅଲିମ୍ପିକ୍ସରେ ରଚିଲେ ସ୍ବର୍ଣ୍ଣିମ ଇତିହାସ, ଦେଶ ପାଇଁ ଜିତିଲେ ପ୍ରଥମ ଗୋଲ୍ଡ ମେଡାଲ - first individual gold at olympcis

ମନୁ ଭାକର- ମହିଳା ଏକକ 25 ମିଟର ଏୟାର ପିସ୍ତଲ ସୁଟିଂ

ଭାରତକୁ ପ୍ୟାରିସ ଅଲିମ୍ପିକ୍ସରେ ଦୁଇ ଦୁଇଟି ବ୍ରୋଞ୍ଜ ପଦକ ଉପହାର ଦେଇଥିବା ଦେଶର ଷ୍ଟାର ଶୁଟର ମନୁ ଭାକର ଅଳ୍ପକେ ନିଜର ତୃତୀୟ ପଦକରୁ ବଞ୍ଚିତ ହୋଇଥିଲେ । ପୂର୍ବରୁ ସେ 10 ମିଟର ମହିଳା ଏକକ ଏୟାର ପିସ୍ତଲ ସୁଟିଂରେ ବ୍ରୋଞ୍ଜ ଜିତିବା ସହିତ 25 ମିଟର ମିଶ୍ରିତ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ଜିତିଥିଲେ ।

ଏହା ବି ପଢନ୍ତୁ- ଭାରତଠୁ ଡବଲ ମେଡାଲ; ଯୁଦ୍ଧ ଲଢି ଲଢି ଦେଶ କାଙ୍ଗାଳ, 12ପଦକ ଜିତି ଦେଶବାସୀଙ୍କୁ ଖୁସ୍ କଲେ ୟୁକ୍ରେନ୍ ଖେଳାଳି - Ukrainian athletes won 12 medals

ଲକ୍ଷ୍ୟ ସେନ- ବ୍ୟାଡମିଣ୍ଟନ

ଭାରତର ବ୍ୟାଡମିଣ୍ଟନ ସେନସେସନ୍ ଲକ୍ଷ୍ୟ ସେନ୍ ପ୍ୟାରିସ ଅଲମ୍ପିକ୍ସରେ ପଦକ ହାସଲରୁ ଅଳ୍ପକେ ବଞ୍ଚତ ହୋଇଥିଲେ । ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଦମଦାର ପ୍ରଦର୍ଶନ ସହିତ ସେମିକୁ ଉତୀର୍ଣ୍ଣ ହୋଇଥିଲେ କିନ୍ତୁ ସେମିରେ ପରାଜୟ ପରେ ବ୍ରୋଞ୍ଜ ପଦକ ପାଇଁ ଖେଳିଥିଲେ ମଧ୍ୟ ସେଥିରେ ମଧ୍ୟ ପରାଜିତ ହୋଇଥିଲେ ।

ମାହେଶ୍ବରୀ ଏବଂ ଅମନଜିତ୍-

ସୁଟିଂରେ ମିଶ୍ରିତ ବର୍ଗରେ ସ୍କେଟ୍ ଟିମରେ ଦୁଇ ଭାରତର ଷ୍ଟାର ଶୁଟର ମାହେଶ୍ବରୀ ଏବଂ ଅମନଜିତ୍ ଦମଦାର ପଦର୍ଶନ କରି 4ର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ ।

ଅଙ୍କିତା ଏବଂ ଧିରଜ-

ଭାରତର ଷ୍ଟର ତୀରନ୍ଦାଜୀ ଯୋଡି ଅଙ୍କିତା ଏବଂ ଧିରଜ ଜବରଦସ୍ତ ପ୍ରଦର୍ଶନ କରିଥିଲେ ମଦ୍ୟ ତୀରନ୍ଦାଜରେ ଭାରତ ପଦକରୁ ବଞ୍ଚିତ ହୋଇଛି । ଦୁହେଁ ତୀରନ୍ଦାଜୀ ମିଶ୍ରିତ ଟିମରେ 4ର୍ଥ ସ୍ଥାନରେ ରହିଥିଲେ ।

ଅର୍ଜୁନ ବବୁତା-

ଶୁଟିଂରେ ଭାରତ ପ୍ୟାରିସ ଅଲିମ୍ପିକ୍ସରେ 3ଟି ପଦକ ପାଇଥିଲେ ମଧ୍ୟ 10 ମିଟର ପୁରୁଷ ଏକକ ଏୟାର ରାଇଫଲ ଇଭେଣ୍ଟରେ ଅଳ୍ପକେ ବଞ୍ଚିତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 12, 2024, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.