ହାଇଦ୍ରାବାଦ: ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଇତିହାସ ରଚିଛନ୍ତି 21 ବର୍ଷୀୟ ଭାରତର ଷ୍ଟାର କୁସ୍ତିଯୋଦ୍ଧା ଅମନ ସେରାଓ୍ବତ । 57 କେଜି ପୁରୁଷ ଏକକ ଫ୍ରି-ଷ୍ଟାଇଲ ବ୍ରୋଞ୍ଜ ମେଡାଲ ଇଭେଣ୍ଟରେ ଦେଶକୁ କାଂସ୍ୟ ପଦକ ଗିଫ୍ଟ କରିଛନ୍ତି । ଡାରିଆନ୍ ଟୋଇ କ୍ରୁଜଙ୍କୁ ହରାଇ ଦେଶବାସୀଙ୍କ ମୁହଁରେ ହସ ଫୁଟାଇଛନ୍ତି । ଅମନଙ୍କ ଏହି ପଦକ ଚଳିତ ଅଲିମ୍ପିକ୍ସରେ ଭାରତର କୁସ୍ତିରେ ପ୍ରଥମ ପଦକ । କାରଣ କୁସ୍ତିରେ ପଦକ ଅପେକ୍ଷା ଏଥର କୁସ୍ତିଯୋଦ୍ଧା ବିବାଦୀୟ ରହଛନ୍ତି । ଭିନେଶ ଫୋଗତଙ୍କୁ ଅଯୋଗ୍ୟ ଘୋଷଣାଠୁ ଆରମ୍ଭ କରି କୁସ୍ତିଯୋଦ୍ଧାଙ୍କ ଏକ୍ରିଡିଏସନ୍ କାର୍ଡରେ ଭଉଣୀଙ୍କ କ୍ରୀଡା ଗ୍ରାମକୁ ପ୍ରବେଶ ପାଇଁ ବିବାଦୀୟ ରହିଛନ୍ତି ରେସଲର ।
Many congratulations Aman Sehrawat 🥉👏🇮🇳🙏
— geeta phogat (@geeta_phogat) August 9, 2024
कमाल कर दिया आपने 🫡🇮🇳 pic.twitter.com/xCHazOBqfE
ତେବେ 21 ବର୍ଷୀୟ ଅମନ ପୂର୍ବରୁ ଅଣ୍ଡର-23 ବର୍ଗରେ ବିଶ୍ବ ଚାମ୍ପିଅନସିପ ଜିତିଥିଲେ । ବ୍ରୋଞ୍ଜ ମ୍ୟାଚକୁ 13-5 ପଏଣ୍ଟରେ ଜିତିଛନ୍ତି ଅମନ । ଏହି ପଦକ ବିଜୟ ସହିତ ଅମନ ଭାରତର ସର୍ବକନିଷ୍ଠ ଅଲିମ୍ପିକ ମେଡାଲ ବିଜେତା ବନିଛନ୍ତି ।
PRIDE OF THE COUNTRY!
— Manu Bhaker🇮🇳 (@realmanubhaker) August 9, 2024
Congratulations Aman Sehrawat on clinching Bronze at the Paris Olympics. Your hard work and dedication paid off... This is just the beginning of a very bright future for you 💪🥉#Cheer4Bharat #TeamIndia #wrestling #Paris2024 #Olympics pic.twitter.com/u7uucmSIEW
କିଏ ଅମନ ସେରାଓ୍ବତ-
2003 ଜୁଲାଇ 16 ତାରିଖରେ ଅମନ ଜନ୍ମ ଗ୍ରହଣ କରିଥିଲେ । ଏସିଆନ ଗେମ୍ସରେ 2022 ମସିହାରେ ବ୍ରୋଞ୍ଜ 57 କେଜି ବର୍ଗରେ ଜିତିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ । 2023ରେ ସେ ମଧ୍ୟ ଏସିଆନ ରେସଲିଂ ଚାମ୍ପିଆନସିପରେ ଗୋଲ୍ଡ ଜିତିଥିଲେ । ଏହା ସହିତ 2024ରେ ଜାର୍ଗେବ ପ୍ରତିଯୋଗିତାରେ ଗୋଲ୍ଡ ଏବଂ 2022 ଆଲମାଟି ଗ୍ରାଣ୍ଡ ଫ୍ରିକ୍ସ, 2022ରେ ଓ୍ବାର୍ଲ୍ଡ ଜିତିଥିଲେ ।
🇮🇳🥉 𝗙𝗔𝗡𝗧𝗔𝗦𝗧𝗜𝗖 𝗕𝗥𝗢𝗡𝗭𝗘! Many congratulations to Aman Sehrawat on winning India's 5th Bronze medal at #Paris2024.
— India at Paris 2024 Olympics (@sportwalkmedia) August 9, 2024
🤼♂ A top performance from him to defeat Darian Toi Cruz and claim his first-ever Olympic medal.
👉 𝗙𝗼𝗹𝗹𝗼𝘄 @sportwalkmedia 𝗳𝗼𝗿… pic.twitter.com/6ZeyPSYXfN
ଅମନଙ୍କ ଜୀବନୀ-
ହରିଆଣା ଝାଜାପୁରର ଅମନ ପିଲାଦିନୁ ଅନେକ ସଂଘର୍ଷ କରିଛନ୍ତି ।ମାତ୍ର 10 ବର୍ଷ ବୟସରେ ସେ ତାଙ୍କ ବାପା ମା’ଙ୍କୁ ହରାଇଥିଲେ । ଏହା ପରେ ଅମାନ ଏବଂ ତାଙ୍କ ଭଉଣୀଙ୍କୁ ତାଙ୍କ ମାମୁଁ ପାଳି ପୋଷି ମଣିଷ କରିଥିଲେ । ତାଙ୍କ ମାମୁଁଙ୍କ ଘରେ ବଡ ହୋଇଛନ୍ତି ଅମନ ଏବଂ ତାଙ୍କ ଭଉଣୀ ପୂଜା ସେରାଓ୍ବତ । ଏହା ସହିତ ତାଙ୍କ ଜେଜେବାପା ମଞ୍ଜେରାମ ସେରାଓ୍ବତ ମଧ୍ୟ ଦୁଇ ଭାଇ ଭଉଣୀଙ୍କୁ ବଡ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । "ମୋ ଜେଜେବାପା ମୋତେ ବହୁତ ସମୟରେ ପ୍ରେରଣା ଯୋଗାଇଛନ୍ତି। ଯେତେବେଳେ ମୁଁ କୁସ୍ତି ଛାଡିବାକୁ ସ୍ଥିର କରିଥିଲେ ସେ ମୋତେ କୁସ୍ତିରେ ହିଁ କ୍ୟାରିଅର ପାଇଁ ଉତ୍ସାହିତ କରିଥିଲେ," ବୋଲି କହିଛନ୍ତି ଅମନ ।
At 21, India's Aman Sehrawat is the youngest Indian to win an individual medal at the Olympics 🇮🇳🥉#Paris2024 pic.twitter.com/W9UYDWX9aI
— Olympic Khel (@OlympicKhel) August 9, 2024
ଅମନଙ୍କ ବିଜୟରେ ଦେଶବାସୀ ଉତ୍ସବ ମନାଉଛନ୍ତି । ମାତ୍ର 10 ବର୍ଷ ବୟସରେ ସେ ତାଙ୍କ ବାପା ମାଆଙ୍କୁ ହରାଇଥିଲେ । ଏହି ମେଡାଲ ତାଙ୍କ ବାପା ମାଆଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ଅମନଙ୍କ ଦାଦା । ସେ ଆହୁରି ମଧ୍ୟ କହିଛନ୍ତି, ''ଅଲିମ୍ପିକ୍ସରେ ଅମନ ଗୋଲ୍ଡ ଆଣିବ ବୋଲି ମୋର ଆଶା ଥିଲା । କିନ୍ତୁ ଦେଶ ପାଇଁ ବ୍ରୋଞ୍ଜ ମିଳିଥିବାରୁ ମୁଁ ବି ଖୁସି । ଆଗକୁ ସେ ଗୋଲ୍ଡ ଜିତିବ ବୋଲି ଆମେ ପ୍ରାର୍ଥନା କରୁଛୁ । ଅମନର ଜୀବନ ପୁରା ସଂଘର୍ଷପୂର୍ଣ୍ଣ । ସେ ତାର ବାପା ମାଆଙ୍କୁ 10 ବର୍ଷ ବୟସରେ ହରାଇଥିଲା । ତାର ମେଡାଲ ତା ବାପା ମାଆଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି । ''