ETV Bharat / sports

କାସ୍‌ରେ ଭିନେଶ ଫୋଗତ ମାମଲା, ଆଜି ନୁହଁ ଏହି ଦିନ ଆସିବ ରାୟ - Vinesh Phogat CAS Hearing

author img

By ETV Bharat Sports Team

Published : Aug 11, 2024, 7:16 AM IST

Updated : Aug 11, 2024, 8:22 AM IST

Vinesh Phogat CAS Hearing: ମହିଳା 50 କେଜି ଫ୍ରିଷ୍ଟାଇଲ କୁସ୍ତି ଫାଇାନଲରୁ ଭିନେଶ ଫୋଗତ ଅଯୋଗ୍ୟ ଘୋଷଣା ମାମଲା । ଆଜି ନୁହଁ ମଙ୍ଗଳବାର ପ୍ରକାଶ ପାଇବ ରାୟ । ଅଧିକ ପଢନ୍ତୁ

Vinesh Phogat
Vinesh Phogat (ETV BHARAT ODISHA)

ପ୍ୟାରିସ: ଶୁଣାଣି ପରେ ବି ରାୟ ପ୍ରକାଶ ପାଇଁ ଗଡୁଛି ଦିନ । ଆଜି ନୁହଁ ଆସନ୍ତା 13 ତାରିଖ ଅର୍ଥାତ ମଙ୍ଗଳବାର ଦିନ ଭିନେଶ ଭୋଗତଙ୍କ ଆବେଦନର ରାୟ ପ୍ରକାଶ ପାଇବ । ସେ ଅଲିମ୍ପିକ୍ସରେ ମହିଳା 50 କେଜି ଫ୍ରିଷ୍ଟାଇଲରେ ରୌପ୍ୟ ପଦକ ପାଇବେ ନା ନାହିଁ ସେନେଇ କୋର୍ଟ ଅଫ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ ରାୟ ପ୍ରକାଶ କରିବେ । ଭାରତୀୟ ସମୟ ରାତି 9ଟା 30ରେ ରାୟ ପ୍ରକାଶ ପାଇବା ନେଇ ସୂଚନା ମିଳିଛି ।

ଅଗଷ୍ଟ 13ରେ ରାୟ: ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ଏକ ବିବୃତ୍ତି ଜାରି କରି କହିଛି ଯେ, ଭିନେଶ ଫୋଗତଙ୍କ ଆବେଦନର ରାୟ ପ୍ରକାଶ ନେଇ କାସ୍‌ ପକ୍ଷରୁ 13 ଅଗଷ୍ଟକୁ ଧାର୍ଯ୍ୟ କରାଯାଇଛି । ସେହିଦିନ ଭାରତୀୟ ସମୟ ରାତି 9ଟା 30ରେ ରାୟ ପ୍ରକାଶ ପାଇବ । କାସ୍‌ର ହକ୍ ଡିଭିଜିନ ଭିନେଶ ଫୋଗତ ବନାମ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ଏବଂ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ମାମଲାରେ ସୋଲ୍ ଆର୍ବିଟ୍ରେଟର ଡ ଆନ୍ନାବେଲ ବେନେଟଙ୍କୁ ଅଗଷ୍ଟ 13 ପର୍ଯ୍ୟନ୍ତ ନିଷ୍ପତ୍ତି ନେବାକୁ ସମୟ ବୃଦ୍ଧି କରିଛି ।

ଦିନ ଗଡୁଛି ରାୟ ଆସୁନି: ଆଜି ଶେଷ ହେବ ପ୍ୟାରିସ ଅଲିମ୍ପିକ୍ସ । ଏହା ପୂର୍ବରୁ ଫୋଗତଙ୍କ ଆବେଦନର ଶୁଣାଣି ସହ ରାୟ ଆସିବ ବୋଲି ଆଶା ରହିଥିଲା । କିନ୍ତୁ ତାରିଖ ପରେ ତାରିଖ ଦିନ ପରେ ଦିନ ଗଡି ଚାଲିଛି କିନ୍ତୁ ଏ ପର୍ଯ୍ୟନ୍ତ ରାୟ ଆସିବାରେ ବିଳମ୍ବ ହୋଇଛି । ଆଜି ରାୟ ପ୍ରକାଶ ପାଇବା ନେଇ ଗତକାଲି କାସ୍‌ ପକ୍ଷରୁ କୁହାଯାଇଥିଲା । ପୁଣି ଏହି ତାରିଖକୁ ମଙ୍ଗଳବାରକୁ ଘୁଞ୍ଚାଇ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ- ପ୍ୟାରିସ ଅଲିମ୍ପିକ୍ସ;ଭିନେଶ ଫୋଗତଙ୍କ ମାମଲାର ଶୁଣାଣି ଶେଷ, ଆଜି ଆସିବ ରାୟ - Paris Olympics 2024

କାସ୍‌ଙ୍କ ରାୟକୁ 140 କୋଟି ଭାରତୀୟଙ୍କ ଅପେକ୍ଷା: 140 କୋଟି ଭାରତୀୟ କାସ୍‌ଙ୍କ ରାୟକୁ ଅନାଇ ବସିଛନ୍ତି । ଭିନେଶ ଫୋଗତଙ୍କୁ ପଦକ ମିଳିବ ନା ନାହିଁ ତା ଜାଣିବାକୁ ଅପେକ୍ଷାରେ କ୍ରୀଡାପ୍ରେମୀ । ତାଙ୍କୁ ପଦକ ମିଳୁ ବୋଲି ପ୍ରତିଟି ଭାରତୀୟଙ୍କ ଦାବି । ସେପଟେ 100 ଗ୍ରାମ ଓଜନ ବଢିବାରୁ କୁସ୍ତି ଫାଇନାଲରୁ ବଞ୍ଚିତ ହୋଇଥିବା ଭିନେଶ ରେସଲିଂରୁ ଅବସର ନେଇଛନ୍ତି ।

କାଲି ହୋଇଥିଲା ଶୁଣାଣି: ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ମହିଳା 50 କିଲୋଗ୍ରାମ ରେସଲିଂ ଫାଇନାଲରୁ ଅଯୋଗ୍ୟ ଘୋଷିତ ହୋଇଥିବା ଭାରତୀୟ ଷ୍ଟାର ରେସଲର ଭିନେଶ ଫୋଗତ ୱାର୍ଲ୍ଡ ରେସଲିଂର ଏହି ନିଷ୍ପତ୍ତି ବିରୋଧରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (CAS)ରେ ଆବେଦନ କରିଥିଲେ । CASର ଆଡ୍-ହକ୍ ବିଭାଗରେ ଏହାର ଶୁଣାଣି ଗତକାଲି ଶେଷ ହୋଇଥିଲା । କେବଳ ନିଷ୍ପତ୍ତିକୁ ଅପେକ୍ଷା ରହିଥିଲା । ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ଏହାର ପକ୍ଷରେ ନିଷ୍ପତ୍ତି ଆସିବ ବୋଲି ଆଶା କରିଥିବା କହିଛି । ପ୍ୟାରିସ ଅଲିମ୍ପିକ୍ସର ଉଦ୍‌ଯାପନୀ ସମାରୋହ ପୂର୍ବରୁ ଏହି ଶୁଣାଣି ଶେଷ ହେବ ବୋଲି ଆଡ୍-ହକ୍ ବିଭାଗ କହିଥିଲା । ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ୍ (IOA) ଆଶା ରଖିଛି ଯେ ରେସଲର ଭିନେଶ ଫୋଗତ ଓଜନରେ ବିଫଳ ହେବା ଓ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ବିରୋଧରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟର ଆଡ-ହକ୍ ଡିଭିଜନ୍‌ରେ ଦାଖଲ ହୋଇଥିବା ଆବେଦନ ଉପରେ ଏକ ସକରାତ୍ମକ ସମାଧାନ ହେବ । ଏହାର ନିଷ୍ପତ୍ତି ଆଜି ଆସିବାକୁ ଥିବା ବେଳେ ଏହାକୁ 13କୁ ବୃଦ୍ଧି କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଭିନେଶଙ୍କ ସ୍ଥାନରେ କ୍ୟୁବା ରେସଲର ୟୁସେନେଲିସ୍ ଗୁଜମାନ ଲୋପେଜଙ୍କୁ ଫାଇନାଲ ଖେଳିବାର ସୁଯୋଗ ଦିଆଗଲା । ସେମିଫାଇନାଲରେ ତାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ଭିନେଶ ଫୋଗତ । ମଙ୍ଗଳବାର ମ୍ୟାଚ୍‌ ସମୟରେ ନିଜ ଓଜନ ନିର୍ଦ୍ଧାରିତ ସୀମା ମଧ୍ୟରେ ଥିବାରୁ ଲୋପେଜଙ୍କ ସହ ମିଳିତ ରୌପ୍ୟ ପଦକ ପ୍ରଦାନ କରିବାକୁ ଭାରତୀୟ ରେସଲର ଭିନେଶ ଫୋଗତ ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି । ଜଣାଶୁଣା ବରିଷ୍ଠ ଓକିଲ ହରିଶ ସାଲଭେ ଏବଂ ବିଦୁଷ୍ପତ ସିଙ୍ଘାନିଆଙ୍କ ଦ୍ବାରା ଭିନେଶଙ୍କ ପକ୍ଷ ଉପସ୍ଥାପିତ ହୋଇଥିଲା ।

Last Updated : Aug 11, 2024, 8:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.