ETV Bharat / sports

ଅଲମିମ୍ପିକ୍ସରେ ବକ୍ସିଂ ଡ୍ର'; ଭାରତୀୟ ବକ୍ସରଙ୍କ ଆଗରେ କଡ଼ା ଚ୍ୟାଲେଞ୍ଜ୍‌ - Paris Olympics 2024

author img

By ETV Bharat Sports Team

Published : Jul 26, 2024, 1:45 PM IST

Updated : Jul 26, 2024, 1:51 PM IST

Paris Olympics 2024 Boxing Draw: ପ୍ୟାରିସ୍ ଅଲିମ୍ପିକ୍ସ 2024 ଆରମ୍ଭ ହେବା ପୂର୍ବରୁ ଗୁରୁବାର ବକ୍ସିଂ ଇଭେଣ୍ଟରେ ଘୋଷଣା ହୋଇଛି ଡ୍ର' । ପଦକ ଜିତିବାକୁ ଭାରତୀୟ ହେଭିୱେଟ୍‌ଙ୍କୁ ସାମ୍ନା କରିବାକୁ ପଡ଼ବ କଡ଼ା ମୁକାବିଲା । ଅଧିକ ପଢ଼ନ୍ତୁ

Nikhat Zareen and Lovlina Borgohain
Nikhat Zareen and Lovlina Borgohain (ANI Photos)

ପ୍ୟାରିସ୍‌ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତୀୟ ମହିଳା ବକ୍ସରଙ୍କୁ ମିଳିଛି କଡ଼ା ଚ୍ୟାଲେଞ୍ଜ । କାରଣ ଗୁରୁବାର ଏହି ଇଭେଣ୍ଟକୁ ଡ୍ର' ଘୋଷଣା କରିଦିଆଯାଇଛି । ଅର୍ଥାତ ଭାରତୀୟ ମହିଳା ବକ୍ସର ନିଖତ୍ ଜରିନ୍ ଏବଂ ଲଭଲିନା ବୋର୍ଗୋହେନଙ୍କୁ କଡ଼ା ମୁକାବିଲା ସାମ୍ନା କରିବାକୁ ହେବ । ମହିଳା 50 କିଲୋଗ୍ରାମ ବର୍ଗରେ ନିଖତ ଜରିନ 32 ରାଉଣ୍ଡରେ ଜର୍ମାନୀର ମ୍ୟାକ୍ସି କ୍ଲୋଏଜରଙ୍କୁ ଭେଟିବେ । ଡ୍ର' ଗେମ୍‌ ଟୁର୍ଣ୍ଣାମେଣ୍ଟ ଅନୁଯାୟୀ, ଦୁଇଥର ବିଶ୍ୱ ଚମ୍ପିଆନ୍ ହୋଇଥିବା ନିଖତ 16 ତମ ରାଉଣ୍ଡରେ ଚୀନ୍‌ର ଡିଫେଣ୍ଡିଂ ଏସୀୟ ଗେମ୍ସ ଚମ୍ପିଆନ୍‌ ୱୁ ୟୁଙ୍କୁ ସାମ୍ନା କରିପାରନ୍ତି ।

ଲଭଲିନା ବୋର୍ଗୋହେନ: ଲଭଲିନାଙ୍କ ପାଇଁ ମଧ୍ୟ ପଦକ ରାସ୍ତା ଏତେ ସହଜ ହେବନାହିଁ । ସେ ମହିଳା 75 କିଲୋଗ୍ରାମ ବର୍ଗରେ ନରୱେର ସୁନ୍ନିଭା ହଫଷ୍ଟେଡଙ୍କୁ ଭେଟିବେ । ଏହାପରେ ସେ କ୍ୱାର୍ଟର ଫାଇନାଲରେ ଚୀନ୍‌ର ଲି କିଆନ୍‌ଙ୍କୁ ଭେଟି ପାରନ୍ତି । ଯାହା ତାଙ୍କ ରାସ୍ତାକୁ ଆହୁରି କଠିନ କରିଦେଇପାରେ ।

ନିଖତ ଜରିନ: ନିଖତଙ୍କ ସମ୍ଭାବ୍ୟ ପ୍ରତିଦ୍ବନ୍ଦ୍ବୀ ଚୀନର ୱୁ ୟୁ ବିଶ୍ବରେ ତାଙ୍କ ବର୍ଗର ଶୀର୍ଷ ମାନ୍ୟତାପ୍ରାପ୍ତ ବକ୍ସର ଅଟନ୍ତି ଏବଂ 52 କିଲୋଗ୍ରାମରେ ବର୍ତ୍ତମାନର ବିଶ୍ୱ ଚମ୍ପିଆନ୍‌ ମଧ୍ୟ ଅଟନ୍ତି । ଯଦି ଚୀନର ଏହି ହେଭିୱେଟ୍‌ଙ୍କ ଚ୍ୟାଲେଞ୍ଜକୁ ନିଖତ ମାତ ଦେଇ ଆଗକୁ ବଢ଼ନ୍ତି, ତେବେ ସେ କ୍ୱାର୍ଟର ଫାଇନାଲରେ ଥାଇଲାଣ୍ଡର ଚୁଥାମତ ରକ୍ସତ କିମ୍ବା ଉଜବେକିସ୍ତାନର ସବିନା ବବୋକୁଲୋଭାଙ୍କୁ ଭେଟିବେ । ଚଳିତ ବର୍ଷ ଆରମ୍ଭରେ ଖେଳାଯାଇଥିବା ଷ୍ଟ୍ରେଣ୍ଡଜା ମେମୋରିଆଲ ଫାଇନାଲରେ ନିଖତ ବବୋକୁଲୋଭାଙ୍କ ବିପକ୍ଷରେ ପରାଜୟ ବରଣ କରିଥିଲେ । ଏଥିସହ ଗତବର୍ଷ ଏସୀୟ କ୍ରୀଡ଼ା ସେମିଫାଇନାଲରେ ମଧ୍ୟ ନିଖତଙ୍କୁ ପରାସ୍ତ କରିଥିଲେ ଥାଇଲାଣ୍ଡର ଚୁଥାମତ ରକ୍ସତ । ତେଣୁ ଉଭୟ ଚ୍ୟାଲେଞ୍ଜ ଭାରତୀୟ ବକ୍ସରଙ୍କ ଲାଗି କଷ୍ଟସାଧ୍ୟ ରହିପାରେ ।

ଜସ୍ମିନ ଲେମ୍ବୋରାଇ: ମହିଳା 57 କିଲୋଗ୍ରାମ ବର୍ଗରେ ଫିଲିପାଇନ୍ସର ଟୋକିଓ 2020 ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ନେଷ୍ଟି ପେଟେସିଓଙ୍କ ବିପକ୍ଷରେ ଅଲିମ୍ପିକ୍ ଅଭିଯାନ ଆରମ୍ଭ କରିବେ ଭାରତୀୟ ମହିଳା ବକ୍ସର ଜସ୍ମିନ ଲେମ୍ବୋରାଇ । ଯଦି ଏହି ବାଜି ଜିତନ୍ତି, ତେବେ ଜସ୍ମିନ ପରବର୍ତ୍ତୀ ରାଉଣ୍ଡରେ ଫ୍ରାନ୍ସର ତୃତୀୟ ରାଙ୍କପ୍ରାପ୍ତ ଅମିନା ଜିଦାନିଙ୍କୁ ଭେଟିବେ ।

ଅମିତ ପଂଘାଲ ଓ ନିଶାନ୍ତ ଦେବ: ଏସୀୟ କ୍ରୀଡ଼ାର ବ୍ରୋଞ୍ଜ ପଦକ ବିଜେତା ପ୍ରୀତି ପାୱାରଙ୍କୁ 32 ରାଉଣ୍ଡରେ ଭିଏତନାମର ଭୋ ଥି କିମ୍‌ ଆନଙ୍କ ବିପକ୍ଷରେ ଡ୍ର' ଘୋଷଣା କରାଯାଇଛି । ଅନ୍ୟପଟେ ଅମିତ ପଂଘାଲ ଏବଂ ନିଶାନ୍ତ ଦେବ ସେମାନଙ୍କର ପ୍ରାରମ୍ଭିକ ମ୍ୟାଚ ଖେଳିବେ । ଅମିତ ତାଙ୍କ ଉଦଘାଟନୀ ମ୍ୟାଚରେ ଜାମ୍ବିଆର ପାଟ୍ରିକ୍‌ ଚିନ୍ବେମ୍ବାଙ୍କୁ ଭେଟିବାକୁ ଥିବାବେଳେ ନିଶାନ୍ତ ଦେବ ଇକ୍ୱାଡୋରର ଜୋସ୍ ରୋଡ୍ରିଗ୍ସ ଟେନୋରିଓଙ୍କୁ ଭେଟିବେ ।

ପ୍ରକାଶ ଥାଉ, ଆଜି (ଜୁଲାଇ 26)ଠାରୁ ଶୁଭ ଉଦ୍‌ଘାଟନ ହେବ ପ୍ୟାରିସ୍‌ ଅଲିମ୍ପିକ୍ସ 2024 । ଆସନ୍ତାକାଲି, ଅର୍ଥାତ ଜୁଲାଇ 27ରେ ଏରିନା ପ୍ୟାରିସ୍ ନର୍ଡରେ ପ୍ରାରମ୍ଭିକ ରାଉଣ୍ଡରୁ ବକ୍ସିଂ ପ୍ରତିଯୋଗିତା ଆରମ୍ଭ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ଅଲିମ୍ପିକ୍ସ ଉଦଘାଟନୀ କାଉଣ୍ଟଡାଉନ ଆରମ୍ଭ: ତ୍ରିରଙ୍ଗା ଧରିବେ ସିନ୍ଧୁ-କମଲ, ଜାଣନ୍ତୁ ବ୍ରେକିଂ ପ୍ରତିଯୋଗିତା କଣ ? - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 26, 2024, 1:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.