ETV Bharat / sports

ବକ୍ସିଂରେ ଭାରତର ଏକତରଫା ବିଜୟ; କ୍ବାର୍ଟର ଫାଇନାଲ୍‌ରେ ଲୋଭଲିନା - Paris Olympics 2024

author img

By ETV Bharat Sports Team

Published : Jul 31, 2024, 5:19 PM IST

Paris Olympics 2024 Boxing: ପ୍ୟାରିସ୍‌ ଅଲିମ୍ପିକ୍ସ ବକ୍ସିଂରେ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଲେ ଭାରତୀୟ ବକ୍ସର ଲୋଭଲିନା ବୋର୍ଗୋହେନ । ନରୱେ ବକ୍ସରଙ୍କୁ 5-0ରେ ମାତ୍‌ ଦେଇ ଏକତରଫା ଭାବେ ମ୍ୟାଚ୍‌ ଜିତିଛନ୍ତି ଲୋଭଲିନା । ଅଧିକ ପଢ଼ନ୍ତୁ

Paris Olympics 2024 Boxing
Paris Olympics 2024 Boxing (AFP)

ପ୍ୟାରିସ୍‌ (ଫ୍ରାନ୍ସ): ପ୍ୟାରିସ୍‌ରେ ଚମକିଲେ ଭାରତୀୟ ବକ୍ସର । ବୁଧବାର ଏଠାରେ ଚାଲିଥିବା ପ୍ୟାରିସ ଅଲିମ୍ପିକ୍ସ 2024ର ମହିଳା 75 କିଲୋଗ୍ରାମ ଓଜନ ବର୍ଗର ରାଉଣ୍ଡ ଅଫ୍‌ 16 ମ୍ୟାଚ୍‌ରେ ନରୱେର ସନ୍ନିଭା ହୋଫଷ୍ଟେଡଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଷ୍ଟାର ବକ୍ସର ଲୋଭଲିନା ବୋର୍ଗୋହେନ । ଏହି ମ୍ୟାଚ୍‌କୁ ଏକତରଫା ଭାବେ ଜିତି ନେଇଛନ୍ତି ଲୋଭଲିନା । ସେ ପ୍ରତିପକ୍ଷ ନରୱେ ବକ୍ସରଙ୍କୁ 5-0ରେ ମାତ୍‌ ଦେଇଛନ୍ତି ।

ଏମିତି ଥିଲା ମ୍ଯାଚ୍‌:-

ଏହି ମ୍ୟାଚ୍‌ରେ ଲୋଭଲିନା ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳିଥିଲେ ଏବଂ କ୍ରମାଗତ ଭାବରେ ତାଙ୍କ ପ୍ରତିପକ୍ଷଙ୍କ ଉପରେ ଆଟାକ୍‌ କରିଥିଲେ । ତାଙ୍କର ଉତ୍କୃଷ୍ଟ ପଞ୍ଚ୍‌ ସହିତ ସେ ସମସ୍ତ ବିଚାରପତିଙ୍କୁ ବେଶ ପ୍ରଭାବିତ କରିଥିଲେ । ଏହି ମ୍ୟାଚ୍‌ରେ ଲୋଭଲିନା ନରୱେର ହୋଫଷ୍ଟେଡ୍ଟଙ୍କୁ କୌଣସି ସୁଯୋଗ ଦେଇନଥିଲେ । ଏହି ମ୍ୟାଚ୍‌ରେ ଭାରତୀୟ ଷ୍ଟାର ବକ୍ସର ଲୋଭଲିନା ବୋର୍ଗୋହେନ ପ୍ରଥମ ଏବଂ ଦ୍ବିତୀୟ ରାଉଣ୍ଡରେ ଉପସ୍ଥିତ 5 ଜଣ ବିଚାରପତିଙ୍କଠାରୁ 10 ପଏଣ୍ଟ ପାଇଥିଲେ, ତୃତୀୟ ରାଉଣ୍ଡରେ ଲୋଭଲିନା 3 ଜଣ ବିଚାରପତିଙ୍କଠାରୁ 9 ପଏଣ୍ଟ ଏବଂ 2 ଜଣ ବିଚାରପତିଙ୍କଠାରୁ 10 ପଏଣ୍ଟ ପାଇଥିଲେ । ମ୍ୟାଚ୍‌ ଶେଷରେ ତାଙ୍କ ସ୍କୋର 29, 30, 29,30 ଓ 29 ଥିଲା । ସେ ଏହି ମ୍ୟାଚକୁ 5-0ରେ ଜିତିଥିଲେ ।

ସମସ୍ତ ବିଚାରପତିଙ୍କ ଫେଭରେଟ୍‌ ପାଲଟିଲେ ଲୋଭଲିନା:-

ଆଜିର ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ଉପସ୍ଥିତ ସମସ୍ତ 5 ବିଚାରପତିଙ୍କୁ ପ୍ରଭାବିତ କରିପାରିଥିଲେ ଭାରତୀୟ ଷ୍ଟାର ବକ୍ସର ଲୋଭଲିନା ବୋର୍ଗୋହେନ । ଏଠାରେ ଉପସ୍ଥିତ ଥିବା ନେଦରଲ୍ୟାଣ୍ଡର ବିଚାରପତି ସାମ ଡୁନାର ଏବଂ ହଙ୍ଗେରୀର ବିଚାରପତି ଭେରୋନିକା ଲଭଲିନାଙ୍କୁ ପୂରା 30 ପଏଣ୍ଟ ଦେଇଥିଲେ । ଏହା ବ୍ୟତୀତ ଆର୍ଜେଣ୍ଟିନାର ବିଚାରପତି ରବର୍ଟ ଫର୍ଣ୍ଣାଣ୍ଡୋ ସେଭା, କାର୍ଜଗିସ୍ତାନର ୟେରମେକ ସୁୟେନିଶ ଏବଂ ଇରାନର ବିଚାରପତି ସବେତ ବାବକ ବୋର୍ଡବାର 22-29 ପଏଣ୍ଟ ଦେଇଥିଲେ । ବର୍ତ୍ତମାନ ଭାରତର ଷ୍ଟାର ବକ୍ସରଙ୍କୁ ପରବର୍ତ୍ତୀ ରାଉଣ୍ଡରେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିବା ସହ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବା ଏକମାତ୍ର ଲକ୍ଷୟ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ଟେବୁଲ ଟେନିସ୍‌ରେ ରେକର୍ଡ; ପ୍ରି-କ୍ବାର୍ଟର ଫାଇନାଲ୍‌ରେ ଶ୍ରୀଜା ଅକୁଲା - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.