ETV Bharat / sports

ଭାରତୀୟ ଟ୍ରାପ୍ ସୁଟିଂ ଟିମ୍‌ରେ କିଏ ଏହି ବିଜେପି ବିଧାୟିକା ? ଅଲିମ୍ପିକ୍ସ ପଦକ ପାଇଁ କରିବେ ଲଢ଼େଇ - BJP MLA at Paris Olympics

author img

By ETV Bharat Odisha Team

Published : Jul 27, 2024, 11:39 AM IST

BJP MLA Shreyasi Singh at Paris Olympics: ପ୍ରଥମ ଥର ଅଲିମ୍ପିକ୍ସରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୁଟର ତଥା ବିଜେପି ବିଧାୟିକା ଶ୍ରେୟସୀ ସିଂ । ବର୍ତ୍ତମାନ ସେ ବିହାର ଜାମୁଇ ଆସନରୁ ବିଧାୟିକା ରହିଛନ୍ତି । ଅଧିକ ପଢନ୍ତୁ

Shreyasi Singh
Shreyasi Singh (@shreyasi_iam)

ପାଟନା: ପ୍ୟାରିସ ଅଲିମ୍ପିକ୍ସରେ ବିଜେପି ବିଧାୟିକା ଶ୍ରେୟସୀ ସିଂ । ଭାରତୀୟ ଟ୍ରାପ୍ ସୁଟିଂ ଦଳରେ ସ୍ଥାନ ପାଇଛନ୍ତି ଷ୍ଟାର ସୁଟର ଶ୍ରେୟସୀ ସିଂ । ବର୍ତ୍ତମାନ ସେ ଜାମୁଇ ଆସନରୁ ବିଧାୟିକା ରହିଛନ୍ତି । ରାଜ୍ୟର ଏକମାତ୍ର ଖେଳାଳି ଭାବେ ସେ ଅଲିମ୍ପିକ୍ସ ଖେଳାବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ତାଙ୍କ ଉପରେ ରାଜ୍ୟ ସହ ପୁରା ଦେଶର ନଜର ରହିଛି । କମନୱେଲଥ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ଶ୍ରେୟାସୀ ସିଂ ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି । ଆସନ୍ତା 30 ଓ 31 ତାରିଖରେ ରହିଥିବା ସଟ୍‌ଗନ ଟ୍ରାପ ଇଭେଣ୍ଟରେ ଭାଗ ନେବେ ଶ୍ରେୟସୀ ।

Shreyasi Singh
Shreyasi Singh (@shreyasi_iam)

ଜନ ପ୍ରତିନିଧୀ ଭାବେ ଅଲିମ୍ପିକ୍ସ ଖେଳିବା ଶ୍ରେୟସୀ ପ୍ରଥମ:

ଭାରତୀୟ ଟ୍ରାପ ସୁଟିଂ ଦଳର ଜଣେ ଟପ୍‌ ସୁଟର ହେଉଛନ୍ତି ଶ୍ରେୟସୀ ସିଂ । ଜଣେ ବିଧାୟିକା ହୋଇ ଅଲିମ୍ପିକ୍ସ ଖେଳିବାରେ ସେ ପ୍ରଥମ ଖେଳାଳି ବୋଲି କୁହାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅଲିମ୍ପିକ୍ସରେ ଭାଗ ନେଇଥିବା କୌଣସି ବି ଖେଳାଳି ଜନପ୍ରତିନିଧି ହୋଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିନାହାନ୍ତି । ଅନ୍ତର୍ଜାତୀୟ ସୁଟିଂ ମହାସଂଘର ଅନୁମତି ପରେ ଟ୍ରାପ ସୁଟର ଶ୍ରେୟସୀ ଅଲିମ୍ପିକ୍ସରେ ଭାରତୀୟ ସୁଟିଂ ଦଳରେ ସ୍ଥାନ ପାଇଥିଲେ । ଆଶା ମାନୁ ଭାକର ଅଲିମ୍ପିକ୍ସରେ ଗୋଟିଏ କୋଟା ଛାଡିବା ପରେ ଏହାକୁ ଟ୍ରାପ୍‌ ସୁଟିଂ ପ୍ରତିଯୋଗୀଙ୍କୁ ଦେବାକୁ ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ୍ସ ମହାସଂଘକୁ ଭାରତୀୟ ରଇଫଲ ସୁଟିଂ ସଂଘ ଅନୁରୋଧ କରିଥିଲା । ଅନୁମତି ମିଳିବା ପରେ ପ୍ରଥମ ଥର ଅଲିମ୍ପିକ୍ସ ଖେଳିବାର ସୌଭାଗ୍ୟ ଅର୍ଜନ କରିଥିଲେ ଶ୍ରେୟସୀ ।

Shreyasi Singh
Shreyasi Singh (@shreyasi_iam)

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସରେ ଫ୍ରାନ୍ସ ଲେଖିଲା ନୂଆ ଇତିହାସ; ନଦୀ ଗର୍ଭରେ ଗ୍ରାଣ୍ଡ ଓପନିଂ, ପରେଡରେ ସାମିଲ ହେଲେ 78 ଭାରତୀୟ - PARIS OLYMPICS OPENING CEREMONY

କ୍ରୀଡା କ୍ୟାରିୟର :

32 ବର୍ଷୀୟା ଶ୍ରେୟସୀ 2018ରେ ଗୋଲ କୋଷ୍ଟ, ଅଷ୍ଟ୍ରେଲିଆରେ ଖେଳାଯାଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ଡବଲ ଟ୍ରାପ ଇଭେଣ୍ଟରେ ସୁଟିଂରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏଥିସହିତ ସ୍ପଟଲାଣ୍ଡର ଗ୍ଳାସଗୋରେ ଅନୁଷ୍ଠିତ ହୋଇଥିବା 2014 ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ହାସଲ କରିଥିଲେ । ସେହିବର୍ଷ ଏସିଆନ ଗେମ୍ସର ସୁଟିଂ ଚାମ୍ପିଅନସିପରେ ଡବଲ ଟ୍ରାପରେ ବ୍ରୋଞ୍ଜ ପଦକ ଜିତିଥିଲେ । 2010 କମନୱେଲଥ ଗେମ୍ସରେ ରୌପ୍ୟ ପଦକ ଜିତିଛନ୍ତି ଶ୍ରେୟସୀ । କ୍ରୀଡା କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଚଳିତ ବର୍ଷ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Shreyasi Singh
Shreyasi Singh (ETV BHARAT ODISHA)

ରାଜନୀତି କ୍ୟାରିୟର:

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଦିଗବିଜୟ ସିଂଙ୍କ ଝିଅ ହେଉଛନ୍ତି ଶ୍ରେୟସୀ । 2020 ଅକ୍ଟୋବରରେ ଶ୍ରେୟସୀ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ସେହିବର୍ଷ ସେ ବିହାର ବିଧାନସଭା ନିର୍ବାଚନ ଲଢି ଜାମୁଇ ଆସନରୁ ବିଧାୟିକା ଭାବେ ବିଜୟୀ ହୋଇଥିଲେ । ରାଜନୀତି ସହ ଜଣେ ଭାରତୀୟ ସୁଟର ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶ୍ରେୟସୀ ।

ପଦକ ଆଣିବା ଲକ୍ଷ୍ୟରେ ଶ୍ରେୟସୀ:

ଆସନ୍ତା 30 ଓ 31 ତାରିଖରେ ଶ୍ରେୟସୀଙ୍କ ଅଲିମ୍ପିକ୍ସ ଇଭେଣ୍ଟ ରହିଛି । ସେ ପ୍ୟାରିସ୍ ଯିବା ପୂର୍ବରୁ ତାଙ୍କ ମାଆ ପୁତୁଲ କୁମାରୀ ମିଠା ଖୁଆଇ ଝିଅକୁ ଆଶୀର୍ବାଦ ଦେଇଥିଲେ । ଶ୍ରେୟସୀ ତାଙ୍କ ପିତା ଫଟୋକୁ ଛୁଇଁ ଆଶୀର୍ବାଦ ନେଇଥିଲେ । ପରିବାରର ଆଶା ପ୍ରଥମ ଥର ଅଲିମ୍ପିକ୍ସ ଖେଳି ଝିଅ ପଦକ ନିଶ୍ଚିତ ହାସଲ କରିବ । ସେହିପରି ଶ୍ରେୟସୀ ମଧ୍ୟ ଅଲିମ୍ପିକ୍ସରେ ଡେବ୍ୟୁ କରି ପଦକ ହାସଲ କରିବାକୁ ଜୋରଦାର ପ୍ରସ୍ତୁତି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.