ETV Bharat / sports

ପ୍ୟାରିସ ଅଲିମ୍ପିକ୍ସରେ ହାରିବା ପରେ ଟେବୁଲ ଟେନିସ୍ ଛାଡିଲେ ଷ୍ଟାର ପେଡଲର୍, ଆମେରିକାରେ ପଢିବେ ପାଠ - Athlete quit Table Tennis

author img

By ETV Bharat Sports Team

Published : Aug 22, 2024, 4:35 PM IST

Updated : Aug 22, 2024, 7:33 PM IST

Athlete quit Table Tennis to pursue Academics: ଅଲିମ୍ପିଆନ ଅର୍ଚ୍ଚନା କାମଥ ଆମେରିକାରେ ପାଠ ପଢିବା ପାଇଁ ଟେବୁଲ ଟେନିସ ଛାଡିଛନ୍ତି । ତେବେ ଭାରତୀୟ ମହିଳା ଟେବୁଲ ଟେନିସ ଟିମ୍ ପ୍ରଥମ ଥର ଅଲିମ୍ପିକ୍ସରେ କ୍ବାର୍ଟର ଫାଇନାଲରେ ପହଞ୍ଚି ରେକର୍ଡ କରିଥିଲେ । ଅଧିକ ପଢନ୍ତୁ

ARCHANA KAMATH
ARCHANA KAMATH (Etv Bharat)

ହାଇଦ୍ରାବାଦ: ପ୍ୟାରିସ ଅଲିମ୍ପିକ୍ସ 2024ରେ ଇତିହାସ ରଚିଥିବା ଷ୍ଟାର ଭାରତୀୟ ପେଡଲର ଟେବୁଲ ଟେନିସକୁ କରିଲେ ବାଏ ବାଏ । ଆମେରକାରେ ପଢିବେ ପାଠ । ଏହି ଖବର ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅଲିମ୍ପିଆନ ଅର୍ଚ୍ଚନା କାମଥ ଆମେରିକାରେ ପାଠ ପଢିବା ପାଇଁ ଟେବୁଲ ଟେନିସ ଛାଡିଛନ୍ତି । ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତୀୟ ଟେବୁଲ ଟେନିସ ଟମରେ ଖେଳିଥିଲେ ଅର୍ଚ୍ଚନା କାମଥ । ତେବେ ଆଜି ଅର୍ଚ୍ଚନା ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଷ୍ଟାର ପେଡଲର ଟେବୁଲ ଟେନିସରେ ସ୍ଥିର ପ୍ରଦର୍ଶନ ନକରିବାରୁ ଆଜି ଟେବୁଲ ଟେନିସକୁ ବାଏ ବାଏ କରିଛନ୍ତି ।

ଏହା ବି ପଢନ୍ତୁ- You Tube ରେ ରୋନାଲ୍ଡୋଙ୍କ ଧମାକାଦାର ଏଣ୍ଟ୍ରି; ଦେଢ ଘଣ୍ଟାରେ ଭାଙ୍ଗିଲେ ଓ୍ବାର୍ଲ୍ଡ ରେକର୍ଡ, ଚୁଟକିରେ ମିଲିଅନ୍ ମିଲିଅନ୍ ସବସ୍କ୍ରାଇବର୍ସ, ଜାଣନ୍ତୁ ଚ୍ୟାନେଲ୍ ନାଁ.. - cristiano ronaldo joins YouTube

24 ବର୍ଷୀୟ ପେଡଲର ଆଗାମୀ ସମୟରେ ଆମେରିକାରେ ପଠ ପଢିବେ । ତାଙ୍କ କୋଚଙ୍କୁ ଏହି ନିଷ୍ପତ୍ତି ଜଣାଇବା ପରେ ଅର୍ଚ୍ଚନାଙ୍କ ଟେବୁଲ ଟେନିସକୁ ବାଏ ବାଏ ଖବର ପ୍ରକାଶ ପାଇଛି । ପ୍ୟାରିସ ଅଲିମ୍ପିକ୍ସ 2024ରେ ଦମଦାର ପ୍ରଦର୍ଶନ କରଥିଲେ ଅର୍ଚ୍ଚନା । ସେ ଭାରତୀୟ ମହିଳା ଟେବୁଲ ଟେନିସ ଟିମରେ ସାମିଲ ଥିଲେ । ଏହା ସହିତ ଭାରତୀୟ ମହିଳା ଟେବୁଲ ଟେନିସ ଟିମ୍ ପ୍ରଥମ ଥର ଅଲିମ୍ପିକ୍ସରେ କ୍ବାର୍ଟର ଫାଇନାଲରେ ପହଞ୍ଚି ରେକର୍ଡ କରିଥିଲେ ।

ଏହା ବି ପଢନ୍ତୁ- ଟିମ୍ ଇଣ୍ଡିଆର '3 ପିଲାର'; ରୋହିତ କହିଲେ କେମିତି ଜିତିଲେ T-20 ବିଶ୍ବକପ, 5 IPL ଟ୍ରଫି - Rohit Sharma on Indian cricket team

ପାଠ ପଢିବା ପାଇଁ ଛାଡିଲେ ଟେବୁଲ ଟେନିସ-

ଅର୍ଚ୍ଚନା ଟେବୁଲ ଟେନିସ ଛାଡୁଥିବା ପ୍ରଥମେ ତାଙ୍କ କୋଚ ଅଂଶଲ ଗର୍ଗ ଜଣାଇଛନ୍ତି । ସେ କହିଛନ୍ତି କି, "ଅର୍ଚ୍ଚନା ପଚାରିଥିଲେ କି ଲସ ଏଞ୍ଜଲେସ୍ ଅଲିମ୍ପିକ୍ସରେ ପଦକ ଜିତିବାର ସମ୍ଭାବନା ଅଛି କି ନାହିଁ । କୋଚ ପୁଣି କହିଥିଲେ, ଏହା କହିବା ମୁସ୍କିଲ । ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିବ । ଅର୍ଚ୍ଚନା ବିଶ୍ବର ଟପ-100 ଖେଳାଳି ମଧ୍ୟରେ ନାହାଁନ୍ତି । କିନ୍ତୁ ନିକଟରେ କିଛ ମାସ ମଧ୍ୟରେ ସେ ଦମଦାର ପ୍ରଦର୍ଶନ କରିଛନ୍ତି । ତେବେ ମୋତେ ଲାଗୁଛି ସେ ଆଗୁଆ ବିଜୟୀ ହେବା ନେଇ ଆଶାବାଦୀ ଥିଲେ । ତେଣୁ ଜଣେ ଯେତେବେଳେ ଆଗୁଆ କିଛି ଆଶା କରିଥାନ୍ତି, ତାକୁ ବଦଳାଇବା ସହଜ ହୁଏ ନାହିଁ ।"

ଏହା ବି ପଢନ୍ତୁ- ଆଫଗାନିସ୍ତାନ ଖେଳାଳିଙ୍କୁ କ୍ରିକେଟ ଶିଖେଇବେ ଟିମ୍ ଇଣ୍ଡିଆର ଏହି ପୂର୍ବତନ କୋଚ; ଜାଣନ୍ତୁ ଏହା ପଛର ଷ୍ଟ୍ରାଟେଜି-ଗେମ୍ ପ୍ଲାନ - Afghanistan Assistant Coach Sridhar

Last Updated : Aug 22, 2024, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.