ETV Bharat / sports

ପ୍ୟାରିସରେ ଏହି 10 ସଫଳତା ସହ ବଡ଼ ରେକର୍ଡ ଲକ୍ଷ୍ୟରେ ଭାରତ - Paris Olympics 2024

author img

By ETV Bharat Odisha Team

Published : Jul 24, 2024, 9:10 PM IST

Paris Olympics 2024: ପ୍ୟାରିସ ଅଲିମ୍ପିକ୍ସ ଭାରତର ହେବ ସର୍ବୋତ୍ତମ ଅଲିମ୍ପିକ୍‌ ଅଭିଯାନ । ଏହି 10 ବଡ଼ ସଫଳତା ହାସଲ ଲକ୍ଷ୍ୟରେ ଭାରତୀୟ ଆଥଲେଟ୍‌ । ଅଧିକ ପଢ଼ନ୍ତୁ

Paris Olympics 2024
Paris Olympics 2024 (ETV Bharat Odisha)

ହାଇଦ୍ରାବାଦ: ପ୍ୟାରିସ ଅଲିମ୍ପିକ୍ସ 2024 ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍‌ । ଦେଶ ପାଇଁ ମେଡାଲ ଜିତି ବିଦେଶରେ ତିରଙ୍ଗା ଉଡ଼ାଇବା ପାଇଁ 117 ଜଣିଆ ଭାରତୀୟ ଦଳ ପ୍ୟାରିସ୍‌ ଗସ୍ତରେ ଯାଇଛି । ଅଲିମ୍ପିକ୍‌ରେ ନିଜ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବା ହିଁ ଭାରତୀୟ ଖେଳାଳିଙ୍କ ଏକମାତ୍ର ଲକ୍ଷ୍ୟ ରହିବ । ତେବେ ନଜର ପକାନ୍ତୁ, 10ଟି ବଡ଼ ସଫଳତା ଯାହା ଭାରତ କ୍ରୀଡ଼ାର ସବୁଠାରୁ ବଡ଼ ମଞ୍ଚରେ ହାସଲ କରିବା ପାଇଁ ସୁଯୋଗ ପାଇବ ।

ଏହି 10 ବଡ଼ ସଫଳତା ପାଇବାକୁ ଅଛି ସୁଯୋଗ:-

1-ଅଲିମ୍ପିକ୍ସରେ କେବେ ମଧ୍ୟ ଭାରତ ଗୋଟିଏରୁ ଅଧିକ ସ୍ବର୍ଣ୍ଣ ପଦକ ହାସଲ କରିନାହିଁ । ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଭାରତକୁ ଏକାଧିକ ସ୍ବର୍ଣ୍ଣ ପଦକ ଆଣିବାର ସୁଯୋଗ ମିଳିଛି ।

2-ପ୍ରଥମ ଭାରତୀୟ ଆଥଲେଟ୍ ଭାବରେ ନୀରଜ ଚୋପ୍ରା ଦୁଇଟି ସ୍ବର୍ଣ୍ଣ ପଦକ ଜିତିବା ପାଇଁ ତାଙ୍କ ପାଖରେ ଏକ ସୁଯୋଗ ରହିଛି । ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ନିକଟରେ ଅନେକ ସଫଳତା ହାସଲ କରିଛନ୍ତି । ସେ ଦୁଇଟି ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇପାରନ୍ତି ।

3-ଅଲିମ୍ପିକ୍ସରେ ଭାରତୀୟ ମହିଳା ଆଥଲେଟ୍‌ କେବେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତି ନାହାନ୍ତି । ବର୍ତ୍ତମାନ ସୁଦ୍ଧା ଅଲିମ୍ପିକ୍ସରେ ଭାରତୀୟ ମହିଳାମାନେ ଦୁଇଟି ରୌପ୍ୟ ଏବଂ 6ଟି ବ୍ରୋଞ୍ଜ ପଦକ ଜିତିଛନ୍ତି । ପ୍ୟାରିସରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ ସହିତ ଏହି ବଡ଼ ସଫଳତା ହାସଲ କରିବାକୁ ଭାରତୀୟ ମହିଳା ଖେଳାଳିଙ୍କ ନିକଟରେ ଏକ ବଡ଼ ସୁଯୋଗ ରହିଛି ।

4-ବେଜିଂରେ ପୁରୁଷ ସୁଟିଂରେ ଭାରତର ଅଭିନବ ବିନ୍ଦ୍ରା ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ । ମହିଳା ଶୁଟରମାନେ ପ୍ୟାରିସରୁ ଦେଶକୁ ପ୍ରଥମ ସୁଟିଂ ସ୍ବର୍ଣ୍ଣ ପଦକ ଜିତିବାର ସୁଯୋଗ ପାଇଛନ୍ତି । ସିଫ୍ଟ କୌର ସମରା ଏବଂ ମନୁ ଭାକରଙ୍କ ଠାରୁ ଭାରତର ଅନେକ ଆଶା ରଖିଛି ।

5-ସୁଟିଂରେ ଭାରତ ଏହାର ପ୍ରଥମ ଯୁଗଳ ପଦକ ଆଣିବାର ସୁଯୋଗ ପାଇବ । ଉଭୟ 10 ମିଟର ଏୟାର ରାଇଫଲ ଏବଂ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତୀୟ ଶୁଟରଙ୍କୁ ମିଳିବ ଏହି ବିଶେଷ ସୁଯୋଗ ।

6-ଭାରତ ଏପର୍ଯ୍ୟନ୍ତ ବକ୍ସିଂରେ କୌଣସି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତି ନାହିଁ । ପ୍ୟାରିସରେ ଏହି ସଫଳତା ହାସଲ କରିବାକୁ ନିଖତ୍ ଜରିନ୍, ଲଭଲିନା ବୋର୍ଗୋହେନଙ୍କ ପାଇଁ ଏହି ସୁଯୋଗ ଅଛି । ବଡ଼ ମଞ୍ଚରୁ କିପରି ବିଜୟ ହାସଲ କରିହୁଏ, ଉଭୟ ବକ୍ସର ଜାଣନ୍ତି । ଲଭଲିନା ଟୋକିଓରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ ।

7-ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ନିକଟରେ ପ୍ରଥମ ବ୍ୟାଡମିଣ୍ଟନ ସ୍ବର୍ଣ୍ଣ ପଦକ ଜିତିବାର ମଧ୍ୟ ସୁଯୋଗ ରହିଛି । ବ୍ୟାଡମିଣ୍ଟନରେ ଭାରତରେ ପିଭି ସିନ୍ଧୁ, ସାତ୍ତ୍ବିକସାଇରଜ ରଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟୀଙ୍କ ଯୋଡ଼ି, ଲକ୍ଷ୍ୟ ସେନ୍, ଏଚଏସ୍‌ ପ୍ରଣୟଙ୍କ ଭଳି ଷ୍ଟାର ଖେଳାଳି ଅଛନ୍ତି ।

8-ପିଭି ସିନ୍ଧୁଙ୍କୁ ହ୍ୟାଟ୍ରିକ୍ ସ୍କୋର କରିବାର ସୁଯୋଗ ରହିଛି । ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଯଥାକ୍ରମେ ରିଓ ଏବଂ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିଲେ । ସେ କ୍ରମାଗତ 3ଟି ବ୍ୟକ୍ତିଗତ ଅଲିମ୍ପିକ୍‌ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ହୋଇ ପ୍ୟାରିସରେ ଇତିହାସ ସୃଷ୍ଟି କରିପାରିବେ ।

9-ତୀରନ୍ଦାଜୀରେ ଭାରତର ଅନେକ ପ୍ରତିଭାବାନ ଖେଳାଳି ଅଛନ୍ତି । ପ୍ୟାରିସରେ ପ୍ରଥମ ତୀରନ୍ଦାଜୀ ପଦକ ପାଇଁ ଭାରତର ଥିବା ଅପେକ୍ଷା ଶେଷ ହେବ ବୋଲି ଆଶା ଅଛି ।

10-ପ୍ୟାରିସ୍ ଅଲିମ୍ପିକ୍ସକୁ ଭାରତ ପାଇଁ ସର୍ବୋତ୍ତମ ଅଲିମ୍ପିକ୍‌ କରିବାକୁ ଭାରତୀୟ ଖେଳାଳିଙ୍କ ପାଖରେ ଏହା ଏକ ଭଲ ସୁଯୋଗ । ଭାରତୀୟ ଅଲିମ୍ପିକ୍‌ ଇତିହାସ ଦୃଷ୍ଟିକୋଣରୁ ଏହା ସବୁଠାରୁ ବଡ଼ ସଫଳତା ହେବ । ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ପଦକ ଦୃଷ୍ଟିରୁ ଭାରତ ଦୁଇଗୁଣ ସଂଖ୍ୟା ଛୁଇଁବାକୁ ଚାହୁଁଛି । ଭାରତ 7ଟି ପଦକ ଜିତିଥିବାବେଳେ ଟୋକିଓ ଅଲିମ୍ପିକ୍ସ ପଦକ ଜିତିବା କ୍ଷେତ୍ରରେ ଭାରତ ପାଇଁ ସର୍ବୋତ୍ତମ ହୋଇ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଅଲିମ୍ପିକ୍ସରେ ଭାରତ ପାଇଁ ଡେବ୍ୟୁ କରିବେ ଏହି ଖେଳାଳି; ଓଡ଼ିଆ ପୁଅ ଉପରେ ମଧ୍ୟ ସମସ୍ତଙ୍କ ନଜର - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.