ETV Bharat / sports

ଅଲିମ୍ପିଆନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ବାର୍ତ୍ତା, 'ତୁମମାନଙ୍କ ପାଇଁ ଭାରତ ଗର୍ବିତ ' - Paris Olympics 2024

author img

By ETV Bharat Sports Team

Published : Aug 12, 2024, 8:45 AM IST

PM Modi congrats Indian athletes: ଅଲିମ୍ପିକ୍ସ ଉଦଯାପନୀ ଅବସରରେ ଭାରତୀୟ ଆଥଲେଟ୍‌ଙ୍କୁ ମୋଦିଙ୍କ ଶୁଭେଚ୍ଛା । ଖେଳାଳିଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Paris Olympic 2024
Paris Olympic 2024 ((IANS PHOTOS))

ନୂଆଦିଲ୍ଲୀ: 16ଦିନ ପରେ ଶେଷ ହୋଇଛି ପ୍ୟାରିସ ଅଲିମ୍ପିକ୍ସ । ଚଳିତ ଥର ଭାରତୀୟ ଆଥଲେଟ୍‌ଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଯାପନୀ ଅବସରରେ ଭାରତୀୟ କଣ୍ଟିଜେଣ୍ଟଙ୍କୁ ପ୍ରଂଶସା କରିଛନ୍ତି । ସମସ୍ତ ଆଥଲେଟ୍ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଏବଂ ଭାରତ ସେମାନଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଚଳିତ ଅଲିମ୍ପିକ୍ସରେ ଭାତର ମାତ୍ର 6ଟି ମେଡାଲ ହାସଲ କରି ମେଡାଲ ଟାଲିର 71 ତମ ସ୍ଥାନରେ ରହିଛି । 6 ପଦକ ମଧ୍ୟରୁ ଗୋଟିଏ ସିଲଭର ହୋଇଥିବା ବେଳେ 5ଟି ବ୍ରୋଞ୍ଜ । କୌଣସିବି ଭାରତୀୟ ଆଥଲେଟ୍‌ ସ୍ବର୍ଣ୍ଣ ପଦକ ହାସଲ କରିବାରେ ସକ୍ଷମ ହୋଇନଥିଲେ ।

PM MODI CONGRATS INDIAN ATHLETES
PM MODI CONGRATS INDIAN ATHLETES ((IANS PHOTOS))

'ଅଲିମ୍ପିଆନ୍ସଙ୍କ ପାଇଁ ଦେଶ ଗର୍ବିତ': ପ୍ୟାରିସ ଅଲିମ୍ପିକ୍ସ ସମାପ୍ତ ହୋଇଛି । ଏଥିରେ ଭାଗ ନେଇଥିବା ସମସ୍ତ ଭାରତୀୟ ଖେଳାଳିଙ୍କ ଉଦ୍ୟମକୁ ମୁଁ ପ୍ରଶଂସା କରୁଛି । ସମସ୍ତ ଆଥଲେଟ୍ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି ଏବଂ ପ୍ରତ୍ୟେକ ଭାରତୀୟ ସେମାନଙ୍କ ପାଇଁ ଗର୍ବିତ। ଆମର କ୍ରୀଡା ହିରୋଙ୍କୁ ସେମାନଙ୍କର ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ।

ଏହା ମଧ୍ୟ ପଢନ୍ତୁ-ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପ୍ୟାରିସରୁ ବିଦାୟ ନେଲା ଅଲିମ୍ପିକ୍ସ, ଅପେକ୍ଷା 2028...ଭାରତର ଜାତୀୟ ପତାକା ଧରି ପରେଡ କଲେ ମନୁ ଓ ଶ୍ରୀଜେସ - Paris Olympics 2024

ଅଲିମ୍ପିକ୍ସରେ ପଦକ ହାସଲ କରିଥିଲା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୋଦି: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ମାତ୍ର 6ଟି ପଦକ ଜିତିଛି । ପଦକ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ଫୋନ କରିବା ସହ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଉଥିଲେ । ଫୋନରେ କଥା ହେବା ସମୟରେ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ସୁଟର ମନୁ ଭାକର, ସରବଜୋତ ସିଂ, ସ୍ବପ୍ନିଲ କୁସାଲେ, ଭାରତୀୟ ହକି ଟିମ୍‌, ନୀରଜ ଚୋପ୍ରା, ଅମନ ସେରାୱତ ପଦକ ହାସଲ କରିଛନ୍ତି ।

117 ଜଣ ଖେଳାଳି ଭାଗ ନେଇଥିଲେ, ଆସିଲା 6 ପଦକ: ଚଳିତ ବର୍ଷ ଭାରତ 117 ଖେଳାଳି ଅଲିମ୍ପିକ୍ସରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ କେବଳ 4 ଜଣ ବ୍ୟକ୍ତିଗତ ଇଭେଣ୍ଟରେ ପଦକ ହାସଲ କରିଛନ୍ତି । ମନୁ ଭାକର ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ 2ଟି ପଦକ ଜିତିଥିଲେ । ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା । ନୀରଜ ଚୋପ୍ରା ଜାଭେଲିନରେ ରୌପ୍ୟ ପଦକ, ଅମନ ସେରାୱତ କୁସ୍ତିରେ ବ୍ରୋଞ୍ଜ, ମନୁ ଭାକର ଓ ସରବଜୋତ ସିଂହଙ୍କ ଯୋଡ଼ି ଅଲିମ୍ପିକ୍ସରେ ଶୁଟିଂ ଯୋଡ଼ି ଭାବେ ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସ୍ବପ୍ନିଲ 50 ମିଟର ଏୟାର ରାଇଫଲ 3Pରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.