ETV Bharat / sports

ଅଲିମ୍ପିକ୍ସ ଫ୍ଲାସ ବ୍ୟାକ: କେବେ ସାମିଲ ହୋଇଥିଲା ଭାରତ, ଜାଣନ୍ତୁ ପୁରା ଇତିହାସ ? - Paris Olympic 2024

Paris Olympic 2024: ପ୍ୟାରିସ ଅଲିମ୍ପିକ୍ସରେ କେବେ କେବେ ସାମିଲ ହୋଇଥିଲା ଭାରତ ? ପ୍ରଥମ ଥର କେବେ ପଦକ ହାସଲ କରିଥିଲା ଇଣ୍ଡିଆ । ଜାଣନ୍ତୁ ପୁରା ଖବର ?

author img

By ETV Bharat Odisha Team

Published : Jul 6, 2024, 3:24 PM IST

Paris Olympic 2024
Paris Olympic 2024 (IANS)

ନୂଆଦିଲ୍ଲୀ: ଟି20 ବିଶ୍ବକପ ପରେ ଏବେ ପୁରା ବିଶ୍ବର ନଜର ପ୍ୟାରିସ ଅଲିମ୍ପିକ୍ସ ଉପରେ । ଆସନ୍ତା ଜୁଲାଇ 26 ତାରିଖରୁ ଆରମ୍ଭ ହେବାକୁ ଥିବା କ୍ରୀଡା ମହାକୁମ୍ଭକୁ ନେଇ ଉତ୍ସାହି କ୍ରୀଡାପ୍ରେମୀ । ବିଶ୍ବର ପ୍ରାୟ 10 ହଜାର 5ଶହ ଖେଳାଳି 32ଟି କ୍ରୀଡାରେ ଭାଗ ନେବେ । ତେବେ ଅଲିମ୍ପିକ୍ସ ଗେମ୍ସ କେବେ ଆରମ୍ଭ ହେଲା ଓ କେଉଁଠି ଆରମ୍ଭ ହୋଇଥିଲା ଓ ଭାରତ କେବେ ଏଥିରେ ସାମିଲ ହୋଇଥିଲା ତାହା ଆପଣ ଜାଣନ୍ତି କି ? ଜାଣନ୍ତୁ ପୁରା ଇତିହାସ ।

Paris Olympic 2024
Paris Olympic 2024 (ETV Bharat Odisha)

ଅଲିମ୍ପିକ୍ସ ଖେଳ କେବେ ଆରମ୍ଭ ହେଲା ?: ଅଲିମ୍ପିକ୍ସ ଖେଳ ଇତିହାସ ପ୍ରାୟ 2,000 ବର୍ଷ ପୁରୁଣା । ଅଲିମ୍ପିକ୍ସ ଶବ୍ଦଟି ଲାଟିନ ଭାଷାରୁ ଆସିଛି । ଅଲିମ୍ପିଆ ହେଉଛି ହେଲିଆର ଏକ ସହର, ଯାହା ଅଲିମ୍ପିକ୍ ଗେମ୍ସର ଜନ୍ମସ୍ଥାନ ଭାବରେ ଜଣା । ଏହି କ୍ରୀଡା ମହାକୁମ୍ଭ ପ୍ରାରମ୍ଭରେ ପର୍ବପର୍ବାଣୀ ଏବଂ ଯୁଦ୍ଧ ସରିବା ପରେ ଯୋଦ୍ଧାଙ୍କ ସମ୍ମାନାର୍ଥେ ପ୍ରତି 4 ବର୍ଷରେ ଆୟୋଜିତ ହୋଇଥାଏ । ସରକାରୀ ତଥ୍ୟ ଅନୁଯାୟୀ ଖ୍ରୀଷ୍ଟପୂର୍ବ 776ରେ ଅଲିମ୍ପିକ୍ସ ଆରମ୍ଭ ହୋଇଥିଲା ବୋଲି କୁହାଯାଏ । ପ୍ରତି 4 ବର୍ଷରେ ଅଲିମ୍ପିକ୍ ଗେମ୍ସ ଭଗବାନ ଜିସୁଙ୍କ ସମ୍ମାନାର୍ଥେ ଅନୁଷ୍ଠିତ ହୋଇଥିଲା । ସେହି ସମୟରେ ଗୀତ, କବିତା ଏବଂ ରଙ୍ଗମଞ୍ଚ ଭଳି କାର୍ଯ୍ୟକ୍ରମ କ୍ରୀଡ଼ା ମାଧ୍ୟମରେ ଦର୍ଶକଙ୍କ ନିକଟରେ ପହଞ୍ଚୁଥିଲା । 393 ଖ୍ରୀଷ୍ଟାବ୍ଦରେ, ରୋମାନ୍ ସମ୍ରାଟ ଥିଓଡୋସିୟସ୍ ଏହି ଖେଳ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଧାର୍ମିକ କାରଣ ଦର୍ଶାଇ ଅଲିମ୍ପିକ୍ ଗେମ୍ସ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲିମ୍ପିକ୍ସରେ ଚମକିବେ ଓଡ଼ିଆ ପୁଅ କିଶୋର; ପ୍ରତିଯୋଗୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, 28ଜଣିଆ ଆଥଲେଟ୍ ଟିମ୍ ଲିଡ କରିବେ ନୀରଜ - paris olympics 2024

ଉନବିଂଶ ଶତାବ୍ଦୀରେ ପୁନର୍ବାର ଆରମ୍ଭ ହୋଇଥିଲା ଏହି ମହାକୁମ୍ଭ । ବେରନ ପିଏର କ୍ୟୁବର୍ଟିନ୍ 1984 ମସିହାରେ ଏହାକୁ ଆରମ୍ଭ କରିବାକୁ ପ୍ରୟାସ କରି 1896 ମସିହାରେ ସୋରବୋନ୍ ବିଶ୍ୱବିଦ୍ୟାଳୟର ଗ୍ରାଣ୍ଡ୍ ଆମ୍ଫିଥେଟରରେ ଆୟୋଜନ କରିଥିଲେ । ଯେଉଁଥିରେ 2 ହଜାର ଖେଳାଳି ଅଂଶଗ୍ରହଣ କରିଥିଲେ । ଏହାପର ଠାରୁ ପ୍ରତି 4 ବର୍ଷରେ ଥରେ ଆୟୋଜନ କରାଯାଉଛି । 1912 ପରଠାରୁ ବିଶ୍ୱଯୁଦ୍ଧ ହେବାରୁ 8 ବର୍ଷ ପରେ 1920ରେ ପୁଣି ଆରମ୍ଭ ହୋଇଥିଲା ଅଲିମ୍ପିକ୍ସ ଗେମ୍‌ ।

Paris Olympic 2024
Paris Olympic 2024 (ETV Bharat Odisha)

କେବେ ମହିଳା ଖେଳାଳି ଅଲିମ୍ପିକ୍ସରେ ସାମିଲ ହୋଇଥିଲେ ?: 1900 ମସିହାରେ ଆୟୋଜିତ ପ୍ୟାରିସରେ ଅଲିମ୍ପିକ୍ ଗେମ୍ସରେ ପ୍ରଥମ ଥର ପାଇଁ ମହିଳା ଖେଳାଳିଙ୍କୁ ଭାଗ ନେବାକୁ ଅନୁମତି ଦିଆଗଲା । ଅଲିମ୍ପିକ୍ସ ଗେମ୍ସରେ ଅଂଶଗ୍ରହଣ କରିଥିବା ପ୍ରଥମ ମହିଳା ଖେଳାଳି ହେଉଛନ୍ତି ବ୍ରିଟିଶ୍ ଟେନିସ୍ ଚାର୍ଲୋଟ୍ କପୁର୍ । ସେ ସେହି ବର୍ଷ ଅଲିମ୍ପିକ୍ସ ଚମ୍ପିଆନ୍ ହୋଇଥିଲେ । ପ୍ରଥମ ଥର ପାଇଁ କେବଳ 22 ଜଣ ମହିଳା ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ । ମହିଳାମାନେ ପାଞ୍ଚଟି କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ ।

ଭାରତ କେବେ ଅଲିମ୍ପିକ୍ସରେ ସାମିଲ ହୋଇଥିଲା ?: 1900 ମସିହାରେ ଅନୁଷ୍ଠିତ ଅଲିମ୍ପିକ୍ସ ଗେମ୍ସରେ ଭାରତ ପ୍ରଥମ ଥର ପାଇଁ ସାମିଲ ହୋଇଥିଲା । ଭାରତୀୟ ଆଥଲେଟ୍ ନୋରମାନ୍ ପ୍ରିଚାର୍ଡ ଏଥିରେ ଅଂଶ ଗ୍ରହଣ କରି ଚମତ୍କାର ପ୍ରଦର୍ଶନ କରି 2ଟି ରୌପ୍ୟ ପଦକ ଜିତିଥିଲେ । ଅଲିମ୍ପିକ୍ସ ଗେମ୍ସରେ ପଦକ ଜିତିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ସେ ପ୍ରଥମ । ପ୍ରଥମ ଏସୀୟ ଦେଶ ଭାବରେ ଅଲିମ୍ପିକ ଗେମ୍ସରେ ପଦକ ଜିତିଥିଲା ଭାରତ।

ଅଲିମ୍ପିକ୍ ଗେମ୍ସରେ ଭାରତ ପ୍ରଥମ ସ୍ୱର୍ଣ୍ଣ କେବେ ଜିତିଥିଲା?: ଅଲିମ୍ପିକ୍ ଗେମ୍ସରେ ଭାରତୀୟ ହକି ଟିମ୍‌ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲା ​​। 1928 ଅଲିମ୍ପିକ୍ ଗେମ୍ସରେ ହକି ଦଳ ଫାଇନାଲରେ ପ୍ରବେଶ କରି ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲା ​​। ଏହା ସହ ଭାରତ ପାଇଁ ବ୍ୟକ୍ତିଗ ଭାବେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ ସୁଟର ଅଭିନଭ ବିନ୍ଦ୍ରା ଜିତିଥିଲେ। ସେ ବେଜିଂରେ 2008 ଅଲିମ୍ପିକ୍ ଗେମ୍ସରେ 10 ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.