ETV Bharat / sports

ଅଲିମ୍ପିକ୍ସ ପାଇଁ କେତେ ପ୍ରସ୍ତୁତ ନୀରଜ ଚୋପ୍ରା ? ଗୋଲ୍ଡ ଆଣିବା ନେଇ 140 କୋଟି ଭାରତୀୟଙ୍କ ଆଶା - Paris Olympic 2024

author img

By ETV Bharat Odisha Team

Published : Jul 21, 2024, 11:51 AM IST

Paris Olympic 2024: ଦ୍ବିତୀୟ ଥର ଅଲିମ୍ପିକ୍ସ ଖେଳିବେ ନୀରଜ । ପଦକ ଆଣିବା ନେଇ ଆଶା ରଖିଛନ୍ତି କୋଟି କୋଟି ଭାରତୀୟ । ଜାଣିନ୍ତୁ ନୀରଜଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ସଫଳତା ଉପରେ । ଅଧିକ ପଢନ୍ତୁ

NEERAJ CHOPRA
NEERAJ CHOPRA (ETV BHARAT ODISHA)

ହାଇଦ୍ରାବାଦ: 2020 ଟୋକିଓ ଅଲିମ୍ପିକ୍ସରେ ଚମକିଥିଲେ ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା । ଏକମାତ୍ର ଭାରତୀୟ ଭାବେ ସ୍ୱର୍ଣ୍ଣପଦକ ଆଣି ଦେଶକୁ କରାଇଥିଲେ ଗର୍ବିତ । 87.58 ମିଟର ବର୍ଚ୍ଛା ଫିଙ୍ଗି 100 ବର୍ଷ ପରେ ଆଥଲେଟିକ୍ସରେ ଆଣିଥିଲେ ସ୍ବର୍ଣ୍ଣ ପଦକ । ଅଲିମ୍ପିକ ଇତିହାସରେ ନିଜ ନାଁ ସ୍ବର୍ଣ୍ଣ ଅକ୍ଷରରେ ଲେଖିଥିଲେ ହରିୟାଣାର ସୁନା ପୁଅ ନୀରଜ । ଏବେ ପ୍ୟାରିସ ଅଲିମ୍ପିକ୍ସ ପାଖଉଥିବାରୁ ନୀରଜଙ୍କ ଉପରେ ସମସ୍ତଙ୍କ ନଜର । ଗତ ଥର ପରି ଏଥର ମଧ୍ୟ ସୁନା ପୁଅ ହୋଇ ସେ ପ୍ୟାରିସରୁ ଭାରତକୁ ଫେରିବେ ବୋଲି ସମସ୍ତଙ୍କ ଆଶା । ଅଲିମ୍ପିକ୍ସ ପାଇଁ ପୁରା ପ୍ରସ୍ତୁତ ନୀରଜ । କ୍ରୀଡା ବିଭାଗ ନୀରଜଙ୍କ ଉପରେ 5.72 କୋଟି ଟଙ୍କା ଖର୍ଚ୍ଚା କରିଛି । ନଜର ପକାନ୍ତୁ ନୀରଜଙ୍କ ସଫଳତା ଉପରେ ।

ଜାଭେଲିନରେ ନୂଆ ଯୁଗ ଆରମ୍ଭ କରିଥିଲେ ନୀରଜ: ଡିସେମ୍ବର 24, 1997ରେ ହରିୟାଣା ସୋନିପତରେ ନୀରଜ ଚୋପ୍ରା ଏକ ଚାଷୀ ପରିବାରରେ ଜନ୍ମ ହୋଇଥିଲେ । 11 ବର୍ଷ ବୟସରେ ସେ ଜାଭେଲିନ୍ ଥ୍ରୋ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ, ଏହାପରେ ସେ ପାନିପଥ ଷ୍ଟାଡିୟମରେ ଜାଭେଲିନ୍ ଅଭ୍ୟାସ କରୁଥିଲେ । ବିନା ପ୍ରଶିକ୍ଷଣରେ ନୀରଜଙ୍କ 40 ମିଟର ଥ୍ରୋ ଦ୍ୱାରା ପ୍ରଭାବିତ ହୋଇଥିଲେ ତାଙ୍କର ପ୍ରଥମ ପ୍ରଶିକ୍ଷକ ଜୟବୀର । ଚଣ୍ଡିଗଡ଼ର ଡିଏଭି କଲେଜରୁ ପାସ୍‌ କରିଥିବା ନୀରଜଙ୍କ ଆଥଲେଟିକ୍ସରେ ଆସିବାର କାହାଣୀ ମଧ୍ୟ ଖୁବ୍‌ ରୋମାଞ୍ଚକର । ନିଜ ଓଜନ କମ୍‌ କରିବା ପାଇଁ ଏହି ଫିଲ୍ଡକୁ ଆସିଥିଲେ ସେ । କିନ୍ତୁ ସେ କେବେ ଏହି ଖେଳରେ ଇତିହାସ ରଚିବେ ନିଜେ ବି ଜାଣିନଥିଲେ । ଟୋକିଓରେ ସୂର୍ଣ୍ଣ ଜିତିବା ପରେ ଜାଭେଲିନ ଖେଳକୁ ନୂଆ ପରିଚୟ ଦେଇଥିଲେ ନୀରଜ । ଏହି ଇଭେଣ୍ଟ ନାମ ଆସିଲେ ପ୍ରଥମେ ନୀରଜଙ୍କ ନାମ ହିଁ ଶୁଣିବାକୁ ମିଳେ ।

NEERAJ CHOPRA
NEERAJ CHOPRA (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ସମ୍ପୂର୍ଣ୍ଣ କ୍ରୀଡାସୂଚୀ, ଦେଖନ୍ତୁ କେଉଁ ଦିନ ଅଛି କେଉଁ ଇଭେଣ୍ଟ - PARIS OLYMPICS 2024

ନୀରଜଙ୍କ ଏପର୍ଯ୍ୟନ୍ତ ଜାଭେଲିନ ଯାତ୍ରା: ନୀରଜ ଚୋପ୍ରା ଖୁବ କମ ବୟସରେ ଜାତୀୟ ସ୍ତରରେ ଅନେକ ପଦକ ହାସଲ କରିବାର ସଫଳ ହୋଇଛନ୍ତି । ସେ ପୋଲାଣ୍ଡରେ ଅନୁଷ୍ଠିତ 2016 IAAF ବିଶ୍ୱ U20 ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାକୁ ଆସିଥିଲେ । ପୋଲାଣ୍ଡରେ ସେ 86.48 ମିଟର ଜାଭେଲିନ ଥ୍ରୋ କରି ବିଜୟୀ ହୋଇଥିଲେ । ଏହାପରେ 2017 ଏସିଆନ୍ ଗେମ୍ସରେ ଚାମ୍ପିଅନ ହୋଇଥିଲେ । ଏହା ପରେ ସେ ଗୋଲ୍ଡ କୋଷ୍ଟ 2018 କମନୱେଲଥ ଗେମ୍ସ ଏବଂ ଜାକର୍ତ୍ତାରେ ଅନୁଷ୍ଠିତ 2018 ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିଲେ । 2019 ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସରେ ନୀରଜ ନିଜର ହିଁ ରେକର୍ଡ ଭାଙ୍ଗି 88.07 ମିଟର ବର୍ଚ୍ଛା ଫିଙ୍ଗି ନିଜ ରେକର୍ଡ ଭାଙ୍ଗିଥିଲେ । 2021ରେ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।

NEERAJ CHOPRA
NEERAJ CHOPRA (ETV BHARAT ODISHA)

ନୀରଜଙ୍କ ଅଲିମ୍ପିକ୍ ପ୍ରଦର୍ଶନ: ପ୍ରଥମ ଥର ପାଇଁ ଟୋକିଓ ଅଲିମ୍ପିକ୍ସ 2020 ଭାଗ ନେଇ ସ୍ୱର୍ଣ୍ଣ ପଦକ ଜିତିଥିଲେ ନୀରଜ । ଏହା ବ୍ୟକ୍ତିଗତ ଭାବେ ଅବିନବ ବିନ୍ଦ୍ରାଙ୍କ ପରେ ବାରତ ଅଲିମ୍ପିକ୍ସରେ ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । 7 ଅଗଷ୍ଟ 2021ରେ ଟୋକିଓ ଅଲମ୍ପିକ୍ସରେ 87.58 ମିଟର ଜାଭେଲିନ ଫିଙ୍ଗି ଭାରତର ପ୍ରଥମ ଗୋଲ୍ଡ ମେଡାଲ ବିଜେତା ବନିଥିଲେ ଯୁବ ଆଥଲେଟ୍‌ ନୀରଜ । ଏହି ଖବର ପ୍ରସାରିତ ହେବାପରେ ସାରାଦେଶରେ ଏକ ନିଆରା ଉନ୍ମାଦ୍ଦନା ଦେଖିବାକୁ ମିଳିଥିଲା ଓ ଦେଶବାସୀ ଖୁସିରେ ଝୁମି ଉଠିଥିଲେ ।

ନୀରଜଙ୍କୁ ସମ୍ମାନ: ଖେଳର ଉତ୍କର୍ଷ ପ୍ରଦର୍ଶନ ପାଇଁ ଭାରତ ସରକାର ନୀରଜ ଚୋପ୍ରାଙ୍କୁ ତିନୋଟି ପୁରସ୍କାରରେ ସମ୍ମାନିତ କରିଛନ୍ତି । 2018ରେ ଆଥଲେଟିକ୍ସ ପାଇଁ ଭାରତ ସରକାର ନୀରଜଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ । ଏହାପରେ 2021 ମସିହାରେ ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା । 2022ରେ ନୀରଜଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

NEERAJ CHOPRA
NEERAJ CHOPRA (ETV BHARAT ODISHA)

ପ୍ୟାରିସରେ ପଦକ ଜିତିବେ ନୀରଜ !: ପ୍ୟାରିସ ଅଲିମ୍ପିକ୍ସ ପାଇଁ ପୁରା ପ୍ରସ୍ତୁତ ନୀରଜ । ପୁଣି ଦମଦାର ପ୍ରଦର୍ଶନ କରି ପଦକ ଜିତିବେ ବୋଲି ପ୍ରତିଟି ଭାରତୀୟଙ୍କ ଆଶା ଓ ବିଶ୍ବାସ । ଦ୍ବିତୀୟ ଥର ଅଲିମ୍ପିକ୍ସ ଖେଳି ପୁଣି ସେ ପଦକ ଜିତି ଭାରତକୁ ଗର୍ବିତ କରାଇବେ ବୋଲି 140 କୋଟି ଭାରତୀୟ ଆଶାବାଦୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.